ETV Bharat / bharat

ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟରେ ଯୋଗ ଦେଲେ ଭାରତୀୟ ବାୟୁସେନା - ଭାରତୀୟ ବାୟୁସେନା

ରାଜସ୍ଥାନରେ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟରେ ଯୋଗ ଦେଲେ ଭାରତୀୟ ବାୟୁସେନା । ଗତକାଲି ଯୋଧପୁର ଜିଲ୍ଲାର ଏକ ବୃହତ ମରୁଭୂମି ଜମି ଉପରେ IAFର MI-17 ହେଲିକପ୍ଟର କୀଟନାଶକ ସ୍ପ୍ରେ କରିଥିଲା, ଯାହା ବାୟୁସେନା ଇତିହାସରେ ପ୍ରଥମ ଘଟଣା। ଅଧିକ ପଢନ୍ତୁ...

ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟରେ ଯୋଗ ଦେଲେ ଭାରତୀୟ ବାୟୁସେନା

author img

By

Published : Jul 6, 2020, 11:55 AM IST

ଜୟପୁର: ରାଜସ୍ଥାନରେ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟରେ ଯୋଗ ଦେଲେ ଭାରତୀୟ ବାୟୁସେନା । ଗତକାଲି ଯୋଧପୁର ଜିଲ୍ଲାର ଏକ ବୃହତ ମରୁଭୂମି ଜମି ଉପରେ IAFର MI-17 ହେଲିକପ୍ଟର କୀଟନାଶକ ସ୍ପ୍ରେ କରିଥିଲା, ଯାହା ବାୟୁସେନା ଇତିହାସରେ ପ୍ରଥମ ଘଟଣା। କୃଷି ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଏକ ଘରୋଇ ହେଲିକପ୍ଟର ଶନିବାର ଦିନ ଜୈସଲମେରର ବାନ୍ଦା ମରୁଭୂମି ଅଞ୍ଚଳରେ ଏହାର ପ୍ରଥମ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟ ଆରମ୍ଭ କରିଥିଲା।

କେନ୍ଦ୍ର ଉଦ୍ୟମକୁ ତ୍ୱରାନ୍ୱିତ କରିଛି ଏବଂ ବିପଦକୁ ନିୟନ୍ତ୍ରଣ କରିବା ପାଇଁ ଡ୍ରୋନ୍ ଏବଂ ବେଲ୍ ହେଲିକପ୍ଟର ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଉପକରଣ ବ୍ୟବହାର କରୁଛି। ତିନି ଦଶନ୍ଧି ମଧ୍ୟରେ ଭାରତ ସବୁଠୁ ଖରାପ ପଙ୍ଗପାଳ ଆକ୍ରମଣର ସମ୍ମୁଖୀନ ହୋଇଛି। ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାର ବିଭିନ୍ନ ଜିଲ୍ଲାରେ ବହୁ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି।

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) କହିଛି ଯେ, ଆସନ୍ତା ଚାରି ସପ୍ତାହ ମଧ୍ୟରେ ଭାରତ ଉଚ୍ଚ ସ୍ତରରେ ରହିବା ଉଚିତ। ଏଥିରେ କୁହାଯାଇଛି ଯେ ନେପାଳ ପର୍ଯ୍ୟନ୍ତ ଯାତ୍ରା କରିଥିବା ପଙ୍ଗପାଳମାନେ ରାଜସ୍ଥାନକୁ ଫେରିବେ ଏବଂ ଚଳିତ ମାସରେ ପ୍ରଜନନ ଋତୁ ପାଇଁ ପାକିସ୍ଥାନ ଏବଂ ଇରାନରୁ ଆସୁଥିବା ଅନ୍ୟ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.