ETV Bharat / bharat

WHOକୁ ଭାରତର ଝଟକା, କୋରୋନା ବିରୋଧରେ ଏକାକି ଲଢିବ ଦେଶ

କୋରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବିପଜ୍ଜନକ ହେବା ଡବ୍ଲୁଏଚଓ କହିବାପରେ, ଭାରତୀୟ ବୈଜ୍ଞାନିକମାନେ ଏହା ଭୁଲ ପ୍ରମାଣିତ କରି ଡବ୍ଲୁଏଚଓକୁ କଡା ଯବାବ ଦେଇଛନ୍ତି । ଅଧିକ ପଢନ୍ତୁ...

WHOକୁ ଭାରତର ଝଟକା, କୋରୋନା ବିରୋଧରେ ଏକାକି ଲଢିବ ଦେଶ
WHOକୁ ଭାରତର ଝଟକା, କୋରୋନା ବିରୋଧରେ ଏକାକି ଲଢିବ ଦେଶ
author img

By

Published : Jun 1, 2020, 11:30 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ବିରୋଧରେ ଲଢେଇରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ କଡା ଯବାବ ଦେଇଛି । ଏଥର ଭାରତ ନିଜର ନୂତନ ନିର୍ଦ୍ଦେଶ ଏବଂ ଅନୁସନ୍ଧାନ ସହିତ ଡବ୍ଲୁଏଚଓକୁ ସୂଚାଇ ଦେଇଛି ଯେ, କୋରୋନା ବିରୋଧରେ ଦେଶ ବର୍ତ୍ତମାନ ଏକାକି ଲଢିବ । ଦେଶର ହିତ ପାଇଁ ଯେଉଁ ଅନୁସନ୍ଧାନ ଏବଂ ଚିକିତ୍ସା ଆବଶ୍ୟକ ରହିଛି ତାହା ମଧ୍ୟ କରିବ । ଏଥି ସହିତ, ଭାରତର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କୁ ଡବ୍ଲୁଏଚଓର ପରାମର୍ଶର ଆବଶ୍ୟକତା ନାହିଁ ।

ଡବ୍ଲୁଏଚଓ ଏକ ନିର୍ଦ୍ଦେଶନାମା ଜାରି କରିଥିଲାଯେ, କୋରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବିପଜ୍ଜନକ ହୋଇପାରେ । ତେଣୁ, ଏହାର ପରୀକ୍ଷା ବନ୍ଦ କରନ୍ତୁ । କିନ୍ତୁ ଭାରତୀୟ ବୈଜ୍ଞାନିକମାନେ କେବଳ ଏହି ଔଷଧ ଉପରେ ଅନୁସନ୍ଧାନ କରିନାହାଁନ୍ତି ବରଂ ଦେଶର ଡାକ୍ତରମାନେ କହିଛନ୍ତି ଯେ, କୋରୋନା ଚିକିତ୍ସାରେ ଏହି ଔଷଧକୁ ବ୍ୟବାହାର କରାଯାଇପାରିବ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏହାର ସଦ୍ୟତମ ଅନୁସନ୍ଧାନରେ କହିଛି ଯେ, ହାଇଡ୍ରୋକ୍ସିକ୍ଲୋରେକ୍ବିନ ଔଷଧ ସେବନ କରିବାପରେ କୋରୋନା ସଂକ୍ରମଣ ହେବାର ଆଶଙ୍କା କମିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବାସ୍ତବରେ ଅଧିକାଂଶ ପାଶ୍ଚାତ୍ୟ ଦେଶର ବୈଜ୍ଞାନିକ ଏବଂ ମେଡିସିନ କମ୍ପାନୀଗୁଡ଼ିକ ଭାରତର ଅତି ଶସ୍ତା ଔଷଧର ଚିକିତ୍ସାକୁ ସବୁବେଳେ ଉପହାସ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ମ୍ୟାଲେରିଆକୁ ରୋକିବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ସହିତ କୋରୋନା ଭାଇରସଜୀର ଚିକିତ୍ସା ସମ୍ଭବ। କୋରୋନାରୁ ରକ୍ଷା କରିବା ପାଇଁ ଯଦି ଏହି ଶସ୍ତା ଔଷଧର ବ୍ୟବହାର ବଢିଯାଏ, ତେବେ ପାଶ୍ଚାତ୍ୟ ଦେଶର ଔଷଧ କମ୍ପାନୀଗୁଡିକର କୋଟି କୋଟି ଟଙ୍କା କ୍ଷତି ହେବ। ତେଣୁ ସେମାନେ ଡବ୍ଲୁଏଚଓ ଉପରେ ଚାପ ପକାଇ ହାଇଡ୍ରୋକ୍ସିକ୍ଲୋରୋକ୍ବିନର ସମସ୍ତ ପରୀକ୍ଷା ବନ୍ଦ କରିବାକୁ ଚାହୁଁଛି । ଯେଉଁଥିପାଇଁ ଭାରତ ଏହାକୁ ବିରୋଧ କରିଛି ।

ସୂଚନାଯୋଗ୍ୟ ଯେ, ଡବ୍ଲୁଏଚଓ କୋରୋନା ସଂକ୍ରମଣ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ମଧ୍ୟ ଡବ୍ଲୁଏଚଓ ର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। ଏହା ମଧ୍ୟ ଜଣା ଯେ ଡବ୍ଲୁଏଚଓ ଉପରେ ଅନେକ ମେଡିସିନ କମ୍ପାନୀ ମଧ୍ୟ ବିଭିନ୍ନ ଉପାୟରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏହି କାରଣରୁ ଲୋକମାନେ ବର୍ତ୍ତମାନ ସମୟରେ ଅଧିକାଂଶ ଡବ୍ଲୁଏଚଓର ସୋସିଆଲ ମିଡିଆ ପୋଷ୍ଟ ଉପରେ କ୍ରୋଧିତ ହେବାକୁ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.