ବେଙ୍ଗାଲୁରୁ: କୋରୋନା ସଂକ୍ରମଣ ରୋକିବାକୁ କର୍ଣ୍ଣାଟକରେ ମଙ୍ଗଳବାର ଠାରୁ ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା ସୂଚନା ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ଭାବେ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।
କର୍ଣ୍ଣାଟକରେ ଏହି ଲକ ଡାଉନ ମାର୍ଚ୍ଚ 24 ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହୋଇ ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ଜାରି ରହିବ । କେବଳ ଜରୁରୀକାଳୀନ ସେବା ଗୁଡିକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପୂର୍ବରୁ ବେଙ୍ଗାଲୁରୁରେ 144 ଧାରା ଲାଗୁ କରାଯାଇଥିଲା ।
କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା କୋରୋନାରେ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ସେହିପରି 33 ଜଣ ପଜିଟିଭ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ 2ଜଣ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି ।
@ANI