ETV Bharat / bharat

ହାଥରସ ଦୁଷ୍କର୍ମ ଘଟଣା: ଏସପିଙ୍କୁ ଚିଠି ଲେଖିଲେ 3 ମୁଖ୍ୟ ଅଭିଯୁକ୍ତ - ଏସପି ଚିଠି ଲେଖିଲେ ଅଭିଯୁକ୍ତ

ହାଥରସ ଦୁଷ୍କର୍ମ ମାମଲା ନୂଆ ମୋଡ ନେଇଛି । ଏହି ଘଟଣାରେ 3 ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ହାତରସ ଏସପିଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି ।

ହାଥରସ ଦୁଷ୍କର୍ମ ଘଟଣା
ହାଥରସ ଦୁଷ୍କର୍ମ ଘଟଣା
author img

By

Published : Oct 8, 2020, 11:40 AM IST

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ମାମଲା ନୂଆ ମୋଡ ନେଇଛି । ଏହି ଘଟଣାରେ 3 ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ହାତରସ ଏସପିଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି । ଏହି ଚିଠି ପୂର୍ବରୁ ଅଭିଯୁକ୍ତ ସନ୍ଦୀପ ଏବଂ ପୀଡିତାଙ୍କ ଭାଇଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଏକ ମୋବାଇଲ୍ ନମ୍ବରରେ ବାର୍ତ୍ତାଳାପର ସିଡିଆର ପ୍ରକାଶ ପାଇଥିଲା । ଯେଉଁଥିରେ ଉଭୟ ଫୋନରେ କଥାବାର୍ତ୍ତା ହୋଇଥିବା କୁହାଯାଇଥିଲା।

ଜେଲରେ ଥିବା ଚାରିଜଣ ଅଭିଯୁକ୍ତ ସନ୍ଦୀପ, ଲବ-କୁଶ, ରବି ଏବଂ ରାମୁ ଏସପିଙ୍କୁ ସମ୍ବୋଧିତ କରି ସେମାନଙ୍କ ଚିଠିରେ ଲେଖିଛନ୍ତି ଯେ, ହାଥରସ ଦଳିତ ଯୁବତୀଙ୍କ ହତ୍ୟା ମାମଲାରେ ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଜେଲ ପଠାଯାଇଛି। ସନ୍ଦୀପଙ୍କ ଚିଠିରେ କୁହାଯାଇଛି ଯେ, ସେ ଏବଂ ଅନ୍ୟ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ କିମ୍ବା ମାଡ ମାରିନାହାଁନ୍ତି।

ପୀଡିତାଙ୍କ ବିଷୟରେ ଅଭିଯୁକ୍ତ ସନ୍ଦୀପ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ସେ ମୋ ଗାଁର ଜଣେ ଝିଅ । ତାଙ୍କ ସହ ମୋର ବନ୍ଧୁତା ଥିଲା। ପୀଡିତାଙ୍କ ସହ ଦେଖା ହେବା ସହ ସେ ତାଙ୍କ ସହ ଫୋନରେ କଥା ମଧ୍ୟ ହେଉଥିଲେ । ଚିଠିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ପୀଡିତାଙ୍କ ସହ ଅଭିଯୁକ୍ତଙ୍କ ବନ୍ଧୁତାକୁ ପରିବାର ପସନ୍ଦ କରନ୍ତି ନାହିଁ। ଘଟଣା ଦିନ ଅଭିଯୁକ୍ତ ପୀଡିତାଙ୍କୁ ଚାଷ ଜମିରେ ଭେଟିଥିଲେ। ପୀଡିତା ଜଣକ ତାଙ୍କ ମା ଏବଂ ଭାଇଙ୍କ ସହ ଚାଷ ଜମିରେ ଥିଲେ। ମା ଏବଂ ଭାଇଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ତାଙ୍କ ଘରକୁ ଯାଇ ପିତାଙ୍କ ସହ ପଶୁମାନଙ୍କୁ ଖାଇବାକୁ ଦେଇଥିଲେ।

ହାଥରସ ଦୁଷ୍କର୍ମ ଘଟଣା
ହାଥରସ ଦୁଷ୍କର୍ମ ଘଟଣା

ପରେ ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଥିଲେ ​​ଯେ ତାଙ୍କ ସହ ପୀଡିତାଙ୍କ ବନ୍ଧୁତା ପାଇଁ ତାଙ୍କ ମା ଏବଂ ଭାଇ ତାଙ୍କୁ ମାଡ ମାରିଥିଲେ। ଏହି କାରଣରୁ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଚିଠିରେ ଲେଖିଛନ୍ତି ଯେ, ସେ ପୀଡିତାଙ୍କୁ କେବେ ମାଡ ମାରିନାହାଁନ୍ତି କିମ୍ବା ଖରାପ ସମ୍ପର୍କ ରଖିନାହାନ୍ତି । ଏଣୁ ଘଟଣାର ନିରପକ୍ଷ ଯାଞ୍ଚ ପାଇଁ ସେ ଏସପିଙ୍କୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.