ନୂଆଦିଲ୍ଲୀ: ଏଣିକି ବିନା ଦ୍ବିଧାରେ ଗାଈ ଦେଉଛି କ୍ଷୀର ।ଫଳରେ ସହଜ ଓ ସରଳ ଉପାୟରେ ଉତ୍ପାଦନ ହେଉଛି ଅଦିକ ଦୁଗ୍ଧ । ଏଥିପାଇଁ ବେଶୀ କଷ୍ଟ କରିବା ପାଇଁ ପଡୁନାହିଁ । ବାସ ବଂଶୀର ସ୍ବରରେ ଝୁମି ଉଠୁଛି ଗାଈ, ଆଉ ଦେଉଛି କ୍ଷୀର । ଆପଣଙ୍କୁ ବିଶ୍ବାସ ହେଉ ନଥିବ, ହେଲେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ-କାଶ୍ମୀରର ଏକ ଗୋଶାଳାରେ ।
1960 ମସିହାରୁ ଆରମ୍ଭ ହୋଇଥିଲା ଏହି ଗୋଶାଳା । ରାସ୍ତାରେ ବୁଲୁଥିବା ଅସୁସ୍ଥ, ଦୁର୍ବଳ ଗୋରୁଙ୍କୁ ଉଦ୍ଧାର କରି ଏହି ଗୋଶାଳାର ରଖନ୍ତି ଏଠିକାର ସମାଜସେବୀ । ତେବେ ଏହି ଥେରାପୀ ଦ୍ବାରା ଅସୁସ୍ଥ ଗାଈ ମଧ୍ୟ ହୋଇଥାନ୍ତି ସୁସ୍ଥ ଓ ଦେଇଥାନ୍ତି ଭଲ କ୍ଷୀର । ଆଉ ଏହି ଗୋଶାଳରେ ଗୋରୁଙ୍କୁ ବନ୍ଧା ରଖା ନଯାଇ ଖୋଲା ରଖାଯାଏ।
ଏହି ଥେରାପୀରେ ଦିନରେ 12 ଘଣ୍ଟା ଧରି ବାଜୁଛି ବାଂଶୀ । ସକାଳ 6ଟାରୁ 12ଟା ପର୍ଯ୍ୟନ୍ତ ଗୀତ ବାଜୁଥିବା ବେଳେ 12ଟାରୁ ରାତି 9 ପର୍ଯ୍ୟନ୍ତ ବାଜେ ବଂଶୀ । ତେବେ ଗୋଶାଳା ସମିତିର ସଦସ୍ୟଙ୍କ କହିବା ଅନୁସାରେ,ଏହି ଉପାୟ ଅବଲମ୍ବନ କରିବା ଦ୍ବାରା ପୂର୍ବାପେକ୍ଷା ଦୁଗ୍ଧ ଉତ୍ପାଦନରେ 5ରୁ 10 ପ୍ରତିଶତ ବୃଦ୍ଧି ହେଉଛି ।
ଭଗବାନ କୃଷ୍ଣଙ୍କ ଠାରୁ ଏହି ପ୍ରେରଣା ମିଳିଥିବା କହିଛନ୍ତି ସମିତି ସଦସ୍ୟ । ସଙ୍ଗୀତ ଯୋଗୁଁ ଅକସିଟୋସିନ ହରମୋର କ୍ଷରଣ ହୋଇଥିବା କହନ୍ତି ପଶୁ ଚିକିତ୍ସକ ଡାକ୍ତର ନିଲେଶ ଶର୍ମା । ଗୋରୁଙ୍କୁ କୋଳାହଳ ମାହୋଲରେ ବାନ୍ଧି ରଖିବା ଦ୍ବାରା ଏହି ହରମୋନ କ୍ଷରଣ କମ ହୋଇଥାଏ । ତେଣୁ ଏହି ନୂତନ ଉପାୟ ଏମାନଙ୍କ ପାଇଁ ଖୁବ ଉପକାରୀ ।