ନୂଆଦିଲ୍ଲୀ: ମହାକାଶକୁ ମନୁଷ୍ୟ ପଠାଇବା ଭାରତର ସର୍ବଦା ସ୍ବପ୍ନ ରହି ଆସିଛି । ଏହି ସ୍ବପ୍ନକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି ଭାରତ ।
ପାଞ୍ଚ ବର୍ଷ ପୂର୍ବେ ପ୍ରଥମ ପ୍ରୟାସରେ ଚନ୍ଦ୍ରକୁ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ଭାବେ ଇତିହାସ ରଚିଥିଲା । ଏହି ସଫଳତା ପରେ ଏବେ 2022 ସୁଦ୍ଧା ଚନ୍ଦ୍ରକୁ ଏକ ମାନବ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛି ଭାରତ । ଦେଶର ମହତ୍ବାକାଂକ୍ଷି 'ଗଗନଯାନ' କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇଟି ମାନବ ରହିତ ଓ ଗୋଟିଏ ମାନବ ଯୁକ୍ତ ଯାନ ଅନ୍ତରୀକ୍ଷକୁ ପଠାଇବାକୁ ଯୋଜନା ରହିଛି ।
ଦେଶର ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ଯୋଜନା ମଧ୍ୟରୁ ଗୋଟିଏ । ଏଥିପାଇଁ 10,000 କୋଟି ବ୍ୟୟ ଅଟକଳ ମଧ୍ୟ ରହିଛି । ଇସ୍ରୋ ଗଗନଯାନ ପରିଯୋଜନାର ସାହାଯ୍ୟ ପାଇଁ ଋଷ ସହ ଚୁକ୍ତି କରିଛି ।