ETV Bharat / bharat

ପ୍ରତିରକ୍ଷା ମନ୍ତ୍ରଣାଳୟର ମେଗାପ୍ଲାନ: 2025 ସୁଦ୍ଧା 35 ହଜାର କୋଟି ରପ୍ତାନୀ ଲକ୍ଷ୍ୟ

କୋଟି କୋଟି ଡଲାରର ପ୍ରତିରକ୍ଷା ବଜାରରେ ଭାରତ ଦୃଢ ଭାବରେ ପାଦ ରଖିବାକୁ ଚାହୁଁଛି । ଭାରତ ବିଶ୍ବ ପ୍ରତିରକ୍ଷା ବଜାରରେ 2025 ସୁଦ୍ଧା 35 ହଜାର କୋଟି ଅର୍ଥାତ୍ 5 ବିଲିୟନ ଆମେରିକୀୟ ଡଲାର ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।

india defence policy
ପ୍ରତିରକ୍ଷା ମନ୍ତ୍ରଣାଳୟର ମେଗାପ୍ଲାନ
author img

By

Published : Aug 4, 2020, 10:05 PM IST

ନୂଆଦିଲ୍ଲୀ: କୋଟି କୋଟି ଡଲାରର ପ୍ରତିରକ୍ଷା ବଜାରରେ ଭାରତ ଦୃଢ ଭାବରେ ପାଦ ରଖିବାକୁ ଚାହୁଁଛି । ଭାରତ ବିଶ୍ବ ପ୍ରତିରକ୍ଷା ବଜାରରେ 2025 ସୁଦ୍ଧା 35 ହଜାର କୋଟି ଅର୍ଥାତ୍ 5 ବିଲିୟନ ଆମେରିକୀୟ ଡଲାର ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି । ସରକାରଙ୍କ ଏହି ଉଚ୍ଚାଭିଳାଷ ଚଳିତ ବର୍ଷର ପ୍ରତିରକ୍ଷା ଉତ୍ପାଦ ରପ୍ତାନି ପ୍ରୋତ୍ସାହନରେ ଆସିଛି।

ଭାରତ ସରକାର ଚାହୁଁଛନ୍ତି ଯେ ଦେଶରେ ପ୍ରତିରକ୍ଷା ବଜାରର ବ୍ୟାପକ ବିସ୍ତାର ହେବା ଉଚିତ ଓ ଘରୋଇ ପ୍ରତିରକ୍ଷା ଶିଳ୍ପକୁ ବିଶ୍ବରେ ସ୍ବୀକୃତି ଦିଆଯାଉ। ଦେଶର ପ୍ରତିରକ୍ଷା ବଜାରର କାରବାରକୁ 1 ଲକ୍ଷ 75 ହଜାର କୋଟିକୁ ବୃଦ୍ଧି କରିବାକୁ ସରକାର ଚାହୁଁଛନ୍ତି। ନୂତନ ନୀତି ଅନୁଯାୟୀ ସରକାର ଘରୋଇ କମ୍ପାନୀ ଗୁଡିକୁ ପ୍ରତିରକ୍ଷା କ୍ରୟରେ ଆଗକୁ ବଢାଇବାକୁ ଚାହୁଁଛନ୍ତି ଓ ଘରୋଇ କମ୍ପାନୀଗୁଡିକରୁ ପ୍ରତିରକ୍ଷା କ୍ରୟ ପରିମାଣକୁ ଦୁଇଗୁଣ କରିବାକୁ ଚାହୁଁଛନ୍ତି। ପ୍ରକାଶଥାଉକି, ବର୍ତ୍ତମାନ ଘରୋଇ କମ୍ପାନୀ ଗୁଡିକରୁ ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରାୟ 70 ହଜାର କୋଟି ଟଙ୍କାର କ୍ରୟ କରିଛି, 2025 ସୁଦ୍ଧା ସରକାରଙ୍କ ଯୋଜନା ଏହାକୁ ଦୁଇ ଗୁଣିତ କରି 1 ଲକ୍ଷ 40 ହଜାର କୋଟିରେ ପହଞ୍ଚାଇବେ ।

ପ୍ରତିରକ୍ଷା ରପ୍ତାନି ବୃଦ୍ଧି ପାଇଁ ସାରା ବିଶ୍ବରେ ବ୍ୟାପିଥିବା ଭାରତୀୟ ଦୂତାବାସରେ ଉପସ୍ଥିତ ପ୍ରତିରକ୍ଷା ଅଧିକାରୀଙ୍କୁ ଅଧିକ କ୍ଷମତା ଦିଆଯାଇଛି । ସେମାନଙ୍କୁ ସ୍ବଦେଶୀ ପ୍ରତିରକ୍ଷା ଉପକରଣର ରପ୍ତାନି ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ପ୍ରକାଶଥାଉକି, ନିକଟରେ ଭାରତର ପ୍ରତିରକ୍ଷା ରପ୍ତାନିରେ ଯଥେଷ୍ଟ ବୃଦ୍ଧି ଘଟିଛି। 2016-17 ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି 1521 କୋଟି ଥିଲା, 2018-19 ବର୍ଷରେ ଏହା 10745 କୋଟିକୁ ବୃଦ୍ଧି ପାଇଛି।

ତେବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ସରକାରଙ୍କୁ ଅନେକ ପଦକ୍ଷେପ ନେବାକୁ ପଡିବ । ବର୍ତ୍ତମାନ ସରକାର ପ୍ରତିରକ୍ଷା ଉପକରଣ ତିଆରି ପାଇଁ 460 ରୁ ଅଧିକ ଲାଇସେନ୍ସ ପ୍ରଦାନ କରିଛନ୍ତି । ପ୍ରତିରକ୍ଷା ଉପକରଣର ଆମଦାନୀ ହ୍ରାସ କରିବାକୁ ସରକାର ଅସ୍ତ୍ରଶସ୍ତ୍ରର ଏକ ତାଲିକା ପ୍ରଦାନ କରିବେ ଯାହାର ଆମଦାନୀ ଏକ ସମୟସୀମା ମଧ୍ୟରେ ନିଷିଦ୍ଧ ହେବ। ଏହି ତାଲିକା କ୍ରମାଗତ ଭାବରେ ଅପଡେଟ୍ ହେବ । ଏହି ସମୟ ମଧ୍ୟରେ ସେନାବାହିନୀର ଆବଶ୍ୟକତା ପ୍ରଭାବିତ ନହେବା ପାଇଁ ମଧ୍ୟ ଯତ୍ନ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.