ETV Bharat / bharat

ଲଦାଖ ସୀମାରେ କାଶ୍ମୀର ସେନା ଏବଂ ଆଇଟିବିପି ଯବାନ ନିୟୋଜିତ - ଲଦାଖ ସୀମା

ଗତ 26 ଦିନ ଧରି ଲଦାଖ ସୀମାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି। ବହୁ ଆଲୋଚନା ପରେ ମଧ୍ୟ ଚୀନ୍‌ର ମନୋଭାବ ପରିବର୍ତ୍ତନ ହେଉନାହିଁ। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କାଶ୍ମୀର ସେନା ଏବଂ ଆଇଟିବିପି ଯବାନଙ୍କୁ ଲଦାଖରେ ସ୍ଥିତି ନିୟନ୍ତ୍ରଣ ରଖିବାକୁ ନିୟୋଜିତ କରାଯାଉଛି ।

chine india tension
ଲଦାଖ ସୀମାରେ କାଶ୍ମୀର ସେନା ଏବଂ ଆଇଟିବିପି ଯବାନ ନିୟୋଜିତ
author img

By

Published : Jun 1, 2020, 12:54 PM IST

ନୂଆଦିଲ୍ଲୀ: ଗତ 26 ଦିନ ଧରି ଲଦାଖ ସୀମାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି। ବହୁ ଆଲୋଚନା ପରେ ମଧ୍ୟ ଚୀନ୍‌ର ମନୋଭାବ ପରିବର୍ତ୍ତନ ହେଉନାହିଁ। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କାଶ୍ମୀର ସେନା ଏବଂ ଆଇଟିବିପି ଯବାନଙ୍କୁ ଲଦାଖରେ ସ୍ଥିତି ନିୟନ୍ତ୍ରଣ ରଖିବାକୁ ନିୟୋଜିତ କରାଯାଉଛି ।

ସୂଚନା ଅନୁଯାୟୀ, ଚୀନ ସେନା ସହିତ ସମାନତା ପାଇଁ ଗାଲବାନ୍ ଘାଟିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢାଯାଇଛି । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, 'ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଲଓସିରୁ ଏଲଏସିକୁ ଯବାନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ଜରୁରୀ ମଧ୍ୟ ଅଟେ । କମାଣ୍ଡ ଏବଂ କର୍ପୋରେସନ୍ ସ୍ତରରେ କିଛି ଫୋର୍ସକୁ ମଧ୍ୟ ରିଜର୍ଭରେ ରଖାଯାଇଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିୟୋଜିତ କରାଯିବ। ଏହି ଯବାନମାନଙ୍କୁ ସଡକ ଏବଂ ଆକାଶ ମାର୍ଗ ଯୋଗେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଅର୍ଥାତ୍ ଚୀନ୍ ସେନା ଉପରେ କିଛି ଚାପ ସୃଷ୍ଟି କରିବାକୁ ପଠାଯାଉଛି।

ଏହା ମଧ୍ୟରେ ଚୀନ୍ ନିଜ ସୈନ୍ୟ ପ୍ରସ୍ତୁତ ରଖିଛି । ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ, ଚୀନ୍ ସେନା ଭାରୀ ଯାନ ଯୋଗେ ତୋପ ଏବଂ ଅନ୍ୟାନ୍ୟ ଅସ୍ତ୍ର ଜମା ରଖିଛି । ଯେଉଁଠାରୁ ସେମାନେ କିଛି ଘଣ୍ଟା ମଧ୍ୟରେ ଭାରତୀୟ ସୀମାକୁ ଆଣିବେ ।

ଚୀନ ସରକାରୀ ଗଣମାଧ୍ୟମ 'ଗ୍ଲୋବାଲ୍ ଟାଇମ୍ସ'ରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ଚୀନ୍ କହିଛି ଯେ କିଛି ଶକ୍ତି ଅଛି ଯାହା ଭାରତ ସରକାରଙ୍କୁ ଏହି' ଶୀତଳ ଯୁଦ୍ଧରେ ଗୋଟିଏ ପକ୍ଷ ସପକ୍ଷରେ ଛିଡା ହେବାକୁ କହୁଛି। ଯାହାଦ୍ବାରା ଏହି ପରିସ୍ଥିତିର ସେମାନେ ଲାଭ ଉଠାଇ ପାରିବେ । ସିଧାସଳଖ କହିବାକୁ ଗଲେ ଚୀନ ଆମେରିକାକୁ ଟାର୍ଗେଟ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.