ETV Bharat / bharat

ମଲାଲା ଦିବସ: ସର୍ବକନିଷ୍ଠ ନୋବେଲ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ

2014 ଡିସେମ୍ବରରେ ମଲାଲା ବିଶ୍ବର ସର୍ବକନିଷ୍ଠ ନୋବେଲ ବିଜେତା ହେବାର ଗୌରବ ଲାଭ ପାଇଥିଲେ । 3 ବର୍ଷ ପରେ ସେ ଜାତିସଙ୍ଘର ଶାନ୍ତିଦୂତ ଭାବେ ନିଯୁକ୍ତି ପାଇଥିଲେ । ଅଧିକ ପଢନ୍ତୁ...

ମଲାଲା ଦିବସ: ସର୍ବକନିଷ୍ଠ ନୋବେଲ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ
ମଲାଲା ଦିବସ: ସର୍ବକନିଷ୍ଠ ନୋବେଲ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ
author img

By

Published : Jul 12, 2020, 1:31 AM IST

ହାଇ୍ରାବାଦ: ସାରା ବିଶ୍ବରେ 12 ଜୁଲାଇକୁ ମଲାଲା ଦିବସ ଭାବେ ପାଳନ କରାଯାଏ । ମିଳିତ ଜାତିସଙ୍ଘ ପକ୍ଷରୁ 2013ରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାପରଠାରୁ ପ୍ରତିବର୍ଷ ମଲାଲାଙ୍କ ଜନ୍ମଦିବସ ଜୁଲାଇ 12ରେ ଏହା ପାଳନ ହେଉଛି । ଏହି ଦିବସ ପାକିସ୍ତାନୀ ଶିଶୁ ମାନବାଧିକାର କର୍ମୀ ମଲାଲା ୟୁସୁଫଜାଇଙ୍କ ପାଇଁ ଉତ୍ସର୍ଗ । ପାକିସ୍ତାନୀ ଝିଅଙ୍କ ପାଠ ପଢା ପାଇଁ ସେ କରିଥିବା କାର୍ଯ୍ୟ ସାରା ବିଶ୍ବରେ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିପାଇଁ ସେ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ । ତାଙ୍କ ଉଦ୍ୟମକୁ ମନେ ପକାଇବା ସହ ଏଥିରୁ ଅନୁପ୍ରାଣିତ ହେବା ପାଇଁ ଏହି ଦିବସକୁ ପାଳନ କରାଯାଉଛି ।

ଜୁଲାଇ 12, 2013ରେ 16 ବର୍ଷିୟା ମଲାଲା ପାକିସ୍ତାନୀ ମହିଳାଙ୍କ ଶିକ୍ଷା ଉପରେ ମିଳିତ ଜାତିସଙ୍ଘରେ ଏକ ଚତ୍ମକାର ଅଭିଭାଷଣ ଦେଇଥିଲେ । ଏହାସହ ଲିଙ୍ଗଗତ ସମାନତା ଉପରେ ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ । ଏହି ଭାଷଣକୁ ଜାତିସଙ୍ଘର ସମସ୍ତ ସଦସ୍ୟ ଛିଡା ହୋଇ କରତାଳି ମାଧ୍ୟମରେ ପ୍ରଶଂସା କରିବା ସହ ସମ୍ମାନ ଜଣାଇଥିଲେ । ତାଙ୍କ ସମ୍ମାନରେ ଉକ୍ତ ଦିନକୁ ସଙ୍ଗେ ସଙ୍ଗେ ଜାତିସଙ୍ଘ ମଲାଲା ଦିବସ ରୂପେ ଘୋଷଣା କରିଥିଲା । ପାକିସ୍ତାନର ଖାଏବର ପଖତୁଙ୍କ୍ବାର ସ୍ବାତ୍ ଉପତ୍ୟକାର ସବୁଠୁ ବଡ ସହର ମିଙ୍ଗୋରାରେ 1997 ଜୁଲାଇ 12ରେ ମଲାଲା ଜନ୍ମଗ୍ରହଣ କରିଥିଲେ । ତାଙ୍କର 2 ଛୋଟ ଭାଇ ମଧ୍ୟ ରହିଛନ୍ତି । ତାଲିବାନ ବିରୋଧରେ କହିବା ଏବଂ ଝିଅଙ୍କ ଶିକ୍ଷା ଶିକ୍ଷାଧିକାର ପାଇଁ ଦାବି କରିବା ଯୋଗୁଁ ତାଙ୍କୁ 2012 ଅକ୍ଟୋବର 9ରେ ତେହେରିକ୍-ଆଇ-ତାଲିବାନ ପାକିସ୍ତାନ ପକ୍ଷରୁ ଗୁଳିମାଡ କରାଯାଇଥିଲା । ଏଥିରେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ଆଉ ଏହାପରେ ସେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ ।

2009ରେ ନିଜ ସହରରେ ମିଲିଟାରୀ ଆକ୍ଟିଭିଟି ବଢିବା ଉପରେ ସେ ଏକ ବ୍ଲଗ୍ ଲେଖିବା ଆରମ୍ଭ କରିଥିଲେ । ଏଥିରେ ତାଙ୍କ ସ୍କୁଲ ଉପରେ ଆକ୍ରମଣ ହେବାର ସମ୍ଭାବନା ଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଥିଲେ । ଏହାପରେ ସେ କ୍ରମାଗତ ଭାବେ ଝିଅଙ୍କ ଶିକ୍ଷା ଉପରେ ଜୋର୍ ଦେବା ସହ ସେମାନଙ୍କ ପଢିବାର ଅଧିକାର ନେଇ ଲେଖିଥିଲେ । ତାଙ୍କ ଅଞ୍ଚଳରେ ଏହାକୁ ବିରୋଧ କରୁଥିବା ତାଲିବାନ ସଙ୍ଗଠନ ମଲାଲାଙ୍କ ଉପରେ ଆକ୍ରମଣ ହୋଇଥିଲା । ସ୍କୁଲରୁ ସାଙ୍ଗମାନଙ୍କ ସହ ଫେରୁଥିବାବେଳେ ମଲାଲାଙ୍କୁ ସଙ୍ଗଠନର ସଦସ୍ୟ ଗୁଳି ମାରିଥିଲେ । ଏହାପରେ ପାକିସ୍ତାନରେ ସମସ୍ତେ ମଲାଲାଙ୍କ ସପକ୍ଷରେ ବାହାରିଥିଲେ । ପ୍ରାୟ 2 ମିଲିୟନରୁ ଅଧିକ ଲୋକ ଏକ ଶିକ୍ଷା ପାଇଁ ଅଧିକାର ପିଟିସନରେ ସାଇନ କରିବା ସହ ଏହା ଉପରେ ଏକ ବିଲ୍ ଆଣିବାକୁ ଦାବି କରିଥିଲେ ଯାହା ଜାତୀୟ ବିଧାନସଭା ପକ୍ଷରୁ ପରବର୍ତ୍ତୀ ସମୟରେ ବିଲ୍ ଭାବେ ଉପସ୍ଥାପନା କରାଯାଇଥିଲା ।

ତାଲିବାନ ଆକ୍ରମଣ ପରେ ବି ଅଟଳ ଓ ନିର୍ଭୀକ ମଲାଲା ପୁଣି ସମାନ ଦାବି ଦୋହରାଇଥିଲେ । ପାକିସ୍ତାନୀ ଝିଅଙ୍କ ଶିକ୍ଷା ଅଧିକାର ପାଇଁ ସେ ଲଢେଇ କରିଥିଲେ । ତାଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ମଲାଲା ଫାଉଣ୍ଡେସନ ଛୋଟ ଝିଅଙ୍କୁ ସ୍କୁଲ ଯିବାରେ ସାହାଯ୍ୟ କରୁଛି । ସେ ମଧ୍ୟ ମୁଁ ମଲାଲା ନାମରେ ଏକ ବହି ଲେଖିଥିଲେ ଯାହା ବିଶ୍ବର ବେଷ୍ଟ ସେଲର ଭାବେ ପରିଗଣିତ ହୋଇଥିଲା । 2012ରେ ପାକିସ୍ତାନ ସରକାର ତାଙ୍କୁ ପ୍ରଥମ ଜାତୀୟ ଯୁବ ଶାନ୍ତି ପୁରସ୍କାରରେ ସମ୍ମାନିତ କରିଥିଲା । 2014 ଡିସେମ୍ବରରେ ସେ ବିଶ୍ବର ସର୍ବକନିଷ୍ଠ ନୋବେଲ ବିଜେତା ହେବାର ଗୌରବ ଲାଭ ପାଇଥିଲେ । 1901ରୁ ଆରମ୍ଭ ହୋଇଥିବା ବିଶ୍ବର ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବା ସମୟରେ ମଲାଲାଙ୍କୁ ମାତ୍ର 17 ବର୍ଷ ବୟସ ହୋଇଥିଲା । 3 ବର୍ଷ ପରେ ସେ ଜାତିସଙ୍ଘର ଶାନ୍ତିଦୂତ ଭାବେ ନିଯୁକ୍ତି ପାଇଥିଲେ । 2017ରୁ ସେ ଓକ୍ସଫୋର୍ଡ ୟୁନିଭର୍ସିଟିରେ ପଢିବାର ସୁଯୋଗ ପାଇଥିଲେ । ନିକଟରେ ଜୁନ୍ ମାସରେ ସେ ଏଠାରୁ ଗ୍ରାଜୁଏଟ୍ ହୋଇଛନ୍ତି ।

2009 ବିବିସି ଚ୍ୟାନେଲ ପାଇଁ ସେ ବ୍ଲଗ୍ ଲେଖିବା ଆରମ୍ଭ କରିଥିଲେ । ଏଥିରେ ସେ ତାଲିବାନୀ ଶାସନ ଅଧୀନରେ କିପରି ଲୋକେ ବଞ୍ଚିବାର ସଙ୍ଘର୍ଷ କରୁଛନ୍ତି ତାହା ଉପରେ ଉଲ୍ଲେଖ କରିଥିଲେ । ଏହାପରେ ସେ ନିଜ ଦେଶରେ ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ ଚେହେରା ପାଲଟିଥିଲେ । ବିଭିନ୍ନ ଚ୍ୟାନେଲ ପାଇଁ ସେ ମୁଖପାତ୍ର ଭାବେ ଝିଅଙ୍କ ଶିକ୍ଷା ସପକ୍ଷରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ନିଜ ପ୍ରଥମ ବିବିସି ଡାଏରୀ ଏଣ୍ଟ୍ରି ସମୟରେ ତାଙ୍କୁ ମାତ୍ର 11 ବର୍ଷ ବୟସ ହୋଇଥିଲା । ସ୍ବାତ୍ ଉପତ୍ୟକାର ସୁନ୍ଦରତା ମଧ୍ୟରେ କିପରି ଭୟାବହ ଜୀବନଯାପନ ହେଉଛି ଏହା ସମ୍ପର୍କରେ ସେ ମୁଁ ଭୟଭୀତ ନାମରେ ଏକ ବ୍ଲଗ୍ ଲେଖିଥିଲେ । ତାଲିବାନଙ୍କ ଯୋଗୁଁ କିପରି ପାକିସ୍ତାନରେ ଝିଅମାନେ ସ୍କୁଲ ଯିବାକୁ ଡରୁଛନ୍ତି ଏହା ଉପରେ ସେ ଆଲୋକପାତ୍ କରିଥିଲେ । 2013 ଅକ୍ଟୋବର 10ରେ ତାଙ୍କ କାର୍ଯ୍ୟ ପାଇଁ ୟୁରୋପିଆନ ସଂସଦ ତାଙ୍କୁ ମୁକ୍ତ ଚିନ୍ତାଧାରା ପାଇଁ ସମ୍ମାନଜନକ ସାଖାରୋଭ ପ୍ରାଇଜ ପ୍ରଦାନ କରିଥିଲା । 2015ରେ ମଲାଲାଙ୍କ ନାମରେ ଏକ ନକ୍ଷତ୍ର ନାମକରଣ ହୋଇଥିଲା । କାନାଡା ସରକାର ତାଙ୍କୁ ସମ୍ମାନ ଦେଇ ନିଜ ଦେଶର ନାଗରିକତ୍ବ ପ୍ରଦାନ କରିବା ସହ କାନାଡର ହାଉସ୍ ଅଫ କମନକୁ ସମ୍ବୋଧନ କରିବାର ସୁଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.