ETV Bharat / bharat

ବିହାର କଂଗ୍ରେସ ମୁଖ୍ୟାଳୟରେ ଆୟକର ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କା ଜବତ - ପାଟନା କଂଗ୍ରେସ କାର୍ଯ୍ୟାଳୟ

ପାଟନା କଂଗ୍ରେସ କାର୍ଯ୍ୟାଳୟ ସଦାକତ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି । ଏଠାରେ କଂଗ୍ରେସ ନେତାମାନଙ୍କୁ ପଚରାଉଚୁରା ଜାରି ରଖିଛି ଆୟକର ବିଭାଗ । ଅଧିକ ପଢନ୍ତୁ...

ପାଟନା କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କା ଜବତ

author img

By

Published : Oct 22, 2020, 8:04 PM IST

ପାଟନା: ବିହାର ନିର୍ବାଚନକୁ ବାକି ରହିଛି ଅଳ୍ପ ଦିନ । ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ଅଭିଯାନରେ ଲାଗିଛନ୍ତି । ଏହି ମଧ୍ୟରେ ରାଜଧାନୀ ପାଟନାରୁ ସାମ୍ନାକୁ ଆସିଛି କଂଗ୍ରେସର କଳା କାରନାମା । ପାଟନା କଂଗ୍ରେସ ମୁଖ୍ୟାଳୟରେ ଚଢାଉ କରିଛି ଆୟକର ବିଭାଗ ।

ପାଟନା କଂଗ୍ରେସ କାର୍ଯ୍ୟାଳୟ ସଦାକତ ଆଶ୍ରମରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି । ଏଠାରେ କଂଗ୍ରେସ ନେତାମାନଙ୍କୁ ପଚରାଉଚୁରା ଜାରି ରଖିଛି ଆୟକର ବିଭାଗ ।

ସୂଚନା ଅନୁଯାୟୀ ପାଖିପାଖି 1 ଘଣ୍ଟା ଧରି ଏହି ଚଢାଉ ଜାରି ରହିଥିଲା । ଏହି ସମୟରେ ଟଙ୍କା ନେଣଦେଣକୁ ନେଇ କଂଗ୍ରେସ ନେତାଙ୍କୁ ଜେରା ହୋଇଥିବା ବେଳେ କାର୍ଯ୍ୟାଳୟ ସାମ୍ନାରେ ନୋଟିସ ମରାଯାଇଛି ।

ନିର୍ବାଚନୀ ମାହୋଲ ମଧ୍ୟରେ ବିହାର କଂଗ୍ରେସର କିଛି ସ୍ଥାନୀୟ ନେତା ଆୟକର ବିଭାଗର ରାଡାରରେ ରହିଛନ୍ତି । ଗତ କିଛି ଦିନ ମଧ୍ୟରେ ହୋଇଥିବା ସନ୍ଦିଗ୍ଧ ଟଙ୍କା ନେଣଦେଣ ମାମଲାରେ ନେତାଙ୍କୁ ଜେରା ହେବ । ବିହାର ନିର୍ବାଚନ ପ୍ରଚାରରେ ଅବୈଧ ଭାବେ କଳା ଟଙ୍କା କାରବାର ନେଇ ଅଭିଯୋଗ ହୋଇଥିଲା ।

ଘଟଣାକୁ ନେଇ କଡା ପ୍ରତିକ୍ରିୟା ଦେଇଛି ବିହାର ଭାରତୀୟ ଜନତା ପାର୍ଟି । କଂଗ୍ରେସ ଭଳି ଦଳର କାର୍ଯ୍ୟାଳୟରୁ ଟଙ୍କା ଜବତ ହେବା ଅତ୍ୟନ୍ତ ଗମ୍ଭୀର ମାମଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ପ୍ରେମ ରଞ୍ଜନ ପଟେଲ ।

ପ୍ରେମ ରଞ୍ଜନ କହିଛନ୍ତି, ଟଙ୍କା ଭାଗବଣ୍ଟା କରି ଏହାର ଦୁରୁପଯୋଗ ସହ ନିର୍ବାଚନ ଆୟୋଗ ନିୟମକୁ ଉଲ୍ଲଂଘନ କରୁଛି କଂଗ୍ରେସ । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସ ରାଜ୍ୟରେ ଟଙ୍କା ବର୍ଷା କରି ନିର୍ବାଚନ ଜିତିବାକୁ ଚାହୁଁଛି । ବିହାରର ଜନସାଧାରଣ ଏହାର କଡା ଜବାବ ଦେବେ ବୋଲି ପ୍ରେମ ରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି ।

ଏହି ମାମଲାରେ ବିହାର କଂଗ୍ରେସ ଦାୟିତ୍ବରେ ଥିବା ଶକ୍ତି ସିଂ ଗୋହିଲ କହିଛନ୍ତି ଯେ ଏହା ଏକ ଷଡଯନ୍ତ୍ର । ପରାଜୟ ହେତୁ ଏମାନେ ଭୟଭୀତ ହେଉଛନ୍ତି । କେହି ଜଣେ ଏକ କାରରେ ଟଙ୍କା ରଖିଛି । ଆମେ ଜାଣିନାହୁଁ । କାହା କାରରେ କଣ ମିଳିଲା । ଏହାର ହିସାବ ହେବ ବୋଲି ଶକ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.