ETV Bharat / bharat

ଭାରତର ବିରୋଧରେ ପାକିସ୍ତାନର ନୂଆ ଷଡଯନ୍ତ୍ର - pakistan pm imran khan

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାର 6 ମାସ ପରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବାକୁ ପାକିସ୍ତାନବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅଧିକ ପଢନ୍ତୁ...

imran-khan
ଇମ୍ରାନ ଖାନ
author img

By

Published : Jan 25, 2020, 6:45 PM IST

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି ପାକ୍। ଏହି କ୍ରମରେ ଧାରା 370 ଉଚ୍ଛେଦ ହେବାର 6 ମାସ ପରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବାକୁ ପାକିସ୍ତାନବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନରେ 'କାଶ୍ମୀର ଏକତ୍ରିତ ଦିବସ' ପାଳନ ଅବସରରେ ସପ୍ତାହ ପର୍ଯ୍ୟନ୍ତ ରାଲି କରିବାକୁ ଘୋଷଣା କରିଛନ୍ତି ଇମ୍ରାନ ।

ଇମ୍ରାନ ଖାନ ଟ୍ବିଟ କରି କହିଛନ୍ତି, 'ମୁଁ ଚାହୁଁଛି ଦେଶ ଏବେ ବିଦେଶରେ ଥିବା ପାକିସ୍ତାନୀ 80 ଲକ୍ଷ କାଶ୍ମୀରବାସୀଙ୍କ ସମର୍ଥନରେ ଫେବୃଆରୀ 5 ତାରିଖରେ ଏକାଠି ହୁଅନ୍ତୁ । ଏହି କାଶ୍ମୀରବାସୀଙ୍କୁ ଫାଶୀବାଦୀ ମୋଦି ସରକାର ଗତ 6 ମାସ ହେବ ଭାରତୀୟ ସେନାଙ୍କ ନିକଟରେ ବନ୍ଦୀ କରି ରଖିଛନ୍ତି । '

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ପ୍ରତିବର୍ଷ ଫେବୃଆରୀ 5 ତାରିଖରେ 'କାଶ୍ମୀର ଏକତ୍ରିତ ଦିବସ' ପାଳନ କରାଯାଏ । ଏହି ଦିନ ଦେଶରେ ସାର୍ବଜନୀନ ଅବକାଶ ରହିଥାଏ । ତେବେ ଏହା ପୂର୍ବରୁ ମଧ୍ୟ କଶ୍ମୀରକୁ ପ୍ରସଙ୍ଗ କରି ପାକିସ୍ତାନ ଅନେକ ଥର ରାଲି କରି ସାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.