ETV Bharat / bharat

ଅନ୍ୟାନ୍ୟ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ-ଚୀନ ସଂଘର୍ଷ ସମୟର ପ୍ରାସଙ୍ଗିକତା - ଅନ୍ୟାନ୍ୟ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ-ଚୀନ ସଂଘର୍ଷ

ଗତ ଅର୍ଦ୍ଧଶତାବ୍ଦୀ ଭିତରେ, ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସବୁଠାରୁ ଅଧିକ ହିଂସାତ୍ମକ ଆକ୍ରମଣ ଘଟଣାରେ ଉଭୟ ପକ୍ଷରୁ ବହୁସଂଖ୍ୟକ ସୈନ୍ୟ ମୃତାହତ ହୋଇଥିଲେ ହେଁ କୌଣସି ପକ୍ଷରୁ ଗୋଟିଏ ହେଲେ ଗୁଳି ଚାଲିନାହିଁ । ଭାରତୀୟ ସେନାର ଯବାନଙ୍କ ଉପରେ ଲୁହାରଡ଼, ପଥର ଏବଂ ମୁଥ ଓ ଗୋଇଠା ମାରି ଚୀନ ସେନାର ଆକ୍ରମଣ ପଛରେ କି କାରଣ ରହିଛି ? ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଅନ୍ୟାନ୍ୟ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ-ଚୀନ ସଂଘର୍ଷ ସମୟର ପ୍ରାସଙ୍ଗିକତା

author img

By

Published : Jun 17, 2020, 11:03 PM IST

ଗତ ଅର୍ଦ୍ଧଶତାବ୍ଦୀ ଭିତରେ, ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସବୁଠାରୁ ଅଧିକ ହିଂସାତ୍ମକ ଆକ୍ରମଣ ଘଟଣାରେ ଉଭୟ ପକ୍ଷରୁ ବହୁସଂଖ୍ୟକ ସୈନ୍ୟ ମୃତାହତ ହୋଇଥିଲେ ହେଁ କୌଣସି ପକ୍ଷରୁ ଗୋଟିଏ ହେଲେ ଗୁଳି ଚାଲିନାହିଁ । ଭାରତୀୟ ସେନାର ଯବାନଙ୍କ ଉପରେ ଲୁହାରଡ଼, ପଥର ଏବଂ ମୁଥ ଓ ଗୋଇଠା ମାରି ଚୀନ ସେନାର ଆକ୍ରମଣ ପଛରେ କି କାରଣ ରହିଛି ? ଚୀନ ସହ ଭାରତର ସଂପର୍କ ଉପରେ ନଜର ରଖିଥିବା ଅନେକ ବ୍ୟକ୍ତିଙ୍କ ମନରେ ଏହାର ଅନେକ ଉତ୍ତର ସମକାଳୀନ ଭାବରେ ରହିଛି । ଦୀର୍ଘ ସମୟ ଧରି ଚାପି ରଖିଥିବା କ୍ରୋଧକୁ ଚୀନ ପ୍ରକାଶ କରିଥିବା ଭଳି ମନେ ହେଉଛି ।

ଏହି ପ୍ରସଙ୍ଗରେ ମହତ୍ତ୍ବପୂର୍ଣ୍ଣ ହେଉଛି, ଯେଉଁ ସ୍ଥାନରେ ହିଂସାର ବିସ୍ଫୋଟନ ଘଟି ବୁଧବାର ରାତିରେ ଭାରତୀୟ ପ୍ୟାଟ୍ରୋଲିଂ ଦଳ ଚୀନ୍‌ ସେନା ସହ ମୁହାଁମୁହିଁ ହେଲା ଏବଂ ରକ୍ତାକ୍ତ ସଂଘର୍ଷ ଘଟିଲା, ସେହି ସ୍ଥାନ - ଡିବିଓ ରୋଡ୍‌ର ପ୍ୟାଟ୍ରୋଲ ପଏଣ୍ଟ 14 । ପୂର୍ବରୁ ଭାରତୀୟ ସେନା ଦ୍ବାରା ପ୍ୟାଟ୍ରୋଲିଂ କରାଯାଉଥିବା ଅଞ୍ଚଳରେ ହିଁ ଭାରତୀୟ ସେନା ରହିଥିଲେ ।

ବାସ୍ତବ ନିୟନ୍ତ୍ରଣ ରେଖା (LAC) ଭାରତ ଓ ଚୀନ ମଧ୍ୟରେ ନିହାତି ହାଲୁକା ଢଙ୍ଗରେ ହୋଇଥିବା ଏକ ବୁଝାମଣାର ପ୍ରତିରୂପ ହେଉଛି ବାସ୍ତବ ନିୟନ୍ତ୍ରଣ ରେଖା ଏବଂ ଏହାକୁ ନେଇ ଉଭୟ ପକ୍ଷର ନିଜସ୍ବ ‘ଭିନ୍ନ ଭିନ୍ନ ପ୍ରତ୍ୟକ୍ଷାନୁଭୂତି’ ଭିତ୍ତିକ ଧାରଣା ଗଠିତ ହୋଇଛି ଏବଂ ଉଭୟ ପକ୍ଷର ସେନା ନିଜ ନିଜର ପ୍ରତ୍ୟକ୍ଷ ଉପଲବ୍‌ଧି ଭିତ୍ତିରେ ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ୟାଟ୍ରୋଲିଂ କରିଥାଆନ୍ତି । ଲଦାଖ ଅଞ୍ଚଳରେ ଉଭୟ ଦେଶ ମଧ୍ୟରେ ନିର୍ଦ୍ଦିଷ୍ଟ ସୀମାରେଖା ଚିହ୍ନିତ ହୋଇନାହିଁ ଏବଂ ଯଦିଓ ବାସ୍ତବ ନିୟନ୍ତ୍ରଣ ରେଖାରେ ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖିବା ଲାଗି ଉଭଯ ଦେଶ ମଧ୍ୟରେ ଆଚରଣ ପ୍ରଥା ନିର୍ଣ୍ଣୟ କରାଯାଇଛି, ତଥାପି ସୀମାବର୍ତ୍ତୀ ଅଞ୍ଚଳରେ କେତେ ଦୂର ଯାଏଁ ସେନା ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଇପାରିବ, ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟରତ ସାମରିକ ନେତୃତ୍ବର ପ୍ରତ୍ୟକ୍ଷ ଉପଲବ୍‌ଧି ଉପରେ ନିର୍ଭର କରେ ।

ସୁଉଚ୍ଚ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ମୁଖ୍ୟତଃ ସେନା ବାହିନୀ ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଏ ଏବଂ କେତେକ କ୍ଷେତ୍ରରେ ଭାରତ ପକ୍ଷରୁ ଆଇଟିବିପି ମଧ୍ୟ ପ୍ୟାଟ୍ରୋଲିଂ କରିଥାଏ । ମୁଖ୍ୟତଃ ଲଦାଖ ଏବଂ ଗଲୱାନ ଉପତ୍ୟକାର ପୂର୍ବ ଦିଗରେ ଅବସ୍ଥିତ ପ୍ୟାଙ୍ଗଙ୍ଗ ହ୍ରଦ ହିଁ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଏକ ବିବାଦୀୟ କ୍ଷେତ୍ର । ହ୍ରଦର ଏକ ତୃତୀୟାଂଶ ଚୀନରେ ଏବଂ ଅବଶିଷ୍ଟ ଅଂଶ ଭାରତରେ ରହିଛି । ସେଠାକାର ଦୁଇଟି ଭୌଗୋଳିକ କ୍ଷେତ୍ର- ଫିଙ୍ଗର 4 ଏବଂ ଫିଙ୍ଗର 8 ନାଁରେ ପରିଚିତ । ଚୀନ୍‌, ଫିଙ୍ଗର 4ରେ ଏବଂ ଭାରତ ଫିଙ୍ଗର 8ରେ ବାସ୍ତବ ନିୟନ୍ତ୍ରଣ ରେଖା ରହିଛି ବୋଲି ବିଚାର କରନ୍ତି ।

ଗଲୱାନ ଉପତ୍ୟକାର ଡର୍‌ବୋକ୍‌, ଶ୍ୟୋକ୍‌, ଡିବିଓ ରୋଡ୍‌ରେ ଏହି ସଂଘର୍ଷ ଘଟିଛି । ଉତ୍ତର ଲଦାଖକୁ ସାମଗ୍ରୀ ପୁନଃ ଯୋଗାଣ ଜାରି ରଖିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ ଏହା ଗୁରୁତ୍ବପୂର୍ଣ୍ଣ । ଏହି କାରଣରୁ, ମୁଖ୍ୟ ରାସ୍ତାକୁ ସୁରକ୍ଷା ପ୍ରଦାନ କରୁଥିବା ଗଲୱାନ ଉପତ୍ୟକା ବି ଗୁରୁତ୍ବପୂର୍ଣ୍ଣ । ଏଥିରୁ ହିଁ ବୁଝାଯାଏ ଯେ, ଚୀନ୍‌ ସେନା କାହିଁକି ଫିଙ୍ଗର 4ରେ ପହଞ୍ଚିବାକୁ ଉଦ୍ୟମ କଲେ ଏବଂ ପରବର୍ତ୍ତୀ ସମୟରେ ଏହା ଦୁଇ ଦେଶର ସେନା ପାଇଁ ବିବାଦର କାରଣ ରୂପେ ବିବେଚିତ ହେଲା ।

ଗଲୱାନ ଉପତ୍ୟକା ରଣନୀତି ଦୃଷ୍ଟିକୋଣରୁ ଭାରତୀୟ ସେନା ପାଇଁ ଗଲୱାନ ଉପତ୍ୟକା ଗୁରୁତ୍ବପୁର୍ଣ୍ଣ । ଗଲୱାନ୍‌ର ପୃଷ୍ଠଭାଗରେ ଆକ୍‌ସାଇ ଚୀନ ଥିବାରୁ ଅନୁରୂପ ଭାବେ, ଚୀନ ପାଇଁ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ । ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଅବସ୍ଥାପିତ ଭାରତୀୟ ସେନା ପାଇଁ ଡିବିଓ ରୋଡ୍‌ ଜୀବନରେଖା ସଦୃଶ ଏବଂ ଗଲୱାନ ହ୍ରଦ ଏହି ରାସ୍ତାକୁ ସୁରକ୍ଷା ପ୍ରଦାନ କରୁଥିବାରୁ ଭାରତ ପାଇଁ ଗଲୱାନର ଗୁରୁତ୍ବ ରହିଥିବା କଥା ଚୀନ ବୁଝିପାରିଛି । ଭାରତୀୟ ସେନା ସହ ସର୍ବଶେଷ ମୁହାଁମୁହିଁ ସ୍ଥିତି ପାଇଁ ଚୀନ ଗଲୱାନକୁ ବାଛିନେବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଯେ ଏହି ଅତି ଗୁରୁତ୍ବପୂର୍ଣ୍ଣ ସୀମାସୂଚକ ସଂକେତ ରହିଥିବା ଅଞ୍ଚଳରେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଘଟାଇବା । ଜୁନ୍‌ 6 ତାରିଖ ଦିନ ଅନୁଷ୍ଠିତ ଉଭୟ ପକ୍ଷର କୋର୍‌ କମାଣ୍ଡର ସ୍ତରୀୟ ବୈଠକରେ ପୂର୍ବନିର୍ଦ୍ଧାରିତ ଆଚରଣ ପ୍ରଥା ଅନୁସାରେ ଭାରତୀୟ ପକ୍ଷରୁ ଏହି ପ୍ରସଙ୍ଗର ଉତ୍‌ଥାପନ କରାଯାଇଥିଲା ।

କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ବାଧୀନ ଭାରତୀୟ ସେନାର ଏକ ୟୁନିଟ୍‌ ଉକ୍ତ ଆଚରଣ ପ୍ରଥା ପରିସରରେ ରହି ବାସ୍ତବ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ପ୍ରଶମନ ଦିଗରେ ଉଦ୍ୟମରତ ଥିବା ବେଳେ ସେଠାରେ କେତେକ ଢାଞ୍ଚା ନିର୍ମାଣ କରାଯାଇଥିବା ଦେଖିଥିଲେ ଏବଂ ସେଗୁଡ଼ିକୁ ଭାଙ୍ଗିବା ଆରମ୍ଭ କଲେ । ପୂର୍ବରୁ ସେଠାରେ ବହୁସଂଖ୍ୟାରେ ନିୟୋଜିତ ଚୀନ୍‌ ସେନା ହିଂସାପୂର୍ଣ୍ଣ ଢଙ୍ଗରେ ଏହାର ଜବାବ ଦେଲେ । ସେମାନେ ହିଂସାପୂର୍ଣ୍ଣ ଆଚରଣ ଅବଲମ୍ବନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ସହିତ ସେଠାକୁ ଆସିଥିଲେ । କିନ୍ତୁ ବିବାଦର ପ୍ରଥମ ଦିନରୁ ହିଁ ଭାରତୀୟ ସେନା ଆପୋସ ଆଲୋଚନା ଭିତ୍ତିରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିଲେ ।

ଅନେକ କାରଣରୁ ଉଭୟ ପକ୍ଷର ସେନା ମୃତ୍ୟୁମୁଖରେ ପଡ଼ିଥିଲେ । ସେଥିରୁ ଗୋଟିଏ ହେଲା ତତ୍କାଳୀନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ସ୍ଥିତାବସ୍ଥାରେ ପରିବର୍ତ୍ତନ । ବୋଧହୁଏ, ଚୀନକୁ ହିଂସକ ଆକ୍ରମଣ ପାଇଁ ପ୍ରରୋଚିତ କରିଥିବା ଅନ୍ୟ ଏକ ଯନ୍ତ୍ରଣାଦାୟକ କାରଣ ହେଲା ଯେ ଭାରତ ସେଠାକାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବା ପାଇଁ ଏବଂ ବାସ୍ତବ ନିୟନ୍ତ୍ରଣ ରେଖାରେ ବସବାସ କରୁଥିବା ଯାଯାବର ସଂପ୍ରଦାୟର ଲୋକଙ୍କ ଜୀବନଧାରାକୁ ସୁଗମ କରିବା ପାଇଁ ରାସ୍ତା ଓ ପୋଲ ଭଳି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଅବିରତ ଜାରି ରଖିଥିଲା । ତତ୍କାଳୀନ ଜାମ୍ମୁ ଓ କାଶ୍ମୀରକୁ ଭାରତ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ କରିବା, ଲଦାଖକୁ ଜାମ୍ମୁ ଓ କାଶ୍ମୀରର ମାନଚିତ୍ରରୁ ଅଲଗା କରି ଉଭୟ ଅଂଶକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଏବଂ ଜାମ୍ମୁ ଓ କାଶ୍ମୀର ଅଞ୍ଚଳକୁ ପୂର୍ବରୁ ପ୍ରଦତ୍ତ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପୂର୍ବକ ସମ୍ବିଧାନର 370 ଧାରା ଉଚ୍ଛେଦ କରିବା ପରବର୍ତ୍ତୀ ସମୟରେ ଚୀନର ଅସ୍ବସ୍ତିକର ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା ।

ଲଦାଖରେ ହେଉ କି ଅନ୍ୟ କୌଣସି ଅଞ୍ଚଳରେ, ପୂର୍ବରୁ ସୀମା ବିବାଦ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରର ତତ୍କାଳୀନ ସରକାର ଆଇନତଃ ପକ୍ଷଭୁକ୍ତ ହେଉଥିଲେ । କିନ୍ତୁ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ବଳରେ ଏବେ ଆଉ ତାହାର ଆଇନଗତ ବୈଧତା କି ଯଥାର୍ଥତା ନାହିଁ । ଏହା କହିବା ଠିକ୍‌ ନୁହେଁ ଯେ ଆଗରୁ ଲଦାଖ ସୀମାରେ ସ୍ଥିତି ଅସ୍ବସ୍ତିକର ବା ଅସହଜ ନଥିଲା । ପ୍ରାୟତଃ ପ୍ରତି ସପ୍ତାହରେ ଭାରତ ଓ ଚୀନର ସାମରିକ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ହେଉଥିଲା । ବିଭିନ୍ନ କ୍ଷେତ୍ରରେ ଆଲୋଚନା ନିମନ୍ତେ ବହୁବିଧ ବ୍ୟବସ୍ଥା ପ୍ରଚଳନକୁ ଏଡ଼ାଇ ଯିବା ପାଇଁ ରାଜନୈତିକ ବୁଝାମଣା ଭିତ୍ତିରେ ଜାତୀୟ ସ୍ତରରେ ପ୍ରବର୍ତ୍ତିତ ନୀତି ସହ ଖାପ ଖୁଆଇ ଏହି ଦୃଷ୍ଟିଭଙ୍ଗୀକୁ ଆପଣେଇ ନିଆଯାଇଥିଲା ।

ହେଲେ ଏଥର ପଡ଼ୋଶୀ ଦେଶମାନଙ୍କର ଶତ୍ରୁଭାବନା ଚରମ ପର୍ଯ୍ୟାୟରେ ରହିଥିଲା । ନେପାଳ, ଶ୍ରୀଲଙ୍କା ଏବଂ ପାକିସ୍ତାନ ପକ୍ଷରୁ ସମର୍ଥନ ହାସଲ କରୁଥିବାରୁ ଚୀନ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିମନ୍ତ୍ରଣ କରିଥିଲା । କାଲାପାନି, ଲିପୁଲେଖ ଅଞ୍ଚଳକୁ କେନ୍ଦ୍ର କରି ଲାଗି ରହିଥିବା ଅସମାହିତ ବିବାଦ ଯୋଗୁଁ ନେପାଳ ଓ ଭାରତର ସଂପର୍କ ନୂଆ ମୋଡ଼ରେ ପହଞ୍ଚିଥିବା ବେଳେ ଏବଂ କାଶ୍ମୀରରେ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଥିଲେ ହେଁ ସେଥିରେ ଏଭଳି ଏକ ଗତିପଥ ପରିଲକ୍ଷିତ ହୋଇନାହିଁ ।

ସିପିଇସି (ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡୋର) ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡୋର (ସିପିଇସି) ଏ ଅଞ୍ଚଳରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି । ଗିଲଗିଟ୍‌-ବାଲିସ୍ତାନ (ପାକିସ୍ତାନ ଅଧିକୃତ କାଶ୍ମୀର) ବାଟ ଦେଇ କାଶଗର ଏବଂ ଆରବ ସାଗରକୁ ସଂଯୋଗ କରିବା ଦ୍ବାରା ଚୀନ୍‌ରେ ଅର୍ଥନୀତିର ଦ୍ରୁତ ବିକାଶ ହେବାକୁ ଯାଉଛି । ସିପିଇସି ପ୍ରକଳ୍ପକୁ ପାକିସ୍ତାନ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଥିବାରୁ କାଶ୍ମୀର ପ୍ରସଙ୍ଗରେ ଚୀନ୍‌ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଆବଶ୍ୟକତା ପୂରଣ କରୁଛି । କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ସମର୍ଥନ କରୁଥିବା ପାକିସ୍ତାନକୁ ଚୀନ୍‌ ସବୁବେଳେ ସମର୍ଥନ କରିଆସୁଛି ଏବଂ ଏଫଏଟିଏଫ୍‌ (ଫାଇନାନ୍‌ସିଆଲ ଟାସ୍କ ଫୋର୍ସ) ଦ୍ବାରା କଳା ତାଲିକାଭୁକ୍ତ ହେବାରୁ ପାକିସ୍ତାନକୁ ସୁରକ୍ଷା ପ୍ରଦାନ କରିଆସୁଛି ।

ପ୍ରକୃତରେ, କୁଖ୍ୟାତ ଆତଙ୍କବାଦୀ ନେତା ମୌଲାନା ମାସୁଦ ଅଜହରକୁ ଚୀନ୍‌ ସୁରକ୍ଷା ଦେଇଆସୁଛି । ମାସୁଦ ଅଜହର ଜଣେ ସାମ୍ବାଦିକର ପରିଚୟ ଦେଇ ପର୍ତ୍ତୁଗାଲର ପାସ୍‌ପୋର୍ଟ ବଳରେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା ଏବଂ ପରବର୍ତ୍ତୀ ସମୟରେ କାଶ୍ମୀରରେ ଗିରଫ ହୋଇଥିଲା ଏବଂ ପରେ ନେପାଳରୁ ପଞ୍ଜାବ ଯାଉଥିବା ଆଇସି-814 ବିମାନ ଅପହରଣକୁ କରି ନିଆଯାଇ ଏହାର ଯାତ୍ରୀମାନଙ୍କ ମୁକ୍ତି ବଦଳରେ ତାକୁ ମୁକୁଳାଇ ନିଆଯାଇଥିଲା । ଅଜହର ଜୈଶ ଏ ମହମଦ (ଆତଙ୍କବାଦୀ ସଂଗଠନ) ସ୍ଥାପନ କରି ଗିଲଗିଟ୍‌ ବାଲଟିସ୍ତାନ ଅଞ୍ଚଳରୁ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରୁଛି । ତାକୁ ବିଶ୍ବସ୍ତରୀୟ ଆତଙ୍କବାଦୀ ରୂପେ କଳା ତାଲିକାଭୁକ୍ତ କରିବା ଲାଗି ଭାରତ ମିଳିତ ଜାତିସଂଘରେ ଉଦ୍ୟମ କରିଥିବା ବେଳେ ଚୀନ୍‌ ତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା ।

ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀମାନଙ୍କର ଉପଦ୍ରବ ଅଭିଯାନ ଅବ୍ୟାହତ ରହିଛି । ରାସ୍ତା ନିର୍ମାଣ କ୍ଷେତ୍ରରେ କୌଣସି ବ୍ୟାଘାତ ହେଉ ବୋଲି ଚୀନ ଚାହୁଁ ନଥିଲା ଏବଂ ଅଜହର ଭଳି ଲୋକଙ୍କୁ ସାଙ୍ଗରେ ନ ରଖିଲେ ହୁଏତ ଏହା ଅସମ୍ଭବ ହୋଇଥାଆନ୍ତା । ହେଲେ, ତିନିଟି ପ୍ରମୁଖ ପଡ଼ୋଶୀଙ୍କ ଦ୍ବାରା ସଂକୁଚିତ ନହେବା ଦିଗରେ ଭାରତ କ’ଣ କରିବା ଉଚିତ ବୋଲି ପ୍ରଶ୍ନ ଅନୁତ୍ତରିତ ହୋଇ ରହିଛି । ନେପାଳ ସହିତ ଉତ୍ତେଜନା ପ୍ରଶମନ କରିବା ଏବଂ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ଉଦ୍ୟମ ଭାରତର କାର୍ଯ୍ୟସୂଚୀରେ ପ୍ରମୁଖ ଭାଗରେ ରହିବା ଉଚିତ ।

ଦ୍ବିତୀୟତଃ ଚୀନ ସହ ବିବାଦ ପ୍ରସଙ୍ଗରେ ରାଜନୈତିକ ଓ କୂଟନୈତିକ ସ୍ତରରେ ସମସ୍ତ ସମାଧାନ ପନ୍ଥା ଅବଲମ୍ବନ କରିବା ଏବଂ ରାଜନୈତିକ ଉପାୟ ଫଳପ୍ରଦ ନହେଲେ ହିଁ ସାମରିକ ପନ୍ଥା ଅନୁସରଣ କରିବା ଉଚିତ ହେବ । ପାକିସ୍ତାନ ସୀମାର ନିୟନ୍ତ୍ରଣ ରେଖା ବିବାଦ ଏକ ଅନ୍ତହୀନ ସମସ୍ୟା ଏବଂ ଏହାକୁ ଚୀନ୍‌ ସୀମାର ବାସ୍ତବ ନିୟନ୍ତ୍ରଣ ରେଖାଠାରୁ ପୃଥକ୍‌ କରି ରଖିବା ଆବଶ୍ୟକ । କିନ୍ତୁ ଉଭୟ ଚୀନ ଓ ପାକିସ୍ତାନ ପରସ୍ପର ସହ ଏଭଳି ଏକ ସହାବସ୍ଥାନ ଭିତ୍ତିକ ସଂପର୍କରେ ଆବଦ୍ଧ ଯେ ଏହା କେବଳ ଯାଦୁବିଦ୍ୟା ବଳରେ ହିଁ ସମ୍ଭବ ହୋଇପାରିବା ଭଳି ଲାଗୁଛି । ଚୀନ ପ୍ରସଙ୍ଗରେ ଶତ୍ରୁଭାବ ପ୍ରଦର୍ଶନ ନ କରି ଯୁଦ୍ଧରେ ବିଜୟୀ ହେବାର ଆବଶ୍ୟକତା ରହିଛି । ଅନ୍ୟଥା ଏହା ସବୁ ପକ୍ଷ ପାଇଁ ବିରାଟ ଏକ ବିପର୍ଯ୍ୟୟର କାରଣ ସଦୃଶ ହେବ ।

ବିଲାଲ ଭଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.