ETV Bharat / bharat

‘ସୁଶାନ୍ତଙ୍କ ମାମଲାରେ ବିଳମ୍ବ ତଦନ୍ତ ଦେଶବାସୀଙ୍କ ବିଷାଦ ଓ ରାଗର କାରଣ ହୋଇଛି’ - ssrs death probe

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ...

‘ସୁଶାନ୍ତଙ୍କ ମାମଲାରେ ବିଳମ୍ବ ତଦନ୍ତ ଦେଶବାସୀଙ୍କ ବିଷାଦ ଓ ରାଗର କାରଣ ହୋଇଛି’

author img

By

Published : Aug 19, 2020, 5:34 PM IST

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ମୃତ ଅଭିନେତା ବେଶ ପ୍ରେରଣାଦାୟୀ ରହିଥିଲେ । ତାଙ୍କର ରହସ୍ୟଜନକ ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରିବାରେ ବିଫଳତା ସାରା ଦେଶରେ ବିଷାଦ ସୃଷ୍ଟି କରିଥିବା ସେ ଉଲ୍ଲେଖ କରିଛନ୍ତି ।

ବୈଜୟନ୍ତ କହିଛନ୍ତି, ଅନ୍ୟ ସଫଳ କାହାଣୀ ଭଳି ସୁଶାନ୍ତ ସିଂ ରାଜପୁତ ସମଗ୍ର ଭାରତ ପାଇଁ ପ୍ରେରଣାର ଉତ୍ସ ହୋଇରହିଥିଲେ । ହେଲେ ତାଙ୍କର ଏହି ରହସ୍ୟମୟ ମୃତ୍ୟୁ ତଦନ୍ତରେ ବିଳମ୍ବ ସାରା ଭାରତର ଲୋକଙ୍କ ପାଇଁ ରାଗ ଓ ବିଷାଦ ଆଣିଛି ।

ସୁପ୍ରିମକୋର୍ଟ ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିହାରର ପାଟନାରେ ରୁଜୁ ମାମଲାକୁ ଗ୍ରହଣ କରିବା ସହ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ବିହାର ସରକାର ମଧ୍ୟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରିଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହା ସହିତ ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.