ETV Bharat / bharat

ଟେନସନରେ ଇମ୍ରାନ; ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ପରମାଣୁ  ଯୁଦ୍ଧର ଧମକ ଦେଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କାଶ୍ମୀର ପାଇଁ ଯେକୌଣସି ସ୍ଥରକୁ ଓହ୍ଲାଇବାକୁ  ଆମେ ପ୍ରସ୍ତୁତ ଅଛୁ ବୋଲି ଇମ୍ରାନ କହିଛନ୍ତି ।

author img

By

Published : Aug 26, 2019, 8:09 PM IST

ଫାଇଲ ଫଟୋ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ପରେ ବିଳିବିଳାଇଛି ପାକିସ୍ତାନ । କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କାଶ୍ମୀର ପାଇଁ ଯେକୌଣସି ସ୍ଥରକୁ ଓହ୍ଲାଇବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଇମ୍ରାନ କହିଛନ୍ତି ।

କାଶ୍ମୀର ପ୍ରସଙ୍ଗରେ ଆମେରିକା ଭାରତକୁ ସମର୍ଥନ କରିବା ପରେ ସୋମବାର ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି, ଆମେ କାଶ୍ମୀରବାସୀଙ୍କ ସ୍ବାଧୀନ ପାଇଁ ଲଢିବୁ । ଭାରତ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରି ଭୁଲ କରିଛି । ପିଓକେରେ ଆମ ସେନା ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । କାଶ୍ମୀର ପାଇଁ ଆମେ ଯେକୌଣସି ସ୍ଥରକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

ଏହା ସହିତ ପରୋକ୍ଷ ଭାବରେ ପରମାଣୁ ଯୁଦ୍ଧର ଧମକ ଦେଇ ଇମ୍ରାନ କହିଛନ୍ତି, ସେ କହିଛନ୍ତି ଯେ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି। ଏହି ଯୁଦ୍ଧର କୌଣସି ପରିଣାମ ବାହାରିବ ନାହିଁ । ଯୁଦ୍ଧରେ କେହି ବି ବିଜୟୀ ହେବେ ନାହିଁ । କିନ୍ତୁ ଏହାର ପ୍ରଭାବ ସମଗ୍ର ବିଶ୍ବରେ ଦେଖିବାକୁ ମିଳିବ। ସବୁ ଦେଶ ପ୍ରଭାବିତ ହେବେ। ବୃହତ ଶକ୍ତିମାନଙ୍କର ବର୍ତ୍ତମାନ କ୍ଷେତ୍ରରେ ବଡ଼ ଭୂମିକା ରହିଛି। ସେମାନେ ଆମକୁ ସମର୍ଥନ କରନ୍ତୁ ବା ନାହିଁ ସେଥିରେ କିଛି ଅସୁବିଧା ନାହିଁ। କାଶ୍ମୀର ପାଇଁ ପାକିସ୍ତାନ ଯେ କୌଣସି ସ୍ତରକୁ ଯାଇପାରେ ବୋଲି ଇମ୍ରାନ କହିଛନ୍ତି। ଏହା ବ୍ୟତିତ ସେପ୍ଟେମ୍ବର ୨୭ ରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ଇମ୍ରାନ ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ଵୀକାର କରି ପାରୁନାହିଁ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.