ETV Bharat / bharat

ଟ୍ରମ୍ପଙ୍କ ପରାଜୟରୁ ଭାରତ ଶିଖିବା ଦରକାର: ଶିବସେନା - ଆମେରିକା ନିର୍ବାଚନ ଉପରେ ଶିବସେନା

ଶିବସେନା ମୁଖପାତ୍ର ସାମାନା କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି 'ନମସ୍ତେ ଟ୍ରମ୍ପ'ର ଆୟୋଜନ କରି ଭୁଲ ଲୋକଙ୍କୁ ସମର୍ଥନ କରିଥିଲେ । ଆମେରିକାର ଲୋକମାନେ ପୁନର୍ବାର ଡୋନାଲ୍ଡ ଟ୍ରମ୍ପ ବାଛିବାରେ ଭୁଲ୍ କରିନାହାଁନ୍ତି ଏବଂ ଶିବସେନାଙ୍କ ଅନୁଯାୟୀ ଭାରତ ତାଙ୍କ ପରାଜୟରୁ ଶିଖିବା ଉଚିତ୍।

ଟ୍ରମ୍ପଙ୍କ ପରାଜୟରୁ ଭାରତର ଶିଖିବା ଦରକାର
ଟ୍ରମ୍ପଙ୍କ ପରାଜୟରୁ ଭାରତର ଶିଖିବା ଦରକାର
author img

By

Published : Nov 9, 2020, 1:15 PM IST

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ହାରକୁ ନେଇ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ କଲା ଶିବସେନା । ସୋମବାର ଶିବସେନାର ମୁଖପାତ୍ର ସାମନା କହିଛି, ଟ୍ରମ୍ପଙ୍କୁ ହାର ଠାରୁ ଭାରତକୁ ଶିକ୍ଷା ନେବା ଜରୁରୀ ।

ଆମେରିକାବାସୀଙ୍କୁ ଟ୍ରମ୍ପ ଯାହା ଯାହା ପ୍ରତିଶୃତି ଦେଇଥିଲେ ସେଥିରୁ ଗୋଟିଏ ମଧ୍ୟ ସେ ପୂରଣ କରିନାହାଁନ୍ତି । ଏବେ ଭାରତ ମଧ୍ୟ ଏହି ପରାଜୟରୁ ଶିକ୍ଷା ନେବା ଦରକାର ବୋଲି ସାମନା କହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ ଯାହାକୁ ସେ ପୂରଣ କରିପାରନଥିବା ବିରୋଧୀ ବିଭିନ୍ନ ସମୟରେ ସମାଲୋଚନା କରନ୍ତି । କୋରୋନା ମହାମାରୀ ସମୟରେ ଆମେରିକାରେ ବେରୋଜଗାରୀ ରେକର୍ଡ ଭାଙ୍ଗିଛି । ଟ୍ରମ୍ପ ଏହାକୁ ସାମାଧନ କରିବା ବଦଳରେ ଏହାର ମଜାକରେ ନେଇଥିଲେ ।

ଏଥିସହ ଶିବସେନା ଆମେରିକା ନିର୍ବାଚନକୁ ବିହାର ବିଧାନସଭା ନିର୍ବାଚନ ସହ ତୁଳନା କରିଛି । ବର୍ତ୍ତମାନ ଆମେରିକାର କ୍ଷମତାରେ ପରିବର୍ତ୍ତନ ହୋଇଛି । ବିହାରରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିବ । ଏବେ ଦେଶ ଓ ରାଜ୍ୟର ଲୋକଙ୍କ ମୋଦିଙ୍କୁ ଭୋଟ ଦେବାକୁ କୌଣସି ବିକଳ୍ପ ବଞ୍ଚିନାହିଁ । ତେଣୁ ସମସ୍ତେ ମୋଦିଙ୍କ ମିଥ୍ୟା ପ୍ରତିଶୃତିରୁ ଦୂରେଇ ଯାଇ ପରିବର୍ତ୍ତନ ମୁହାଁ ହୋଇଛନ୍ତି ।

ଶିବସେନା କହିଛି ଯେ, ଆମ ଦେଶରେ ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା ତାହା ଭୁଲିଯିବା ଉଚିତ ନୁହେଁ । କାରଣ ଭୁଲ ବ୍ୟକ୍ତିଙ୍କ ସହ ଠିଆ ହେବା ଆମର ସଂସ୍କୃତି ନୁହେଁ କିନ୍ତୁ ଏହା ଜାରି ରହିଛି । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାରେ ଉପରାଷ୍ଟ୍ରପତି ହୋଇଛନ୍ତି । ହେଲେ ତାଙ୍କର ଏହି ବିଜୟକୁ ଟ୍ରମ୍ପ ଗ୍ରହଣ କରୁନାହାଁନ୍ତି । ଯେଉଁ ବ୍ୟକ୍ତି ମହିଳାଙ୍କୁ ସମ୍ମାନ କରିନାହିଁ ତାକୁ ଆମ ପ୍ରଧାନମନ୍ତ୍ରୀ ଓ ବିଜେପି ଦଳ ସମର୍ଥନ କରୁଛନ୍ତି ।

ଭାରତରେ ଟ୍ରମ୍ପଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହେଲେ ଆମେରିକାର ବୁଦ୍ଧିମାନ ଲୋକମାନେ ଟ୍ରମ୍ପଙ୍କୁ ‘ବିଦାୟ’ କହି ନିଜର ଭୁଲକୁ ସଂଶୋଧନ କରିଛନ୍ତି ବୋଲି ଶିବସେନା କହିଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନୀତିଶ କୁମାରଙ୍କ ସମେତ ବିଜେପିର ଅନ୍ୟ ନେତା ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବଙ୍କ ସାମ୍ନାରେ ଛିଡା ହୋଇପାରିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.