ETV Bharat / bharat

ଆଜି ବାୟୁସେନାରେ ବିଧିବଦ୍ଧ ସାମିଲ ହେବ ରାଫେଲ - ରାଫେଲ ଯୁଦ୍ଧ ବିମାନ

ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ଗୁରୁବାର ବାୟୁସେନାରେ ସାମିଲ କରାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅମ୍ବାଲା ଏୟାରବେସରେ ଏକ ଔପଚାରିକ ସମାରୋହର ଆୟୋଜନ । ଅଧିକ ପଢନ୍ତୁ...

ଗୁରୁବାର ବାୟୁସେନାରେ ବିଧିବଦ୍ଧ ସାମିଲ ହେବ ରାଫେଲ

author img

By

Published : Sep 9, 2020, 3:46 PM IST

Updated : Sep 10, 2020, 9:20 AM IST

ଚଣ୍ଡିଗଡ: ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଇବା ପାଇଁ ଅମ୍ବାଲା ଏୟାରବେସରେ ଏକ ଔପଚାରିକ ସମାରୋହର ଆୟୋଜନ କରାଯାଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ, ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ରହିବେ । ଏହାସହ ବାୟୁସେନାର ମୁଖ୍ୟ ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହିବା ନେଇ ଜଣାପଡିଛି ।

ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ଅମ୍ବାଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଏହି ସମୟରେ ଯୁଦ୍ଧ ବିମାନଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ସମାରୋହ ପାଇଁ ଏୟାରଫୋର୍ସ ଷ୍ଟେସନରେ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା ।

Last Updated : Sep 10, 2020, 9:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.