ମୁମ୍ବାଇ: ଉଡାଣବେଳେ ରନୱେ ପାର କଲା ଭାରତୀୟ ବାୟୁସେନାର ଏ.ଏନ୍ 32 ବିମାନ । ମୁମ୍ବାଇ ଏୟାରପୋର୍ଟରେ ଉଡାଣ କରୁଥିବା ସମୟରେ ରନୱେ 27 ପାର କରିଯାଇଥିଲା ବିମାନ । ତେବେ ଏହି ର୍ଦୁଘଟଣାରେ ସମସ୍ତ ଯାତ୍ରୀ ଠିକ୍ ଥିବା ନେଇ ସୂଚନା ଦେଇଛନ୍ତି ବିମାନ କର୍ତ୍ତୃପକ୍ଷ । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହା ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି 11ଟା 39 ମିନିଟ୍ ସମୟରେ ଏ.ଏନ୍ 32 ବିମାନଟି ରନୱେ ନଂ 27କୁ ପାର କରିଯାଇଥିଲା । ଏହାପରେ 27 ନଂ ରନୱେରେ ବିମାନ ଉଡାଣକୁ ବାତିଲ କରାଯାଇଥିଲା । ଯାହା ଫଳରେ ଏକ ବଡ ବିମାନ ଦୁର୍ଘଟଣାରୁ ବର୍ତ୍ତିଥିଲେ ଯାତ୍ରୀ ।