ETV Bharat / bharat

ଦିଲ୍ଲୀରେ 7 ଦିନରେ 460 ସ୍ବାଇନ ଫ୍ଲ୍ୟୁ ରୋଗୀ ଚିହ୍ନଟ

ଗତ 7 ଦିନ ମଧ୍ୟରେ ଦିଲ୍ଲୀର ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ 460 ରୋଗୀ ଭର୍ତ୍ତି ହୋଇଛନ୍ତି । ଫେବୃଆରୀ 17 ରୁ 24 ମଧ୍ୟରେ ଦିଲ୍ଲୀରେ ସ୍ୱାଇନ ଫ୍ଲ୍ୟୁ କାରଣରୁ 460 ଜଣ ଅସୁସ୍ଥ ହୋଇଛନ୍ତି ।

author img

By

Published : Feb 28, 2019, 3:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସାରା ଦେଶରେ କାୟା ବିସ୍ତାର କରୁଛି ସ୍ୱାଇନ ଫ୍ଲ୍ୟୁ। ଏହିକ୍ରମରେ ଗତ 7 ଦିନ ମଧ୍ୟରେ ଦିଲ୍ଲୀର ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ 460 ରୋଗୀ ଭର୍ତ୍ତି ହୋଇଛନ୍ତି । ଜାନୁଆରୀ 1ରୁ ଫେବୃଆରୀ 24 ତାରିଖ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା 2700କୁ ଅତିକ୍ରମ କରିଛି । ରିପୋର୍ଟ ଅନୁସାରେ, ଫେବୃଆରୀ 17 ରୁ 24 ମଧ୍ୟରେ ଦିଲ୍ଲୀରେ ସ୍ୱାଇନ ଫ୍ଲ୍ୟୁ କାରଣରୁ 460 ଜଣ ଅସୁସ୍ଥ ହୋଇଛନ୍ତି ।

ଅନୁସନ୍ଧାନକାରୀଙ୍କ କହିବାନୁଯାୟୀ, ଗତ କିଛି ଦିନ ମଧ୍ୟରେ ସ୍ୱାଇନ ଫ୍ଲ୍ୟୁ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିଲା । ତେବେ ପାଣିପାଗ ପରିବର୍ତ୍ତନ ଅନୁସାରେ ଏ ରୋଗର ଭୂତାଣୁ ସକ୍ରିୟ ହୋଇଥାଏ । ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ରୋଗରେ ଆକ୍ରାନ୍ତ ପୀଡିତଙ୍କ ସଂଖ୍ୟା ହ୍ରାସ ପାଇପାରେ ।

ଅପରପକ୍ଷେ ଡାକ୍ତରଙ୍କ କହିବାନୁଯାୟୀ, ହାର୍ଟ ସର୍ଜରୀ କିମ୍ବା ମଧୁମେହରେ ପୀଡିତ ରୋଗୀ ଏହି ଭୂତାଣୁରୁ ସତର୍କ ରହିବାର ଆବଶ୍ୟକ ରହିଛି ।

Intro:Body:

ଟମାଟୋର ଅଭାବୀ ବିକ୍ରି ନେଇ ହତାଶ ଚାଷୀ

ଅନୁଗୋଳ: ଖତ ଖାଉଛି ଟମାଟୋ, ହେଲେ ଅମଳ କରୁନି ଚାଷୀ । କାହିଁକି ନା ଅମଳ ଖର୍ଚ୍ଚ ଠାରୁ କମ ମୂଲ୍ୟରେ ତାହା ବିକ୍ରି ହେଉଛି । ଏଭଳି ଦୃଶ୍ୟ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଏକର ଏକର ଜମିର ଟମାଟୋ ଫସଲ ତଳେ ପଡି ନଷ୍ଟ ହେଉଛି । କିଛି ଲାଭ ଅର୍ଥରେ ଫସଲ କରିଥିବା ଟମାଟୋର ଅଭାବୀ ବିକ୍ରି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଯାହା ଏବେ ଚାଷୀର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ସେପଟେ ବଜାରରେ ଟମାଟୋର ବିକିବା ପାଇଁ ଚାଷୀ ପାଖରେ ବ୍ୟବସ୍ଥା ନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ବ୍ୟବସାୟୀ । ଚାଷୀଙ୍କ ଠାରୁ କିଲୋ ପିଛା 1ରୁ 2 ଟଙ୍କା ଦରରେ କିଣୁଛନ୍ତି ବ୍ୟବସାୟୀ । ଟ୍ରେ ପିଛା ଚାଷୀକୁ ମିଳୁଛି ମାତ୍ର ୪୦ ଟଙ୍କା । ଅର୍ଥାତ ୨୬ କେଜିକୁ ୪୦ ଟଙ୍କା ।

ଅପରପକ୍ଷେ ଜିଲ୍ଲାର ବନ୍ତଳା ମାଧପୁର ଚାଷୀଙ୍କ ପାଇଁ ଅଭାବୀ ବିକ୍ରି ସାଙ୍ଗକୁ ବନ୍ୟଜନ୍ତୁଙ୍କ ଦାଉ ସାଜିଛି ଚିନ୍ତା କାରଣ । ହାତୀ ଓ ବାରାହା ସେମାନଙ୍କ କ୍ଷେତକୁ ଉଜାଡି ଦେଉଛନ୍ତି  ।ତେବେ ଏସମ୍ପର୍କରେ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଚାଷୀ କିଭଳି ଅଭାବ ବିକ୍ରିର ଶିକାର ନହେବ ସେ ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

ଚାଷୀଙ୍କ ପାଇଁ ଉଭୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି, କିନ୍ତୁ ବାସ୍ତବ ସ୍ଥିତି ସରକାରୀ ଯୋଜନାର ବହୁ ଦୂରରେ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.