ETV Bharat / bharat

ଭାରତ-ଚୀନ ବିବାଦ; ଆଜି ପୁଣି ମେଜର ଜେନେରାଲ ସ୍ତରୀୟ ଆଲୋଚନା - ଭାରତ-ଚୀନ ବିବାଦ

ବାସ୍ତବିକ ନିୟନ୍ତ୍ରଣ ରେଖା ସହିତ ଚୀନ ପଟୁ ସେନା ପ୍ରତ୍ୟାହାର ନେଇ ଏହି ବୈଠକରେ ଆଲୋଚନା କରାଯିବ । ଦୈଲତ ବେଗ୍ ଓଲଡି ଅଞ୍ଚଳରେ ଉଭୟ ଦେଶର ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଆଜି ପୁଣି ମେଜର ଜେନେରାଲ ସ୍ତରୀୟ ଆଲୋଚନା
ଆଜି ପୁଣି ମେଜର ଜେନେରାଲ ସ୍ତରୀୟ ଆଲୋଚନା
author img

By

Published : Aug 8, 2020, 12:25 PM IST

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ଥରେ ଏହାର ସମାଧାନ ଲାଗି ମେଜର ଜେନେରାଲ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ବାସ୍ତବିକ ନିୟନ୍ତ୍ରଣ ରେଖା ସହିତ ଚୀନ ପଟୁ ସେନା ପ୍ରତ୍ୟାହାର ନେଇ ଏହି ବୈଠକରେ ଆଲୋଚନା କରାଯିବ । ଦୈଲତ ବେଗ୍ ଓଲଡି ଅଞ୍ଚଳରେ ଉଭୟ ଦେଶର ବୈଠକ ଅନୁଷ୍ଠିତ ହେବ ।

ମୁଖ୍ୟ ଏଜେଣ୍ଡା ହେଉଛି ଡେପସଙ୍ଗ ସମତଳ ଅଞ୍ଚଳର ପରିସ୍ଥିତିକୁ ସମାଧାନ କରିବା । ଯେଉଁଠି ଡେପସଙ୍ଗ ବିପକ୍ଷରେ 15,000 ରୁ ଅଧିକ ଚୀନ୍ ସୈନ୍ୟ ଏକତ୍ରିତ ହୋଇଛନ୍ତି। 3 ମାଉଣ୍ଟେନ୍ ଡିଭିଜନର ଜେନେରାଲ୍ ଅଫିସର କମାଣ୍ଡିଂ, ମେଜର ଜେନେରାଲ୍ ଅଭିଜିତ୍ ବାପତ୍ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ବୈଠକରେ ଭାରତ ପାଟ୍ରୋଲିଂ ପ୍ରସଙ୍ଗ ମଧ୍ୟ ଉଠାଇବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଲଦାଖର ଗଲୱାନ ଘାଟିରେ ଜୁନ 15-16 ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଯେଉଁଥିରେ ଭାରତର 16 ଯବାନ ଶହୀଦ ହୋଇଥିଲେ । ଏଥିରେ ଚୀନର ମଧ୍ୟ 40 ପାଖାପାଖି ସେନା ନିହତ ହୋଇଥିଲେ । ହେଲେ ଏହି ସୂଚନାକୁ ବିଧିବଦ୍ଧ ଭାବେ ଚୀନ ପକ୍ଷରୁ ଘୋଷଣା କରାଯାଇନାହିଁ । ସେହି ଦିନ ଠାରୁ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଚୀନ ଏଲଏସିର ବିଭିନ୍ନ ସ୍ଥାନରେ ସେନା ମୁତୟନ କରିଛି । ଏହାର ସମାଧାନ ନେଇ ଉଭୟ ଦେଶ ମଧ୍ୟରେ 5 ଥର କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇସାରିଛି । ଏଯାବତ ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରୁନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.