ETV Bharat / bharat

ଭାରତ ଅନ୍ୟ ଦେଶର ରାଜନୀତିରେ ହସ୍ତକ୍ଷେପ କରେନାହିଁ: ଜୟଶଙ୍କର - ଜୟଶଙ୍କର

ହ୍ୟୁଷ୍ଟେନରେ ଆୟୋଜିତ ହୋଇଥିବା ହାଉଡ଼ି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ନାରାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଉକ୍ତ କାର୍ଯ୍ୟକ୍ରମରେ ମୋଦି ଦେଇଥିବା ଅବକି ବାର ମୋଦି ସରକାର ନାରାକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 1, 2019, 2:49 PM IST

ଓ୍ବାଶିଂଟନ: ହ୍ୟୁଷ୍ଟେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦେଇଥିବା ନାରାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି କି, ଅନ୍ୟ ଦେଶର ରାଜନୀତିରେ ହସ୍ତକ୍ଷେପ କରିବା ଭାରତର ଲକ୍ଷ ନୁହେଁ । ପୂର୍ବଥର ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ସମୟରେ ସେ ଏହି ନାରା ଦେଇଥିଲେ । ତେବେ ସେଇ ନାରାକୁ କେବଳ ମୋଦି ଦୋହରାଇଥିଲେ ବୋଲି ଜୟଶଙ୍କର କହିଥିଲେ ।

ଓ୍ବାଶିଂଟନ ଗସ୍ତରେ ଥିବା ଜୟଶଙ୍କର କହିଥିଲେ କି, ପ୍ରଧାନମନ୍ତ୍ରୀ ଅବ କି ବାର ଟ୍ରମ୍ପ ସରକାର ବୋଲି କହିନଥିଲେ । କାରଣ ଭାରତ ଅନ୍ୟ ଦେଶର ରାଜନୀତିରେ ହସ୍ତକ୍ଷେପ କରେନାହିଁ । ମୋଦି ଭଲଭାବେ ଜାଣିଛନ୍ତି ସେ କଣ କୁହନ୍ତି । ତେବେ ମୋଦି ଯାହା କହିଛନ୍ତି, ତାହାକୁ ଆମେ ଭଲଭାବେ ଶୁଣିନାହାଁନ୍ତି । ତାକୁ ଭଲ ଭାବେ ଶୁଣନ୍ତୁ, ତର୍ଜମା କରନ୍ତୁ ।

2016 ମସିହାରେ ଟ୍ରମ୍ପ ତାହାକୁ କହିଥିଲେ । ମୋଦି କେବଳ ସେହି କଥାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସେହି କଥାକୁ ଗଣମାଧ୍ୟମରେ ଭୁଲ ଭାବେ ଉପସ୍ଥାପନ କରାଯାଇଛି । ମୋତେ ଲାଗୁଛି ଆମେ ତାହାର ଭୁଲ ଅର୍ଥ ବାହାର କରୁଛେ । ମୁଁ ଭାବିପାରୁନାହିଁ କି ଏମିତି କରି ଆପଣମାନେ କାହାର ଭଲ କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଥିଲେ ।

ସୂଚନାଯୋଗ୍ୟ ମୋଦି ଗତ 22 ତାରିଖରେ ଆମେରିକାର ହ୍ୟୁଷ୍ଟେନ ସହରରେ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ 50 ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଆମେରିକାରେ ଆଗକୁ ହେବାକୁ ଥିବା ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ଲଢିବେ । ତାଙ୍କ ପାଇଁ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ମୋଦି ଆଶାୟୀ ଟ୍ରମ୍ପଙ୍କ ଅବକୀ ବାର ଟ୍ରମ୍ପ ସରକାର ବୋଲି ନାରା ଦେଇଥିଲେ । ଯାହାକୁ ନେଇ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ କରିଥିଲା ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.