ETV Bharat / bharat

ପୁଣି କଂଗ୍ରେସ ମଙ୍ଗ ଧରିବେ ରାହୁଲ ଗାନ୍ଧୀ ! - କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକ

ରାହୁଲ ପୁଣିଥରେ ଦଳର ନେତୃତ୍ବ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତୃବୃନ୍ଦ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଡିଜିଟାଲ ବୈଠକରେ ଏଭଳି ଦାବି କରିଛନ୍ତି ଦଳର ବରିଷ୍ଠ ନେତାଗଣ ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jul 30, 2020, 7:11 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ଦାବି ଉଠିଛି । ରାହୁଲ ପୁଣିଥରେ ଦଳର ନେତୃତ୍ବ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତାମାନେ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଡିଜିଟାଲ ବୈଠକରେ ଏଭଳି ଦାବି କରିଛନ୍ତି ଦଳର ବରିଷ୍ଠ ନେତୃବୃନ୍ଦ ।

ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ କୋରୋନା ଭାଇରସ ମହାମାରୀ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଥିଲା । ତେବେ ବୈଠକରେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ରାହୁଲ ଗାନ୍ଧୀଙ୍କୁ ଦଳର ନେତୃତ୍ୱ ପୁଣି ନେବାକୁ ଦାବି କରିଛନ୍ତି । ସିଂହ ଏହି ବୈଠକରେ କହିଛନ୍ତି, ରାହୁଲ ଗାନ୍ଧୀ ପୁଣିଥରେ ଅଧ୍ୟକ୍ଷ ଭାବରେ ଦଳର ନେତୃତ୍ୱ ନେବା ଉଚିତ । କାରଣ ସେ ବିଭିନ୍ନ ପ୍ରସଙ୍ଗରେ ବର୍ତ୍ତମାନର ସରକାର ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ବୋଲି ଦିଗବିଜୟ କହିଛନ୍ତି । ସେପଟେ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ।

ରାଜ୍ୟସଭା ସାଂସଦ ତଥା ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ ରାହୁଲଙ୍କ ପ୍ରଶଂସା କରିବା ସହ କୋରୋନା ମହାମାରୀ ସମୟରେ ସେ ଆଗୁଆ ରହିଛନ୍ତି ବୋଲି କହିଛନ୍ତି । ସେ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲୋକଙ୍କ ବିଷୟରେ ଚିନ୍ତା କରିବା ସହ ସେମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜୋରଦାର କରିଛି । ଏହାପୂର୍ବରୁ ଜୁଲାଇ 11 ରେ ଲୋକସଭା ସାଂସଦ ମଣିକ୍କାମ ଟାଗୋର, ଗୌରବ ଗୋଗୋଇ ଏବଂ ଅନ୍ୟ ସାଂସଦମାନେ ଅଧ୍ୟକ୍ଷ ଭାବରେ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଦାବି ଉଠାଇଥିଲେ। ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ଦାବି କରାଯାଇଥିଲା କିନ୍ତୁ ସେ ଏହି ପ୍ରସଙ୍ଗରେ ନୀରବ ରହିଥିଲେ ।

ତେବେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଅଗଷ୍ଟ 10 ରେ ସମାପ୍ତ ହେବ ଏବଂ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକ ଦ୍ବାରା ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ କି ନାହିଁ ତାହା ଏବେସୁଦ୍ଧା ସ୍ଥିର ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.