ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଇମରାନଙ୍କ ମୁକ୍ତ କରିବା ନିଷ୍ପତ୍ତି ପାକିସ୍ତାନ ଓ ଭାରତ ମଧ୍ୟରେ ତିକ୍ତତା ଦୂର କରିଥିଲା । ଏଥିପାଇଁ ସେ ନୋବେଲ ଶାନ୍ତି ପୁରସ୍କାରର ହକଦାର ବୋଲି ପାକିସ୍ତାନ ସଂସଦରେ ଦାବି ଉଠିଛି । ଏହି ପ୍ରସ୍ତାବରେ ସୋମବାର ବିଚାର କରାଯିବା ନେଇ ଆଶା କରାଯାଉଛି । ସରକାରଙ୍କ ନିକଟରେ ବହୁମତ ରହିଥିବାବେଳେ ବିରୋଧୀଙ୍କ ପଦକ୍ଷେପକୁ ସମସ୍ତଙ୍କ ଅପେକ୍ଷା ।
ସେପଟେ କିନ୍ତୁ ସଂସଦରେ ସଂସଦରେ ଶାନ୍ତି ପ୍ରସଙ୍ଗ ଉଠାଇ ବିଶ୍ବର ସହାନୁଭୂତି ଚାହୁଁଛି ପାକିସ୍ତାନ । ହେଲେ ପୁଣିଥରେ ପାକିସ୍ତାନର ମୁଖା ଖୋଲି ଯାଇଛି । ଗୋଟିଏ ପଟେ ଶାନ୍ତିର କଥା କହୁଥିବା ପାକ୍ ଅନ୍ୟପଟେ ସୀମାରେ ଶନିବାର ଠାରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଛି ।