ETV Bharat / bharat

ଚାଇନା ଆପ୍ ବ୍ୟାନ ପରେ ମେଡିକାଲ ସାମଗ୍ରୀ ଉପରେ ନଜର

author img

By

Published : Jul 3, 2020, 10:20 PM IST

ଦେଶର ମୋଟ ଏପିଆଇରୁ ପ୍ରାୟ 70 ପ୍ରତିଶତ ଚୀନରୁ ଆସିଥାଏ । ମେଡିସିନ ତିଆରି କରିବାର କଞ୍ଚାମାଲ ଏଥିରେ ଅଧିକ ସାମିଲ ଥାଏ । ଆଣ୍ଟିବାୟୋଟିକ୍ସ, ଏନଏସଏଆଇଡି, ଏଆରଭି, ଆଣ୍ଟିଏପିଲେପ୍ଟିକ୍, କ୍ୟାନସର ପ୍ରଡକ୍ଟ ଆଦି ତିଆରି ପାଇଁ ସବୁଠାରୁ ଅଧିକ କଞ୍ଚାମାଲ ଚୀନରୁ ଆସିଥାଏ । ଅଧିକ ପଢନ୍ତୁ..

ଚାଇନା ଆପ୍ ବନ୍ ପରେ ମେଡିକାଲ ସାମଗ୍ରୀ ଉପରେ ନଜର

ହାଇଦ୍ରାବାଦ: ଚୀନ ଆପ୍ ବନ୍ଦ ହେବା ପରେ ଏବେ ସମସ୍ତଙ୍କ ନଜର ରହିଛି ଡ୍ରାଗନ ଦେଶରୁ ଆସୁଥିବା ମେଡିକାଲ ସାମଗ୍ରୀ ଓ ଡ୍ରଗ୍ସ ଉପରେ । ଭାରତୀୟ ମେଡିକାଲ ଇଣ୍ଡଷ୍ଟ୍ରି ଚୀନ ଫାର୍ମାସି ଇଣ୍ଡଷ୍ଟ୍ରି ଉପରେ ଅତ୍ୟଧିକ ନିର୍ଭରଶୀଳ । ଅନେକ ଆକ୍ଟିଭ ଫାର୍ମାସିଟ୍ୟୁକାଲ ଇନଗ୍ରେଡିଏଣ୍ଟ(ଏପିଆଇ) ଏବଂ ଓର୍ଗାନିକ୍ କେମିକାଲ୍ସ ପଡୋଶୀ ଦେଶରୁ ଭାରତକୁ ଯୋଗାଣ ହୋଇଥାଏ । ଏକ ରିପୋର୍ଟ ଅନୁସାରେ ଚୀନରୁ ମୋଟ 10 ବିଲିୟନ ଡଲାର ଔଷଧ ଅଣାଯାଇଥାଏ ଯେଉଁଥିରୁ ଏପିଆଇ 2.5 ବିଲିୟନ ଡଲାରରୁ ଅଧିକ ରହିଥାଏ ।

ଦେଶର ମୋଟ ଏପିଆଇରୁ ପ୍ରାୟ 70 ପ୍ରତିଶତ ଚୀନରୁ ଆସିଥାଏ । ମେଡିସିନ ତିଆରି କରିବାର କଞ୍ଚାମାଲ ଏଥିରେ ଅଧିକ ସାମିଲ ଥାଏ । ଆଣ୍ଟିବାୟୋଟିକ୍ସ, ଏନଏସଏଆଇଡି, ଏଆରଭି, ଆଣ୍ଟିଏପିଲେପ୍ଟିକ୍, କ୍ୟାନସର ପ୍ରଡକ୍ଟ ଆଦି ତିଆରି ପାଇଁ ସବୁଠାରୁ ଅଧିକ କଞ୍ଚାମାଲ ଚୀନରୁ ଆସିଥାଏ । ଏସେଟିକ ଏସିଡ, ପାରା ଏମିନୋ ପେନୋଲ, ସିକ୍ସ ଏପିଏ, ଏଡେନିନେ, ପେନ ଜି ପ୍ରଭୃତି ସାମଗ୍ରୀ ମଧ୍ୟ ପଡୋଶୀ ଦେଶରୁ ଅଧିକ ପରିମାଣରେ ଆମଦାନୀ ହୋଇଥାଏ । ଏପିଆଇ ମଧ୍ୟରେ ଓକ୍ସିଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ ଶତ ପ୍ରତିଶତ ଚୀନରୁ ଆମଦାନୀ ହୋଇଥାଏ । ଏହା ପଛକୁ ଟେଟ୍ରାସାଇକ୍ଲିନ୍, ଆଜିଥ୍ରୋମିସିନ୍, ନୋରଫ୍ଲୋକ୍ସାସିନ୍, ଭିଟାମିନ୍ ବି12, ନିଓମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ରହିଛି ।

ଚୀନ ଆମଦାନୀ ଉପରେ ନିର୍ଭର କରୁଥିବା କମ୍ପାନୀମାନେ ହେଲେ ଲୌରୁସ୍, ଗ୍ରାନୁଲେସ ଇଣ୍ଡିଆ, ଆଇପିସିଏ, ସୋଲାରା ଆକ୍ଟିଭ, ଆଲେମ୍ବିକ୍, ଜୁବିଲାଣ୍ଟ ଲାଇଫ୍, ନାଟକୋ ଫାର୍ମା, ଡିଭିସ ଲାବ୍ ପ୍ରଭୃତି ଡ୍ରଗ୍ସ କମ୍ପାନୀ । ଏମାନେ ନିଜ ମେଡିସିନ୍ ତିଆରି ପାଇଁ ଚୀନ ଉପରେ ଅତ୍ୟଧିକ ନିର୍ଭରଶୀଳ । ଏହା ଉପରେ ନିର୍ଭର କରିବାର ତିନୋଟି ମୁଖ୍ୟ କାରଣ ରହିଛି । ସେଗୁଡିକ ହେଉଛି ମଜୁରୀ ଦାମ୍ କମ ପଡିବା ସହ ଉନ୍ନତ ଭିତ୍ତିଭୂମି ଏବଂ ବିଭିନ୍ନ ପ୍ରକାର ଟ୍ୟାକ୍ସ ସୁବିଧା । ଭାରତରେ ଏପିଆଇ ପାଇଁ ଉତ୍ପାଦ ଶୁକ୍ଳ ଅଧିକ ରହିଥାଏ ଯାହା ରପ୍ତାନୀ କରିବାରେ ସମସ୍ୟା ସୃଷ୍ଟି କରିଥାଏ । ଡ୍ରଗ୍ସ ତିଆରି ପାଇଁ ସାଧାରଣ ଭାବେ ଦରକାର ହେଉଥିବା କଞ୍ଚାମାଲର ଅଧିକ ଦାମ ସହ ଭିତ୍ତିଭୂମି ଉନ୍ନତ ନଥିବାରୁ କମ୍ପାନୀମାନେ ଚୀନ ଉପରେ ନିର୍ଭର କରନ୍ତି । ସେହିପରି ଚୀନର ଏପିଆଇ ଭାରତଠାରୁ 30 ପ୍ରତିଶତ ଶସ୍ତା । ତେଣୁ ଏହାକୁ ଶସ୍ତାରେ ଆଣି ଔଷଧ ତିଆରି କରି ଅଧିକ ଲାଭ ପାଆନ୍ତି କମ୍ପାନୀ ।

ତେବେ ଭାରତ ସରକାର ଚୀନ ଉପରେ ସବୁପ୍ରକାର ପ୍ରତିବନ୍ଧକ ଲଗାଇଥିବାବେଳେ ଏବେ କୌଣସି ଭାବେ ପଡୋଶୀ ଦେଶ ଉପରେ ନିର୍ଭର ହେବେନି ବୋଲି ସ୍ଥିର କରିଛନ୍ତି । ଏଥିପାଇଁ 10 କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ସ୍ବଦେଶୀ ପ୍ରଡକ୍ଟକୁ ଅଧିକ ଗୁରୁତ୍ବ ଦେବା ପାଇଁ ସରକାର 53ଟି ଏପିଆଇ ଦେଶରେ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚୀନରୁ ଆସୁଥିବା କଞ୍ଚାମାଲରେ ଏବେ ନୂଆ ସମସ୍ୟା ଦେଖାଦେଇଛି ସଠିକ୍ ସମୟରେ ପହଞ୍ଚିବା । କୋରୋନା ମହାମାରୀ ଯୋଗୁଁ ବିଭିନ୍ନ ବନ୍ଦର ଏବଂ ଏୟାରପୋର୍ଟରୁ ଏହା କମ୍ପାନୀ ନିକଟରେ ପହଞ୍ଚିବାରେ ବିଳମ୍ବ ଘଟୁଛି । ନିକଟରେ ଗୁଜୁରାଟର ଏକ କମ୍ପାନୀରେ କିଛି ସାମଗ୍ରୀ ପହଞ୍ଚିବାରେ 6 ଦିନରୁ ଅଧିକ ସମୟ ଲାଗିଥିଲା ।

ବର୍ତ୍ତମାନ କଷ୍ଟମ ବିଭାଗ ପକ୍ଷରୁ ଚୀନରୁ ଆସୁଥିବା ସାମଗ୍ରୀ ଉପରେ କଟକଣା ଲାଗିବା ଉପରେ ବିଚାର କରାଯାଉଛି । ଭାରତକୁ ଆସିବା ପାଇଁ ଥିବା ସାମଗ୍ରୀକୁ ଶିଘ୍ର ଆଣିବା ପାଇଁ ଏହା ବିଚାର କରୁଛି । ଅନେକ ବନ୍ଦରରେ ଏବେ ଅଟକି ରହିଥିବା କିଛି ସିପମେଣ୍ଟକୁ ଶିଘ୍ର ଛାଡିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି । ଆଗାମୀ ଦିନରେ ଆପ୍ ଭଳି ଏହା ଉପରେ କୌଣସି ପ୍ରତିବନ୍ଧକ ଲାଗିବାର ଆଶା ରହିଛି । ତେଣୁ ଚୀନରୁ ନିକଟ ଭବିଷ୍ୟତରେ ଆସିବାର ଥିବା ଅନେକ ସାମଗ୍ରୀ ଶୀଘ୍ର ଆଣିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.