ETV Bharat / bharat

ଅଗଷ୍ଟ ମାସରେ ଦେଶରେ ହୋଇଛି 2.39 କୋଟି କୋରୋନା ଟେଷ୍ଟିଂ

ଗତ ଅଗଷ୍ଟ ମାସରେ ଦେଶରେ 2.39 କୋଟି କୋରୋନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ 1.24 କୋଟି ପରୀକ୍ଷା ରାପିଡ ଆଣ୍ଟିଜେନ୍ କିଟ୍ ବ୍ୟବହାର କରି କରାଯାଇଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛନ୍ତି।

ଅଗଷ୍ଟ ମାସରେ ଦେଶରେ ହୋଇଛି 2.39 କୋଟି କୋରୋନା ପରୀକ୍ଷା

author img

By

Published : Sep 20, 2020, 3:12 PM IST

ନୂଆଦିଲ୍ଲୀ: ଗତ ଅଗଷ୍ଟ ମାସରେ ଦେଶରେ 2.39 କୋଟି କୋରୋନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ 1.24 କୋଟି ପରୀକ୍ଷା ରାପିଡ ଆଣ୍ଟିଜେନ୍ କିଟ୍ ବ୍ୟବହାର କରି କରାଯାଇଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛନ୍ତି। ତେବେ ସେପ୍ଟେମ୍ବର 18 ସୁଦ୍ଧା ସାରା ଦେଶରେ ମୋଟ 6 କୋଟି 17 ଲକ୍ଷ 33 ହଜାର 33 କୋରୋନା ପରୀକ୍ଷା କରାଯାଇଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ରାଜ୍ୟସଭାରେ କହିଛନ୍ତି।

ସେ କହିଛନ୍ତି, ଗତ ଅଗଷ୍ଟ ମାସରେ ଦେଶରେ 2 କୋଟି 39 ଲକ୍ଷ 66 ହଜାର 859 କୋରୋନା ପରୀକ୍ଷା କରାଯାଇଥିଲା । ସେହିପରି ଜୁଲାଇରେ 1 କୋଟି 05 ଲକ୍ଷ 32 ହଜାର 288, ଜୁନରେ 49 ଲକ୍ଷ 93 ହଜାର 422, ମେ ମାସରେ 29 ଲକ୍ଷ 37 ହଜାର 284, ଏପ୍ରିଲରେ 8 ଲକ୍ଷ 64 ହଜାର 517 ଏବଂ ମାର୍ଚ୍ଚରେ 33 ହଜାର 330 କୋରୋନା ପରୀକ୍ଷା କରାଯାଇଥିଲା।

ତେବେ ଗତ ମାର୍ଚ୍ଚ ମାସରେ କେବଳ ଆରଟି-ପିସିଆର ଟେଷ୍ଟିଂ ସେଣ୍ଟର ଉପଲବ୍ଧ ଥିଲା। ଏହାପରେ ଆଇସିଏମଆର ଦ୍ୱାରା କାର୍ଟ୍ରିଜ୍ ଆଧାରିତ ଟ୍ରୁନାଟ୍, ସିବିଏନଏଏଟି, ଆବଟ୍ଟ ଏବଂ ରୋଚେ ଭଳି ପରୀକ୍ଷାକୁ ଅନୁମୋଦନ କରାଯାଇଥିଲା। ସେହିପରି ଜୁନ୍ ମାସରେ ରାପିଡ୍ ଆଣ୍ଟିଜେନ୍ କିଟକୁ କୋରୋନା ପରୀକ୍ଷା ପାଇଁ ଆଇସିଏମଆର ପକ୍ଷରୁ ଅନୁମୋଦିତ କରାଯାଇଥିଲା ବୋଲି ମନ୍ତ୍ରୀ ଏକ ଲିଖିତ ଉତ୍ତରରେ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଅଗଷ୍ଟ ମାସରେ ରାପିଡ୍ ଆଣ୍ଟିଜେନ୍ କିଟ୍ ବ୍ୟବହାର 1 କୋଟି 24 ଲକ୍ଷ 17 ହଜାର 396 କୋରୋନା ପରୀକ୍ଷା କରାଯାଇଥିଲା । ତେବେ ସେପ୍ଟେମ୍ବର 18 ସୁଦ୍ଧା ଅକ୍ସିଜେନ ସହାୟତା ବିନା 13 ଲକ୍ଷ 32 ହଜାର 225 ଆଇସୋଲେସନ ବେଡ ସହିତ 15,446 କୋରୋନା ଚିକିତ୍ସା ସୁବିଧା କରାଯାଇଛି । ମନ୍ତ୍ରୀ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଦେଶରେ 2,32,665 ଅକ୍ସିଜେନ ସମର୍ଥିତ ଆଇସୋଲେସନ ବେଡ ଏବଂ 32,609 ଭେଣ୍ଟିଲେଟର ବେଡ୍ ସହିତ 64,285 ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଥିଲା ।

ତେବେ ଏଯାବତ୍ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରୀ ଡାକ୍ତରଖାନା ଗୁଡିକୁ 1.41 କୋଟି ପିପିଇ କିଟ୍, 3.44 କୋଟି ଏନ-95 ମାସ୍କ, 10.84 କୋଟି ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଟାବଲେଟ୍ , 30,796 ଭେଣ୍ଟିଲେଟର ଏବଂ 1,02,400 ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.