ETV Bharat / bharat

ଜୁଲାଇ 15 ରେ ଭାରତ-ୟୁରୋପୀୟ ସଂଘର ଶିଖର ସମ୍ମିଳନୀ ବୈଠକ

author img

By

Published : Jul 9, 2020, 4:39 PM IST

ଭିଡିଓ କନଫରେନ୍ସ ଜରିଆରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଭାରତ-ୟୁରୋପୀୟ ସଂଘ
ଭାରତ-ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ଜୁଲାଇ 15 ତାରିଖରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ 15 ତମ ଶିଖର ସମ୍ମିଳନୀ ବୈଠକ ଆୟୋଜିତ ହେବ । ଭିଡିଓ କନଫରେନ୍ସ ଜରିଆରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ୟୁରୋପୀୟ ସଂଘ ପକ୍ଷରୁ ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲ ଏବଂ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟନ୍ ଏହାର ପ୍ରତିନିଧିତ୍ୱ କରିବେ। ସେହିପରି ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସମ୍ମିଳନୀର ପ୍ରତିନିଧିତ୍ୱ କରିବେ ବୋଲି ୟୁରୋପୀୟ ପରିଷଦ ଏକ ବିବୃତ୍ତିରେ ଘୋଷଣା କରିଛି । ପରିଷଦ ପକ୍ଷରୁ କୁହାଯାଇଛି, ଏହି ସମ୍ମିଳନୀ ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜବୁତ କରିବାର ଏକ ସୁଯୋଗ ହେବ। ମିଳିତ ଜାତିସଂଘ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନରେ ପ୍ରଭାବଶାଳୀ ବହୁପାକ୍ଷିକ ଏବଂ ନିୟମ ଆଧାରିତ ବହୁପାକ୍ଷିକ ଆଦେଶକୁ ପ୍ରୋତ୍ସାହିତ କରିବା ପାଇଁ ନେତାମାନେ ସେମାନଙ୍କର ସଂକଳ୍ପକୁ ଦୋହରାଇବେ ବୋଲି ଆଶା କରାଯାଉଛି ।

ନେତାମାନେ ସୁରକ୍ଷା, ଜଳବାୟୁ, ପରିବେଶ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଡିଜିଟାଲ ଅର୍ଥନୀତି ଏବଂ ସଂଯୋଗ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିବେ। ସେମାନେ ବିଶ୍ବ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ ବୋଲି ବିବୃତ୍ତିରେ କୁହାଯାଇଛି । ତେବେ ବିଶ୍ବ ଏବେ କୋରୋନା ମହାମାରୀ ବିରୋଧରେ ଲଢୁଛି । ଏହାକୁ ଦୃଷ୍ଟିରେ ରଖି ନେତାମାନେ ଜୀବନ ରକ୍ଷା , ସାମାଜିକ-ଅର୍ଥନୈତିକ ପରିଣାମକୁ ହ୍ରାସ କରିବା ପାଇଁ ବିଶ୍ୱ ସହଯୋଗ ଏବଂ ଏକତା ଉପରେ ଆଲୋଚନା କରିବେ ବୋଲି କୁହାଯାଇଛି ।

ଏହି ସମ୍ମିଳନୀ ଚଳିତ ବର୍ଷ ପ୍ରାରମ୍ଭରେ ହେବାର ଥିଲା କିନ୍ତୁ କରୋନା ଭାଇରସ୍ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ମାର୍ଚ୍ଚରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବ୍ରୁସେଲ୍ସ ଗସ୍ତ କରିବାର ଥିଲା।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ । ଉଭୟ ନେତା ଭାରତ ଏବଂ ୟୁରୋପୀୟ ସଂଘରେ ଉପୁଜିଥିବା କୋରୋନା ମହାମାରୀର ପରିସ୍ଥିତି ଏବଂ ପ୍ରତିକ୍ରିୟା ଉପରେ ଆଲୋଚନା କରିଥିଲେ । ମହାମାରୀକୁ ସାମ୍ନା କରିବା ଲାଗି ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ନିଶ୍ଚିତ କରିବା ନେଇ ପାରସ୍ପରିକ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।

ଉଭୟ ନେତା କୋରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ଜଟିଳ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ପାଇଁ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମନ୍ୱୟର ଗୁରୁତ୍ୱକୁ ଜରୁରି ମନେକରିଥିଲେ ।

ଏହା ବ୍ୟତୀତ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜବୁତ କରିବାକୁ ଉଭୟ ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲେ । ଏହା ସହିତ ଏହି ଶିଖର ସମ୍ମିଳନୀ ବୈଠକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ପ୍ରସ୍ତୁତ କରିବାକୁ ଉଭୟ ଦେଶର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.