ETV Bharat / bharat

LACକୁ ନେଇ ପ୍ରଥମ ଥର ଋଷ ଓ ଚୀନ ସହ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା - LAC

ଗଲୱାନ ଘାଟିରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦକୁ ସମାଧାନ କରିବାକୁ ସମସ୍ତ ଉଦ୍ୟମ କରାଯାଉଛି । ଆଜି ଲଦାଖ ଯିବେ ସେନା ପ୍ରମୁଖ ଏମଏମ ନରୱାଣେ । ଅଧିକ ପଢନ୍ତୁ...

LACକୁ ନେଇ ପ୍ରଥମ ଥର ରୁଷ ଓ ଚୀନ ସହ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା

author img

By

Published : Jun 23, 2020, 10:04 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଘାଟିରେ ସଂଘର୍ଷ ପରେ ପ୍ରଥମ ଥର ଭାରତ-ଚୀନ ମୁହାଁମୁହିଁ ହେବେ । ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଓ ଚୀନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଆର.ଆଇ.ସି.ର ସମୂହ ବୈଠକ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ।

ସେପଟେ, ସେନା ପ୍ରମୁଖ ଏମଏମ ନରୱାଣେ ମଧ୍ୟ ଲଦାଖ ଗସ୍ତରେ ଯିବେ । ଉଭୟ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ ।

ଭାରତ-ଚୀନ ତିକ୍ତତା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ତିନି ଦିନ ପାଇଁ ରୁଷ ଗସ୍ତରେ ଅଛନ୍ତି । ସେଠାରେ ସୋଭିଏତ ରୁଷର 75ତମ ବିଜୟ ପରେଡରେ ସାମିଲ ହେବେ । ଏହି ସମୟରେ ସେ ଭାରତ-ରୁଷ ରଣନୀତି ଉପରେ ମଧ୍ୟରେ ଚର୍ଚ୍ଚା କରିବେ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି କହିଛନ୍ତି,ସେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ ଫରହାନଙ୍କ କଥାବାର୍ତ୍ତା କରିଛନ୍ତି । କୋରୋନା ସମୟରେ ଉଭୟ ଦେଶ ମଧ୍ୟରେ ଯୋଗାଣ ଶୃଙ୍ଖଳା ଏବଂ ବାଣିଜ୍ୟ ପ୍ରତିଶ୍ରୁତି ବଜାୟୀ ରହିବ ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ଏବଂ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକା ହିଂସାତ୍ମକ ସଂଘର୍ଷ ପରେ ତିକ୍ତତାକୁ କମ କରିବାକୁ ସୋମବାର ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.