ETV Bharat / bharat

ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗକୁ ଭାରତ; ଆର୍ମେନିଆ ସହ 280 ନିୟୁତ ଚୁକ୍ତି - ଆର୍ମେନିଆ ସହ 280 ନିୟୁତ ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କଲା ଭାରତ

ଦିନକୁ ଦିନ ବିଶ୍ବ ସ୍ତରରେ ନିଜର ସ୍ଥିତି ମଜଭୁତ କରିବାରେ ଲାଗିଛି ଭାରତ । ରୁଷିଆ ଓ ପୋଲାଣ୍ଡକୁ ପଛରେ ପକାଇ ଆର୍ମେନିଆ ସହିତ 280 ନିୟୁତ ଟଙ୍କା ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛି ଭାରତ । ଅଧିକ ପଢନ୍ତୁ...

India $40 million defence deal with Europe
ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଭାରତର ବଡ଼ ସଫଳତା
author img

By

Published : Mar 4, 2020, 9:54 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଭାରତ ହାସଲ କରିଛି ବହୁତ ସଫଳତା । ରୁଷିଆ ଓ ପୋଲାଣ୍ଡକୁ ପଛରେ ପକାଇ ଆର୍ମେନିଆ ସହିତ 280 ନିୟୁତ ଟଙ୍କା ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛି ଭାରତ । ଏବେ ଭାରତ ଆର୍ମେନିଆକୁ ରପ୍ତାନି କରିବ ସ୍ବେଦେଶୀ ଅସ୍ତ୍ରଶସ୍ତ୍ର । ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମର ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଉଛି ।

ଏହି ରାଡର ସ୍ବୟଂଚାଳିତ ଅସ୍ତ୍ରର ସଠିକ୍ ସ୍ଥିତିକୁ ଚିହ୍ନଟ କରିପାରିବ । ରାଡର ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅସ୍ତ୍ରଶସ୍ତ୍ରରୁ ଗୁଳି ଚଳାଯାଇଥିବା ଏକାଧିକ ପ୍ରୋଜେକ୍ଟକ ମଧ୍ୟ ଚିହ୍ନଟ କରିପାରିବ | ପୂର୍ବରୁ ଜମ୍ମୁ କାଶ୍ମୀର ସୀମାରେ ଭାରତୀୟ ସେନା ଏହି ରାଡ଼ାରକୁ ବ୍ୟବହାର କରିଆସୁଛି । ଫଳରେ ଆକ୍ରମଣ କରୁଥିବା ପାକିସ୍ତାନୀ ସେନାର ପୋଷ୍ଟର ସମ୍ବନ୍ଧରେ ଜଣାପଡ଼ିଥିଲା ।

ପ୍ରଥମ ଥର ପାଇଁ 2018 ମସିହାରେ ଭାରତୀୟ ସେନା ପରୀକ୍ଷା ମୂଳକ ଭାବେ ଯାଞ୍ଚ କରିଥିଲା | ଏହି ଉଚ୍ଚକ୍ଷମତା ସମ୍ପପନ ରାଡ଼ାର ବ୍ୟବହାର ଦ୍ବାରା ଶତ୍ରୁ ପକ୍ଷର ସମସ୍ତ ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ସୂଚନା ପ୍ରଦାନ କରିପାରିବ । ପ୍ରତିରକ୍ଷା ରପ୍ତାନି ବୃଦ୍ଧି ପାଇଁ ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ଆମେରିକା ଏବଂ ମଧ୍ୟ-ପୂର୍ବ ଦେଶଗୁଡ଼ିକର ଦାବି ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଦୃଷ୍ଟି ରହିଥିବାବେଳେ ନିଜର ବ୍ୟବସସାୟିକ ସ୍ଥିତିକୁ ମଝଭୁତ କରିବା ପାଇଁ ଭାରତ ୟୁରୋପିଆନ୍ ରାଷ୍ଟ୍ର ସହ ଚୁକ୍ତି ସ୍ବାକ୍ଷର କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.