ETV Bharat / bharat

ଯୁଦ୍ଧ ପାଇଁ ତୟାର ପାକିସ୍ତାନ, ଆଲର୍ଟ ରହିବାକୁ ନିର୍ଦ୍ଦେଶନାମା ଜାରି

ପାକିସ୍ତାନ ସୀମାରେ ନିୟୋଜିତ ନିଜ ସେନା ଶିବିରକୁ ବିପୁଳ ପରିମାଣର ଯୁଦ୍ଧ ସାମଗ୍ରୀ ପଠାଇବା ଯୋଜନା ଆରମ୍ଭ କରୁଛି ପାକିସ୍ତାନ । ଏହାସହ ସେନା ହସ୍ପିଟାଲ ଗୁଡିକରେ ଜରୁରୀକାଳୀନ ମେଡିକାଲ ସହାୟତା ସହ ସଜାଗ ରହିବା ପାଇଁ ହାଇଆଲର୍ଟ ଜାରି କରିଛି ପାକିସ୍ତାନ । ସ୍ଥାନୀୟ ବାସିନ୍ଦାଙ୍କୁ ଯୁଦ୍ଧବେଳେ ସୁରକ୍ଷିତ ରାସ୍ତା ଦେଇ ଯିବା ଆସିବା କରିବା ପାଇଁ କୁହାଯାଇଛି । ଏଥିସହ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକେ ଯେଉଁମାନେ ବଙ୍କର ତିଆରି କରିନାହାନ୍ତି, ସେମାନଙ୍କୁ ତୁରନ୍ତ ବଙ୍କର ତିଆରି ପାଇଁ କୁହାଯାଇଛି | ଲୋକଙ୍କୁ ରାତିରେ ଅନାବଶ୍ୟକ ଭାବରେ ଲାଇଟ ଲଗାଇବା ପାଇଁ ବାରଣ କରାଯାଇଛି ।

author img

By

Published : Feb 22, 2019, 9:18 PM IST

ଡିଜାଇନ ଫଟୋ

ଶ୍ରୀନଗର: ଭାରତ ସହ ଯୁଦ୍ଧ ପାଇଁ ପାକିସ୍ତାନ ସେନା ଓ ସରକାର ଯୋଜନା ପ୍ରସ୍ତୁତି ଆରମ୍ଭ କରିସାରିଛି । ପାକିସ୍ତାନ ସୀମାରେ ନିୟୋଜିତ ନିଜ ସେନା ଶିବିରକୁ ବିପୁଳ ପରିମାଣର ଯୁଦ୍ଧ ସାମଗ୍ରୀ ପଠାଇବା ଯୋଜନା ଆରମ୍ଭ କରୁଛି ପାକିସ୍ତାନ । ଏହାସହ ସେନା ହସ୍ପିଟାଲ ଗୁଡିକରେ ଜରୁରୀକାଳୀନ ମେଡିକାଲ ସହାୟତା ସହ ସଜାଗ ରହିବା ପାଇଁ ହାଇଆଲର୍ଟ ଜାରି କରିଛି ପାକିସ୍ତାନ । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ସେନାକୁ ଭାରତ ଆକ୍ରମଣ କଲେ ପ୍ରତିଆକ୍ରମଣ କରିବା ପାଇଁ ସ୍ବାଧୀନତା ଦେଇଛନ୍ତି ।

ସୂଚନା ମୁତାବକ ଏହି ଘଟଣା ପରେ ଭାରତ ପାକିସ୍ତାନକୁ ସବୁଆଡୁ ନିରସ୍ତ୍ର କରିବା ଯୋଜନାରେ ବ୍ୟବସ୍ଥା କରି ସଫଳ ହେବାରେ ଲାଗିଛି । ଅନ୍ୟ ପଟେ ଦେବାଳିଆ ପାକିସ୍ତାନ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଭୟରେ ରହିଛି । ପାକିସ୍ତାନର ପୋଷ୍ୟପୁତ୍ର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ପାକିସ୍ତାନ ସରକାରଙ୍କୁ ଅଭୟ ବାଣୀ ଦେଇ ଭାରତ ଆଗରେ ମୁଣ୍ଡ ନୁଆଁଇବା ଆବଶ୍ୟକ ନାହିଁ ବୋଲି କହିଛି । ସେପଟେ ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦ ପୁଲୱାମା ଘଟଣାକୁ ନେଇ କଡା ସମାଲୋଚନା କରିଛି । ଆତଙ୍କବାଦ ବିରୋଧରେ ସ୍ବର ଉତ୍ତୋଳନ କରି ଭାରତକୁ ସମର୍ଥନ ଦେଇ ଏହା କାପୁରୁଷତା ବୋଲି ସମାଲୋଚନା କରିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବେଲୁଚିସ୍ତାନରେ ଥିବା ପାକିସ୍ତାନ ସେନା ଏବଂ ପାକିସ୍ତାନ କବଜାରେ ଥିବା କାଶ୍ମୀରର (ପିଓକେ)ର ସ୍ଥାନୀୟ ପ୍ରଶାସନକୁ ଆଦେଶ ଜାରି କରି ଦିଆଯାଇଛି | ଏଥିରେ ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ସ୍ଥିତିରେ ରହିଛି ଏଥିପାଇଁ ସଜାଗ ରହିବା ପାଇଁ ଏହି ନିର୍ଦେଶ ଦିଆଯାଇଛି |

undefined

ଏହାସହ ପାକିସ୍ତାନ ସେନାର ମୁଖ୍ୟ କାର୍ଯ୍ୟାଳୟ କ୍ବୋଟା ବେସ୍‌ ଲାଜିଷ୍ଟିକ୍ସ(ଏଚ୍‌କ୍ୟୁଏଲଏ)ରୁ ଜିଲାନି ହସ୍ପିଟାଲକୁ ଫେବୃଆରୀ ୨୦ ତାରିଖରେ ପଠାଯାଇଥିବା ଏକ ନିର୍ଦେଶନାମାରେ ଭାରତ ସହ ଯୁଦ୍ଧ ପରିସ୍ଥିତିକୁ ଆଖିଆଗରେ ରଖି ମେଡିକାଲକୁ ସହାୟତା ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଏହାସହ ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ବେଲୁଚିସ୍ତାନ ସିଭିଲ୍‌ ହସ୍ପିଟାଲ ପଠାଯିବା କଥା କୁହାଯାଇଛି । ସିଭିଲ ମିଲିଟାରୀ ହସ୍ପିଟାଲରେ ବେଡ ବ୍ୟବସ୍ଥା ହେବା ଯାଏଁ ଯୁଦ୍ଧ ଆହତ ଯବାନଙ୍କୁ ବେଲୁଚି ସିଭିଲ୍‌ ହସ୍ପିଟାଲରେ ରହିବେ ବୋଲି କୁହାଯାଇଛି । ଏହାସହ ଯୁଦ୍ଧ ପ୍ରସ୍ତୁତି ତଥା ଯବାନଙ୍କ ଚିକିତ୍ସାରେ କୌଣସି ଅବହେଳା ନହେବା ପାଇଁ ସିଭିଲ୍‌ ହସ୍ପିଟାଲର ବେଡ ସଂଖ୍ୟା 25 ପ୍ରତିଶତ ବଢାଇବା ପାଇଁ ନିର୍ଦ୍ଦେଶ ରହିଛି ।

ଏହାସହ ନିର୍ଦେଶନାମାରେ ସିଧାସଳଖ ଯବାନମାନଙ୍କ ଦେଖାଶୁଣା ଓ ଚିକିତ୍ସା ସମ୍ଭନ୍ଧୀୟ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି । ଏଥିରେ ପୂର୍ବାଞ୍ଚଳ ମୋର୍ଚ୍ଚାରେ ଯୁଦ୍ଧ ଆହତ ଯବାନଙ୍କୁ ଅପାତକାଳୀନ ସ୍ବାସ୍ଥ୍ୟସେବା ସିନ୍ଧ ଏବଂ ପଞ୍ଜାବର ସିଭିଲ ଏବଂ ମିଲିଟାରୀ ହସ୍ପିଟାଲରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସିଭିଲ ମିଲିଟାରୀ ହସ୍ପିଟାଲରେ ବେଡ଼ ବ୍ୟବସ୍ଥା ହେବା ଯାଏଁ ଆହତ ଯବାନ ସେଠାରେ ରହିବେ |”

ଏହାସହ ଗୁରୁବାର ଦିନ ପିଓକେ ସରକାର ନିଲମ, ଝେଲମ, ରାବଲକୋଟ, ହାବେଳୀ, କୋଟଲି ଏବଂ ଭିମ୍ବରର ନିୟନ୍ତ୍ରଣ ରେଖାଠୁ ପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି | ଯୁଦ୍ଧ ସ୍ଥିତିରେ ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଛି |

undefined

ଏହାସହ ପାକିସ୍ତାନ ସରକାର ସବୁଠାରୁ ଆତ୍ୟାବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଯୁଦ୍ଧ ଯେ କୌଣସି ପରିସ୍ଥିତିରେ ଆରମ୍ଭ ହେବାର ଆଶଙ୍କା ରହିଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ଯୁଦ୍ଧବେଳେ ସୁରକ୍ଷିତ ରାସ୍ତା ଦେଇ ଯିବା ଆସିବା କରିବା ପାଇଁ କୁହାଯାଇଛି । ଏଥିସହ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକେ ଯେଉଁମାନେ ବଙ୍କର ତିଆରି କରିନାହାନ୍ତି, ସେମାନଙ୍କୁ ତୁରନ୍ତ ବଙ୍କର ତିଆରି ପାଇଁ କୁହାଯାଇଛି | ଲୋକଙ୍କୁ ରାତିରେ ଅନାବଶ୍ୟକ ଭାବରେ ଲାଇଟ ଲଗାଇବା ପାଇଁ ବାରଣ କରାଯାଇଛି । ତତ୍‌ସହିତ ଏଲଓସି ପାଖକୁ ନଯିବା ପାଇଁ ଲୋକଙ୍କ ପାଇଁ ନିର୍ଦେଶନାମା ଜାରି କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.