ETV Bharat / bharat

ବିଭିନ୍ମ ରାଜ୍ୟକୁ ଟେଷ୍ଟ କିଟ୍ ପଠାଇବ ଇଣ୍ଡିଆ ପୋଷ୍ଟ:ଆଇସିଏମଆର

author img

By

Published : May 8, 2020, 8:55 AM IST

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପ୍ରତିଦିନ ସମଗ୍ର ଦେଶରେ ପ୍ରାୟ 1 ଲକ୍ଷ ପରୀକ୍ଷା କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଜର ଭୂମିକା ଗ୍ରହଣ କରିବାକୁ ଇଣ୍ଡିଆ ପୋଷ୍ଟ ମଧ୍ୟ ଆଗକୁ ଆସିଛି। 1,56000 ଡାକଘରର ଏକ ବିଶାଳ ନେଟୱାର୍କ ସହିତ ଇଣ୍ଡିଆ ପୋଷ୍ଟ ପୁଣି ଥରେ କୋରୋନା ୱାରିୟର୍ସରେ ପରିଣତ ହୋଇଛି ।

._india post
ବିଭିନ୍ମ ରାଜ୍ୟକୁ ଟେଷ୍ଟ କିଟ୍ ପଠାଇବ ଇଣ୍ଡିଆ ପୋଷ୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏପରି ପରିସ୍ଥିତିରେ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ରୋଗର ନିୟନ୍ତ୍ରଣ ପାଇବା ପାଇଁ ଏହାର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଭାରତର ସମସ୍ତ ସ୍ଥାନକୁ ଟେଷ୍ଟ କିଟ୍ ବିତରଣ ଏକ ପ୍ରମୁଖ ପ୍ରାଥମିକତା ହୋଇଛି । ଟେଷ୍ଟ କିଟ୍ ଗୁଡିକ ଦେଶର ବିଭିନ୍ନ ସ୍ଥାନରେ ଠିକ୍ ସମୟରେ ବିତରଣ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପ୍ରତିଦିନ ସମଗ୍ର ଦେଶରେ ପ୍ରାୟ 1 ଲକ୍ଷ ପରୀକ୍ଷା କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଜର ଭୂମିକା ଗ୍ରହଣ କରିବାକୁ ଇଣ୍ଡିଆ ପୋଷ୍ଟ ମଧ୍ୟ ଆଗକୁ ଆସିଛି। 1,56000 ଡାକଘରର ଏକ ବିଶାଳ ନେଟୱାର୍କ ସହିତ ଇଣ୍ଡିଆ ପୋଷ୍ଟ ପୁଣି ଥରେ କୋରୋନା ୱାରିୟର୍ସରେ ପରିଣତ ହୋଇଛି ।

ଆଧାର ସିଷ୍ଟମ ମାଧ୍ୟମରେ ଲୋକଙ୍କ ଘର ଦ୍ବାରା ଯାଏଁ ଟଙ୍କା ପଠାଇବା କାର୍ଯ୍ୟ ଜାରି ରଖି ଇଣ୍ଡିଆ ପୋଷ୍ଟ ବର୍ତ୍ତମାନ କୋରୋନା ମହାମାରୀ ସମୟରେ ଲୋକଙ୍କୁ ସେବା କରିବା ଆରମ୍ଭ କରିଛି। ଇଣ୍ଡିଆ ପୋଷ୍ଟ ନିଜର 16ଟି ଆଞ୍ଚଳିକ ଡିପୋରୁ କୋରୋନା ଟେଷ୍ଟ କିଟ୍ ବିତରଣ କରିବ । ଏଥିପାଇଁ ଇଣ୍ଡିଆ ପୋଷ୍ଟର ଆଇସିଏମଆର ସହିତ ଏକ ଚୁକ୍ତିନାମା ହୋଇଛି। ଇଣ୍ଡିଆ ପୋଷ୍ଟ ଦେଶରେ ଆଇସିଏମଆର ଦ୍ୱାରା ନିର୍ମିତ 200 ଅତିରିକ୍ତ ଲ୍ୟାବ ପାଇଁ ଟେଷ୍ଟ କିଟ୍ ଯୋଗାଇବ । ତେବେ ଏହି ସମସ୍ତ ଲ୍ୟାବକୁ କୋରୋନା ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି ।

ଏହି ନିଷ୍ପତ୍ତି ସମ୍ପର୍କରେ ଯୋଗାଯୋଗ ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଆଇସିଏମଆର ଏବଂ ପୋଷ୍ଟ ବିଭାଗ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମାକୁ ମୁଁ ସ୍ୱାଗତ କରୁଛି। ଡାକ ବିଭାଗ ଲୋକଙ୍କୁ ଚିଠି, ଔଷଧ, ଆର୍ଥିକ ସହାୟତା ଭଳି ସୁବିଧା ଯୋଗାଇ ଆସୁଛି। ଏଥିସହ ଡାକ ବିଭାଗ ଲକଡାଉନ ମଧ୍ୟରେ ଅଭାବୀ ଲୋକଙ୍କୁ ଖାଦ୍ୟ ଏବଂ ରାସନ ଯୋଗାଇବା ପାଇଁ କାର୍ଯ୍ୟ କରୁଛି । ଏଭଳି ସଙ୍କଟ ସମୟରେ ଆଣର ପୋଷ୍ଟମ୍ୟାନ ଦେଶ ସହ କାନ୍ଧ ମିଳାଇ ଚାଲୁଛି ।

ଚୁକ୍ତିନାମା ଅନୁଯାୟୀ, ଚେଷ୍ଟିଙ୍ଗ୍ କିଟ୍ ଡାକ ବିଭାଗର ଡିପୋରେ ପହଞ୍ଚିବା ମାତ୍ରେ ସେଠାରୁ ବିଭିନ୍ନ ରାଜ୍ୟର ଲ୍ୟାବରେ ଠିକ୍ ସମୟରେ ପହଞ୍ଚାଇ ଦିଆଯିବ। ଏହି ଡିପୋଗୁଡ଼ିକ 16ଟି ଡାକ ସର୍କଲ କିମ୍ବା ରାଜ୍ୟରେ ଅବସ୍ଥିତ । ଏହି କାର୍ଯ୍ୟ ପାଇଁ ପୋଷ୍ଟ ବିଭାଗ ଏବଂ ଆଇସିଏମଏରୁ ପକ୍ଷରୁ ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଯାହା ଦ୍ବାରା ଡେଲିଭରୀ ସଠିକ ସମୟରେ ହୋଇପାରିବ।

ଠିକ୍ ସମୟରେ ପରୀକ୍ଷା କିଟ୍ ଗୁଡିକ ଲ୍ୟାବରେ ପହଞ୍ଚାଇବାକୁ ପ୍ରାଥମିକତା ମଧ୍ୟରେ ରଖାଯାଇଛି | ଇଣ୍ଡିଆ ପୋଷ୍ଟ କିଛି ଟେଷ୍ଟ କିଟ୍ ଡେଲିଭରୀ ମଧ୍ୟ ଆରମ୍ଭ କରିଛି। କୋଲକାତା, ଭୁବନେଶ୍ୱର, ରାଞ୍ଚି, ପାଟନା, ଯୋଧପୁର, ଅଜମେର,ଝାଲାୱାଡ, ଉଦୟପୁର, କୋଟା, ଡୁଙ୍ଗରପୁର, ଚୁରୁ, ଗୌହାଟିରୁ ଇମ୍ଫାଲ ଏବଂ ଆଇଜାଲକୁ ଟେଷ୍ଟ କିଟ୍ ପଠାଯାଇଛି । ତେବେ କିଟ୍ ଗୁଡିକ ନଷ୍ଟ ନହେବା ପାଇଁ ସେଗୁଡିକୁ ଶୁଖିଲା ବରଫରେ ପ୍ୟାକିଙ୍ଗ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.