ETV Bharat / bharat

ଅନ୍ୟ ଦେଶ ତୁଳନାରେ ବହୁତ ଭଲ କୋରୋନା ମୁକାବିଲା କରୁଛି ଭାରତ: ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରେ କୋରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ବହୁ ଦେଶ ତୁଳନାରେ ଭାରତ ବହୁତ ଭଲ କୋରୋନା ମୁକାବିଲା କରୁଛି ।

author img

By

Published : Jul 16, 2020, 3:28 PM IST

Updated : Jul 16, 2020, 8:22 PM IST

Breaking News

ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ବହୁ ଦେଶ ତୁଳନାରେ ଭାରତ ବହୁତ ଭଲ କୋରୋନା ମୁକାବିଲା କରୁଛି ।

ସେ ଏହା ମଧ୍ୟ କହିଛନ୍ତି ଯେ ଧୀରେ ଧୀରେ ଆମେ ମହାମାରୀ ବିରୋଧରେ ଯୁଦ୍ଧ ଜିତିବା ଦିଗରେ ଗତି କରୁଛୁ। ସେ କହିଛନ୍ତି, ଦେଶରେ ଲ୍ୟାବ ନେଟୱାର୍କକୁ ମଜବୁତ କରାଯାଇଛି ଓ ବର୍ତ୍ତମାନ ସମୁଦାୟ 1 ହଜାର 234 ଲାବ୍ରୋଟାରୀ କୋଭିଡ-19 ପାଇଁ ପରୀକ୍ଷା କରୁଛନ୍ତି। ସେ କହିଛନ୍ତି, କୋଭିଡ-19ର ପୁନରୁଦ୍ଧାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଦୁଇ ପ୍ରତିଶତରୁ କମ୍ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । କୋଭିଡ-19 ପ୍ରଭାବିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ମାତ୍ର 2 ପ୍ରତିଶତ ହିଁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟେକ ଦିନ ସ୍ଥିତିରେ ସୁଧାର ଆସୁଛି । ବର୍ତ୍ତମାନ ଦେଶର କୋରୋନା ମୃତ୍ୟୁ ହାର 2.57 ପ୍ରତିଶତ ରହିଛି । ଏଥିସହ କୋରୋନା ସୁସ୍ଥ ହାର 63.25 ପ୍ରତିଶତ ରହିଛି । ସର୍ବବୃହତ ଜନସଂଖ୍ୟା ବିଶିଷ୍ଠ ଦେଶ ହେବା ସର୍ତ୍ତେ ଭାରତ ବିଶ୍ବର ଅନ୍ୟ ଦେଶ ତୁଳନାରେ ବହୁତ ଭଲ କୋରୋନା ମୁକାବିଲା କରୁଛି ବୋଲି ଗୁରୁବାର ମନ୍ତ୍ରୀ କହିଛନ୍ତି । ସେ ଏମ୍ସରେ ରାଜକୁମାରୀ ଅମରିତ କୌର ଓପିଡି ବିଲ୍ଡିଂ ଉଦଘାଟନ ପରେ ଏହି ମନ୍ତବ୍ୟ ଦେଇଛନ୍ତି ।

ରାଜକୁମାରୀ ଅମ୍ରିତ କୌର ଓପିଡି ବ୍ଲକ ପ୍ରାୟ 6 ହଜାର 300 ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଛି । ଏହା ଦେଶର ସବୁଠାରୁ ବଡ ଜଣାଶୁଣା ଓପିଡି ଅଟେ । ନୂତନ ଓପିଡି ବ୍ଲକରେ SMART ଲ୍ୟାବ ରହିଛି । ଏହା 15 କୋଟି ଟଙ୍କା ମୂଲ୍ୟରେ ନିର୍ମିତ । ଏହି ଓପିଡିରେ 10 ଲକ୍ଷରୁ ଅଧିକ ରୋଗୀଙ୍କ କ୍ଷମତା ରହିଛି । ଏହାସହ ଲ୍ୟାବରେ ଦୈନିକ 2 ଲକ୍ଷ ପରୀକ୍ଷା କରାଯିବ ।

Last Updated : Jul 16, 2020, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.