ETV Bharat / bharat

କରତାରପୁର କରିଡର: ପ୍ରତିଦିନ 5000 ଶ୍ରଦ୍ଧାଳୁଙ୍କୁ କରିଡରକୁ ଛାଡିବାକୁ ଭାରତର ଅନୁରୋଧ - Kartarpur Corridor

ଓ୍ବାଘା ସୀମାରେ କରତାରପୁର କରିଡରକୁ ନେଇ ଚାଲିଥିବା ଦ୍ବିପାକ୍ଷିକ ଆଲୋଚନା ଶେଷ ହୋଇଛି । ଭାରତ ପକ୍ଷରୁ ଗୃହବିଭାଗର ଅନ୍ତରୀଣ ସୁରକ୍ଷା ଯୁଗ୍ମ ସଚିବଙ୍କ ନେତୃତ୍ବରେ ଯାଇଛି ଭାରତୀୟ ପ୍ରତିନିଧିମଣ୍ଡଳ । 5000 ଶ୍ରଦ୍ଧାଳୁଙ୍କୁ କରିଡର ଦେଇ ଗୁରୁଦ୍ବାର କରତାରପୁର ସାହିବ ଦର୍ଶନ ପାଇଁ ଅନୁମତି ଦେବାକୁ ଭାରତ ପାକିସ୍ତାନକୁ ଅନୁରୋଧ କରିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 14, 2019, 2:30 PM IST

Updated : Jul 14, 2019, 3:22 PM IST

ଓ୍ବାଘା: କରତାରପୁର କରିଡରକୁ ନେଇ ସରିଲା ଓ୍ବାଘା ସୀମାରେ ଚାଲିଥିବା ଭାରତ ପାକିସ୍ତାନ ଦ୍ବିପାକ୍ଷିକ ଆଲୋଚନା । ପାକିସ୍ତାନ ପ୍ରତିଦିନ 5000 ଶ୍ରଦ୍ଧାଳୁଙ୍କୁ କରିଡର ଦେଇ ଗୁରୁଦ୍ବାର କରତାରପୁର ସାହିବ ଦର୍ଶନ ପାଇଁ ଅୁନମତି ଦେବାକୁ ଆଲୋଚନାରେ ଭାରତ ପାକିସ୍ତାନକୁ ଅନୁରୋଧ କରିଛି ।

ଭାରତୀୟ ଗୃହବିଭାଗର ଅନ୍ତରୀଣ ସୁରକ୍ଷା ଯୁଗ୍ମ ସଚିବ ଏସସିଏଲ ଦାସ ଏବଂ ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ଦୀପକ ମିତ୍ତଲଙ୍କ ନେତୃତ୍ବରେ ଯାଇଥିବା ଭାରତୀୟ ପ୍ରତିନିଧି ମଣ୍ଡଳଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଡ. ମହମ୍ମଦ ଫୈଜଲଙ୍କ ପକ୍ଷରୁ ଓ୍ବାଘାଠାରେ ସ୍ବାଗତ କରାଯାଇଥିଲା । ସେପଟେ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଡ. ମହମ୍ମଦ ଫୈସଲଙ୍କ ଅଧ୍ୟକ୍ଷତାରେ 20 ଜଣିଆ ପାକିସ୍ତାନୀ ଅଧିକାରୀ ଏହି ପ୍ରତିନିଧି ମଣ୍ଡଳରେ ସାମିଲ ଥିଲେ ।

ଏହି ଦ୍ବିପାକ୍ଷିକ ଆଲୋଚନାବେଳେ ଇନଫ୍ରାଷ୍ଟ୍ରକଚର, ତୀର୍ଥଯାତ୍ରୀଙ୍କ ଯାତାୟତ ଓ ସୁରକ୍ଷା ସହିତ ଅନେକ ବିଷୟକୁ ଭାରତ ଉଠାଇଥିବା ଜଣାପଡିଛି ।

ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କୁହାଯାଉଥିବା ଏହି କରିଡର ପାଇଁ ପୂର୍ବରୁ ପ୍ରଥମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି । ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ ଏହି କାମ ଶେଷ କରାଯିବାକୁ ଉଦ୍ୟମ ରଖାଯାଇଛି । ଏହି ପ୍ରକଳ୍ପର ଯବନିକା ପଡ଼ିଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଆଧ୍ୟାତ୍ମିକ ସଂପର୍କରେ ଉନ୍ନତି ଆସିବ ବୋଲି କୁହାଯାଉଛି ।

Intro:Body:

BLANK

Conclusion:
Last Updated : Jul 14, 2019, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.