ଏ ବର୍ଷ ଜୁନ୍ ମାସରେ ଲଦାଖ ଅଞ୍ଚଳରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ 45 ବର୍ଷରେ ପ୍ରଥମ ଥର ପାଇଁଭାରତ ଓ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ଉଭୟ ପକ୍ଷର ସୈନିକ ମୃତାହତ ହେବା ପରେ ଏବେ ଉତ୍ତେଜନା ପ୍ରଶମନଦିଗରେ ଏସିଆର ଏହି ଦୁଇ ଶକ୍ତିଶାଳୀ ଦେଶ ଆଲୋଚନା ଚଳାଇଥିବା ବେଳେ ବେଜିଂର ତୀବ୍ର କ୍ଷମତା ବିସ୍ତାର ନୀତିକୁପ୍ରତିହତ କରିବାକୁ ନୂଆଦିଲ୍ଲୀ ଯୋଜନା କରୁଛି ।କେତେକ ରିପୋର୍ଟ ଅନୁସାରେ, ଭାରତରେ ଚୀନର କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ର ବିଭିନ୍ନ ଚାପ୍ଟର ସ୍ଥାପନ ନିଷ୍ପତ୍ତିକୁନୂତନ ଭାବେ ନାମିତ ଭାରତର ଶିକ୍ଷା ମନ୍ତ୍ରାଳୟ ପୁନର୍ବାର ସମୀକ୍ଷା କରିବାକୁ ଯାଉଛି ଏବଂ ଏ କ୍ଷେତ୍ରରେ କେତେକଭାରତୀୟ ଶିକ୍ଷାନୁଷ୍ଠାନର ସହଯୋଗ ନିଆଯାଉଛି ।ଚୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସହିତ ଅନ୍ୟ ଦେଶରେ ଥିବା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରସାର୍ବଜନୀନ ସହଭାଗିତା ହେଉଛି କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ ଚୀନର ଶିକ୍ଷା ମନ୍ତ୍ରାଳୟ ସହିତ ଅନୁବନ୍ଧିତହାନ୍ବାନ୍ (ସରକାରୀ ଭାବେ ଅନ୍ତର୍ଜାତୀୟ ଚୀନା ଭାଷା ପରିଷଦ) ଏହି ସହଭାଗିତାକୁ ପାଣ୍ଠି ଯୋଗାଇବା ସହିତ ଏହାରଆଂଶିକ ପରିଚାଳନା କରିଥାଏ ।
ଚୀନା ଭାଷା ଓ ସଂସ୍କୃତିର ପ୍ରସାର, ଅନ୍ତର୍ଜାତୀୟ ସ୍ତରରେ ଚୀନା ଭାଷାରେ ଶିକ୍ଷାଦାନ କ୍ଷେତ୍ରରେ ସ୍ଥାନୀୟ ସହଯୋଗଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଗମ କରାଇବା ଏହି କାର୍ଯ୍ୟକ୍ରମର ଘୋଷିତ ଲକ୍ଷ୍ୟ । ଯେଉଁ ସବୁ ଦେଶରେ ଏହିସଂଗଠନ କାର୍ଯ୍ୟ କରୁଛି, ସେଠାରେ ଚୀନର ବର୍ଦ୍ଧିତ ପ୍ରଭାବ ଯୋଗୁଁ ଉଦ୍ବେଗ ପ୍ରକାଶ ପାଉଥିବାରୁ ଏହି ସଂଗଠନ ତୀବ୍ରସମାଲୋଚନାର ସମ୍ମୁଖୀନ ହୋଇଛି ।ହାନ୍ବାନ୍ ସହଯୋଗରେ 2004ରେ କନ୍ଫ୍ୟୁସିଅସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସଂପୃକ୍ତବିଶ୍ବବିଦ୍ୟାଳୟଗୁଡ଼ିକ ନିଜେ ନିଜେ ଏହାର ତତ୍ତ୍ବାବଧାନ କରୁଥିଲେ । ସାରା ବିଶ୍ବରେ ଏହା ସହିତ ସହବନ୍ଧିତ ସ୍ଥାନୀୟମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ସହଯୋଗରେ ଏହି ଅନୁଷ୍ଠାନ ପରିଚାଳିତ ହେଉଥିଲା ଏବଂ ଏଥିରେ ହାନ୍ବାନ୍ ଓଆୟୋଜକ ଅନୁଷ୍ଠାନ ମିଳିତ ଭାବେ ଅର୍ଥ ବିନିଯୋଗ କରୁଥିଲେ ।
ବିଶ୍ବର ବିଭିନ୍ନ ଦେଶରେ ନିଜ ନିଜ ଦେଶର ଭାଷା ଓ ସଂସ୍କୃତିର ପ୍ରସାର କରୁଥିବା ଫ୍ରାନ୍ସର ‘ଆଲିଆନ୍ସ ଫ୍ରାଙ୍କାଇ’ଏବଂ ଜର୍ମାନୀର ‘ଗୋଥେ-ଇନ୍ଷ୍ଟିଚ୍ୟୁଟ’ ଅନୁରୂପ କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ବୋଲିଉପସ୍ଥାପନ କରିବାକୁ ବେଜିଂ ଉଦ୍ୟମ କରୁଛି । ହେଲେ ‘ଆଲିଆନ୍ସ ଫ୍ରାଙ୍କାଇ’ ଏବଂ ‘ଗୋଥେ-ଇନ୍ଷ୍ଟିଚ୍ୟୁଟ୍’ ଅନ୍ୟଦେଶରେ ସ୍ବାଧୀନ ଭାବେ କାମ କରୁଥିବା ବେଳେ କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ ଅନ୍ୟ ଦେଶର ସ୍ଥାନୀୟ ଶିକ୍ଷାନୁଷ୍ଠାନସହଯୋଗରେ କାର୍ଯ୍ୟ କରିବାକୁ ଚାହେଁ ଏବଂ ଏଥିପାଇଁ ଚୀନ ସରକାର ପାଣ୍ଠି ଯୋଗାଇ ଦିଅନ୍ତି ।ବିଶେଷଜ୍ଞମାନଙ୍କ ମତରେ, କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ କାର୍ଯ୍ୟକ୍ରମ ବେଜିଂର “ତୀବ୍ର କ୍ଷମତା” ସଂପ୍ରସାରଣବାଦୀନୀତିର ଏକ ଅଂଶବିଶେଷ ।କୌଣସି ଦେଶର ରାଜନୈତିକ ବ୍ୟବସ୍ଥାକୁ ପ୍ରଭାବିତ ଓ କ୍ଷୁଣ୍ଣ କରିବା ଲକ୍ଷ୍ୟରେ ଅନ୍ୟ ଏକ ଦେଶ ଦ୍ବାରା କୂଟନୈତିକକୌଶଳ ଉପଯୋଗ ନୀତିକୁ ତୀବ୍ର କ୍ଷମତା ନୀତି କୁହାଯାଏ ।
କୌଣସି ଗଣତାନ୍ତ୍ରିକ ଦେଶରେ କ୍ଷମତାସୀନ ସ୍ବେଚ୍ଛାଚାରୀ ସରକାର ପକ୍ଷରୁ ସରକାରୀ କ୍ଷମତା ନାମରେ ଉପସ୍ଥାପିତଆକ୍ରମଣାତ୍ମକ ଏବଂ ବିନାଶକାରୀ ନୀତିକୁ ବର୍ଣ୍ଣନା କରିବାକୁ ଯାଇ ଆମେରିକାର ‘ନ୍ୟାସନାଲ ଏଣ୍ଡାଓମେଣ୍ଟ ଫରଡେମୋକ୍ରାସି’ ପକ୍ଷରୁ ‘ତୀବ୍ର କ୍ଷମତା’ ପଦ ରଚିତ ହୋଇଥିଲା । ଏଗୁଡ଼ିକ ସେହି ନୀତି, ଯାହାକୁ ଶକ୍ତ କ୍ଷମତା ବା କୋମଳକ୍ଷମତା ଭାବରେ ବର୍ଣ୍ଣନା କରାଯାଇପାରିବ ନାହିଁ ।କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁସନର ଚାପ୍ଟର ସ୍ଥାପନ ସକାଶେ ଚୀନ୍ର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଭାରତର କେତେକଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ବାକ୍ଷରିତ ବୁଝାମଣାପତ୍ରଗୁଡ଼ିକର ସମୀକ୍ଷା କରିବା ଲାଗି ଭାରତର ଶିକ୍ଷା ମନ୍ତ୍ରାଳୟଯୋଜନା କରିଛି ।ଈଟିଭି ଭାରତ ସହ ବାର୍ତ୍ତାଳାପ ଅବସରରେ ଜବାହର ନେହରୁ ବିଶ୍ବବି୍ଦ୍ୟାଳୟ ପରିଚାଳିତ ‘ସେଣ୍ଟର ଫର ଚାଇନିଜ୍ ଆଣ୍ଡସାଉଥ ଇଷ୍ଟ ଏସିଆନ୍ ଷ୍ଟଡିଜ୍’ର ଅଧ୍ୟକ୍ଷ ବି.ଆର. ଦୀପକ କହିଛନ୍ତି ଯେ ଅନ୍ୟ ଦେଶଗୁଡ଼ିକର ଉଦାରପନ୍ଥୀ ବ୍ୟବସ୍ଥାକୁଭେଦ କରିବା ପାଇଁ କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ଗୁଡ଼ିକୁ ବେଜିଂ ବ୍ୟବହାର କରୁଛି ।ଏଭଳି ଏକ ଅନୁଷ୍ଠାନ ଗଠନ ସକାଶେ ଜେଏନ୍ୟୁ ଏବଂ ପେକିଂ ବିଶ୍ବବିଦ୍ୟାଳୟ ମଧ୍ୟରେ 2005ରେ ଏକ ସହଭାଗିତାବୁଝାମଣା ସ୍ବାକ୍ଷରିତ ହୋଇଥିଲା ଏବଂ ପାଞ୍ଚ ବର୍ଷ ଅତିବାହିତ ହେବା ପରେ ଏହା ରଦ୍ଦ ହୋଇଯାଇଛି ।ଯଦିଓ ପେକିଂ ବିଶ୍ବବିଦ୍ୟାଳୟ ଏହି ବୁଝାମଣାକୁ କାର୍ଯ୍ୟକାରୀ କରାଇବା ଲାଗି ତତ୍ପରତା ପ୍ରକାଶ କରିଥିଲା, କିନ୍ତୁବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଅଧୀନରେ ପରିଚାଳିତ ହେଉଥିବାରୁ ଏଭଳି ଏକ ଅନୁଷ୍ଠାନ ସ୍ଥାପନ ଦିଗରେ ଅଗ୍ରଗତିକରିପାରିବ ନାହିଁ ବୋଲି ଜେଏନ୍ୟୁ ପକ୍ଷରୁ ଜଣାଇ ଦିଆଯାଇଥିଲା । ଦୀପକ କହିଲେ, “ଏଭଳି ଏକ ଅନୁଷ୍ଠାନ ସ୍ଥାପନ ଲାଗି ଆଗ୍ରହୀ ନୁହଁ ବୋଲି ଜେଏନ୍ୟୁ ଆନୁଷ୍ଠାନିକ ଭାବେ ହାନ୍ବାନ୍ ଏବଂ(ନୂଆଦିଲ୍ଲୀସ୍ଥିତ) ଚୀନ ଦୂତାବାସକୁ ଜଣାଇ ଦେଇଥିଲା ।”
ରିପୋର୍ଟ ଅନୁସାରେ ଭାରତରେ ଯେଉଁସବୁ କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ର ସମୀକ୍ଷା ନିମନ୍ତେ ଶିକ୍ଷା ମନ୍ତ୍ରାଳୟ ସ୍ଥିରକରିଛନ୍ତି ସେଗୁଡ଼ିକ ହେଲା ମୁମ୍ବାଇ ବିଶ୍ବବିଦ୍ୟାଳୟ, ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଜଳନ୍ଧରରଲଭ୍ଲି ପ୍ରଫେସନାଲ ୟୁନିଭର୍ସିଟି, ସୋନିପତର ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି, କୋଲକାତାର ସ୍କୁଲ୍ ଅଫ୍ ଚାଇନିଜ୍ଲାଙ୍ଗୁଏଜ୍, କୋଏମ୍ବାଟୁରର ଭାରତିଆର ବିଶ୍ବବିଦ୍ୟାଳୟ ଏବଂ ଗୁରୁଗ୍ରାମର କେ.ଆର. ମଙ୍ଗଳମ୍ ୟୁନିଭର୍ସିଟି ।ଚୀନର ଅନୁଷ୍ଠାନ ସ୍ଥାପନ ସଂକ୍ରାନ୍ତରେ ବେସରକାରୀ ଏବଂ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ଦୁଇ ପ୍ରକାରର ମାପଦଣ୍ଡଉପଯୋଗ ଉଚିତ ନୁହେଁ ବୋଲି ଜେଏନ୍ୟୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗର ଦୃଷ୍ଟି ଆକର୍ଷଣ କରିଥିଲା ।ଦୀପକ କହିଲେ, “ଏବେ ଏହି ପ୍ରସଙ୍ଗକୁ ଶିକ୍ଷା ମନ୍ତ୍ରାଳୟ ବିଚାର ପାଇଁ ଗ୍ରହଣ କରିଛି । ଏ କ୍ଷେତ୍ରରେ ଗୋଟିଏପ୍ରକାରର ନୀତି ଅନୁସୃତ ହେବା ଉଚିତ ।”ସାରା ବିଶ୍ବରେ 500ରୁ ଅଧିକ କନ୍ଫ୍ୟୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ ରହିଛି ଏବଂ କେବଳ ଆମେରିକାରେ 100ରୁ ଅଧିକ ରହିଛି ।ତେବେ, ବେଜିଂର ତୀବ୍ର କ୍ଷମତା ବିସ୍ତାର ନୀତି ସକାଶେ ବ୍ୟବହୃତ ହେଉଥିବା କାରଣରୁ ଏବେ ଏହି ଅନୁଷ୍ଠାନଗୁଡ଼ିକରଦୁର୍ନାମ ଅର୍ଜନ କରୁଛନ୍ତି ।ଦୀପକ କହିଲେ,“ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା କାରଣରୁ ଶ୍ରୀଲଙ୍କା ଏବଂ ନେପାଳ ଭଳି କ୍ଷୁଦ୍ର ଦେଶ, କେନ୍ଦ୍ରୀୟଏସିଆ ଏବଂ ବାଲକାନ ଦେଶ ସମୂହରେ ଏହି ଅନୁଷ୍ଠାନ ସ୍ଥାପିତ ହୋଇଥିଲା । ”
ସେ କହିଲେ, “ଚୀନ ସରକାରଙ୍କ କହିବା ଅନୁସାରେ, କନ୍ଫ୍ୟୁସିଅସ୍ ଇନ୍ଷ୍ଚିଚ୍ୟୁଟ୍ ଦ୍ବାରା ଆପଣଙ୍କ ନାମ ସୁପାରିସକରାଗଲେ ହିଁ ଆପଣଙ୍କୁ ଚୀନର କୌଣସି ବିଶ୍ବବିଦ୍ୟାଳୟରୁ ଛାତ୍ରବୃତ୍ତି ମିଳିପାରିବ । ଯଦିଓ ସେମାନେ ବିଭିନ୍ନ ବିଷୟରେଛାତ୍ରବୃତ୍ତି ଦେଉଥିବା କଥା କହନ୍ତି, ତେବେ ପ୍ରାୟତଃ ସେମାନେ କେବଳ ଚୀନା ଭାଷା ଅଧ୍ୟୟନ କ୍ଷେତ୍ରରେ ତାହାପ୍ରଦାନ କରିଥାଆନ୍ତି ।”ଦୀପକ କହିଲେ ଯେ, ଆଫ୍ରିକା ମହାଦେଶରେ ବେଜିଂ ଏହାର ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଆଫ୍ରିକାର ହଜାରହଜାର ଛାତ୍ରଛାତ୍ରୀ ଚୀନ୍ର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଛାତ୍ରବୃତ୍ତି ପାଇଁ ଆବେଦନ କରନ୍ତି ।ସେ ଆହୁରି କହିଲେ, “ଏବେ ଭାରତ ଚୀନର ତୀବ୍ର କ୍ଷମତା ବିସ୍ତାର ନୀତିକୁ ପ୍ରତିହତ କରିବାକୁ ବିଚାର କରୁଛି ।”
ଅରୁଣିମ ଭୁୟାଁ