ETV Bharat / bharat

ଭୂ-ପୃଷ୍ଠର ଟାର୍ଗେଟକୁ ନିମିଷକ ମଧ୍ୟରେ ଧ୍ୱଂସ କରିବ ବ୍ରହ୍ମୋସ୍‌ - air-version-missile

ବିଶ୍ବର ସର୍ବାଧିକ ଦ୍ରୁତଗାମୀ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ମିସାଇଲ ବା କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ନିଜର ଲଢ଼ୁଆ ବିମାନ ସୁଖୋଇ-୩୦ ଏମ୍‌କେଆଇରୁ ନିକ୍ଷେପ କରି ସଫଳ ପରୀକ୍ଷଣ କରିଛି ବାୟୁସେନା ।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : May 22, 2019, 10:14 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ସଫଳତା ହାସଲ କରିଛି ଭାରତୀୟ ବାୟୁସେନା । ବୁଧବାର ବିଶ୍ବର ସର୍ବାଧିକ ଦ୍ରୁତଗାମୀ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ମିସାଇଲ ବା କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ନିଜର ଲଢ଼ୁଆ ବିମାନ ସୁଖୋଇ-୩୦ ଏମ୍‌କେଆଇରୁ ନିକ୍ଷେପ କରି ସଫଳ ପରୀକ୍ଷଣ କରିଛି ବାୟୁସେନା ।

ବ୍ରହ୍ମୋସ୍‌ ମିସାଇଲର ଏହି ସଂସ୍କରଣ ଡିଆରଡିଓ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରିଛି । ସୁଖୋଇ-୩୦ ଏମ୍‌କେଆଇରୁ ପ୍ରଥମ ଥର ପାଇଁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ଭୂ-ପୃଷ୍ଠର ଏକ ଟାର୍ଗେଟ ଉପରକୁ ଲକ୍ଷ୍ୟଭେଦୀ ଭାବେ ନିକ୍ଷେପ କରିଛି । ତେବେ ବର୍ତ୍ତମାନ ବାଲକୋଟା ଭଳି ଆଡ୍ଡାକୁ ଧ୍ବଂସ କରିବା ପାଇଁ ଏୟାରକ୍ରାଫ୍ଟର ଆବଶ୍ୟକ ହେବନାହିଁ । ବରଂ ଏହାଠାରୁ ବି 300 କିମି ଦୂରରୁ ବ୍ରହ୍ମୋସ୍‌ ଜରିଆରେ ଧ୍ବଂସ କରାଯାଇପାରିବ । ଏହାର ଗତି 2.8 ମେକ ରହିଛି । ଯାହା ଧ୍ବନୀର ଗତିଠାରୁ ବି ଅଢେଇ ଗୁଣ ଦ୍ରୁତ ଗତିରେ ଶତ୍ରୁଙ୍କୁ ଆକ୍ରମଣ କରିବାର କ୍ଷମତା ରଖିଛି ।

ଭାରତୀୟ ବାୟୁସେନା ଏବେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଦ୍ବାରା ଯେକୌଣସି ପରିସ୍ଥିତିରେ ଆକାଶ ପଥରେ ‘ଷ୍ଟାଣ୍ଡ-ଅଫ୍‌ ରେଞ୍ଜ’ ମଧ୍ୟରେ ରହି ସମୁଦ୍ର ଓ ଭୂ-ପୃଷ୍ଠ ଉପରେ ରହିଥିବା ଟାର୍ଗେଟକୁ ‘ପିନ୍‌ ପଏଣ୍ଟ’ କରି ସେଗୁଡ଼ିକୁ ନିମିଷକ ମଧ୍ୟରେ ଧ୍ୱଂସ କରିବାର କ୍ଷମତା ହାସଲ କରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.