ଚେନ୍ନାଇ: ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହେବାରେ ଲାଗିଛି ବିପୁଳ ଟଙ୍କା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ଟଙ୍କା କାରବାର । ସେହିଭଳି ଆଉ ଏକ ଘଟଣା ଘଟିଛି ଚେନ୍ନାଇର ନାମକ୍କଲ ଓ ତିରୁନେଲବେଲିରେ । ଟଙ୍କା କାରବାର ନେଇ କୌଣସି ଏକ ସୂତ୍ରରୁ ସୂଚନାପାଇ ଆୟକର ବିଭାଗର 18ଟି ସ୍ଥାନରେ ଚଢାଉ କରିଛି ।
ଜଣେ ବରିଷ୍ଠ ଆୟକର ଅଧିକାରୀଙ୍କ କହିବାନୂଯାୟୀ, ଏକ କନଷ୍ଟ୍ରକସନ କମ୍ପାନୀ ସମେତ ଅନେକ ସ୍ଥାନରୁ ରେଡରେ 14ରୁ ଉର୍ଦ୍ଧ୍ବ କୋଟି ଟଙ୍କା ସହ ଅନେକ କାଗଜପତ୍ର ଜବତ ହୋଇଛି । ଏଥିରେ ଅନେକ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ଜଣାପଡିଛି ।