ETV Bharat / bharat

ଭାରତରେ ଚାଇନିଜ ଆପ୍ ବ୍ୟାନ, ଚିନ୍ତା ପ୍ରକଟ କଲା ଚୀନ ବୈଦେଶିକ ମନ୍ତ୍ରଣାଳୟ

author img

By

Published : Jun 30, 2020, 3:53 PM IST

ଭାରତରେ 59 ଟି ଚାଇନିଜ୍ ଆପ ଉପରେ ନିଷେଧାଦେଶକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି।ସୋମବାର ମୋଦି ସରକାର ଟିକଟକ୍ ସମେତ 59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଚିନ୍ତା ପ୍ରକଟ କଲା ଚୀନ ବୈଦେଶିକ ମନ୍ତ୍ରଣାଳୟ
ଚିନ୍ତା ପ୍ରକଟ କଲା ଚୀନ ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ 59 ଟି ଚାଇନିଜ୍ ଆପ ଉପରେ ନିଷେଧାଦେଶକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଏହି ସମଗ୍ର ପ୍ରସଙ୍ଗକୁ ନେଇ ଚୀନ ବହୁତ ଚିନ୍ତିତ ଓ ଏନେଇ ସମଗ୍ର ମାମଲା ଉପରେ ସୂଚନା ନିଆଯାଉଛି। ପ୍ରକାଶଥାଉକି, ସୋମବାର ମୋଦି ସରକାର ଟିକଟକ୍ ସମେତ 59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଆପ୍ ଉପରେ ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଚାଇନାରୁ କେବଳ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଚୀନର ଅନ୍ୟାନ୍ୟ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ଯୋଗାଯୋଗ ମନ୍ତ୍ରଣାଳୟ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଯେକୌଣସି ଆପର ତଥ୍ୟ ବନ୍ଦ କରିବାକୁ କହିପାରେ ।

ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେ ସର୍ବଦା ଏହି କଥା ଉପରେ ଜୋର୍ ଦେବାକୁ ଚାହୁଁ କି ଚୀନ୍ ସରକାର ଚାଇନାର ବ୍ୟବସାୟୀଙ୍କୁ ଅନ୍ତର୍ଜାତୀୟ ତଥା ସ୍ଥାନୀୟ ଆଇନ ଓ ନିୟମାବଳୀ ପାଳନ କରିବାକୁ କୁହନ୍ତି। ଚୀନ୍ ନିବେଶକଙ୍କ ସମେତ ଆନ୍ତର୍ଜାତୀୟ ନିବେଶକଙ୍କ ଆଇନଗତ ଅଧିକାର ବଜାୟ ରଖିବା ଭାରତ ସରକାରଙ୍କ ଦାୟିତ୍ବ ଅଟେ।

ଅନ୍ୟପକ୍ଷେ ଚାଇନିଜ କମ୍ପାନୀ ହୁଆୱେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ଥିବା ତିକ୍ତତାର ଶିକାର ହୋଇପାରେ। ଭାରତରେ 5G ସେବା ପାଇଁ ହୁଆଇ ଏକ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ । ଭାରତରେ 5G ନିଲାମ ବର୍ତ୍ତମାନ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି କିନ୍ତୁ ଗତ ବର୍ଷ ହୁଆୱେକୁ 5G ଟ୍ରାଏଲରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା।

ହୁଆୱେକୁ ବାହାରେ କରିବା ପାଇଁ ଆମେରିକା ବିଶ୍ବର ସମସ୍ତ ଦେଶ ଉପରେ ଚାପ ପକାଉଛି। ମେ 2021 ପର୍ଯ୍ୟନ୍ତ ଆମେରିକାରେ ହୁଆୱେ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୂଚନାନୁସାରେ ମଙ୍ଗଳବାର ମୋଦି ସରକାରଙ୍କ ବରିଷ୍ଠ ମନ୍ତ୍ରୀଙ୍କ ବୈଠକରେ 5G ଆଲୋଚନା କରାଯାଇଥିଲା।

https://aajtak.intoday.in/story/india-banning-59-chinese-apps-chinese-foreign-ministry-spokeperson-zhao-lijian-reaction-1-1205667.html

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.