ମହାରାଷ୍ଟ୍ର:ଦେଶର ଅନେକ ରାଜ୍ୟରେ କରୋନା ପ୍ରଭାବ ରହିଛି । ବିଶେଷ କରି ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟିକେ ଅଧିକ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କରୋନା ବିଷୟରେ ନାଗରିକଙ୍କୁ ସଚେତନତା କରିବା ପାଇଁ ସଚେତନତା ମଧ୍ୟ ଜାରି ରହିଛି । ତେବେ ମହାରାଷ୍ଟ୍ରରେ ଅନେକ ବିବାହକୁ ସ୍ଥଗିତ ରଖାଯାଇଥିବା ବେଳେ କେତେକ ସ୍ଥାନରେ ଖୁବ କମ୍ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ କୋଲ୍ହାପୁର ଅନ୍ତର୍ଗତ ୱାଗାଭେ ଗାଁର ସଞ୍ଜୟ ଶେଲାରଙ୍କ ଝିଅର ବିବାହ ଉତ୍ସବ ଗତ ବୁଧବାର ଆୟୋଜିତ ହୋଇଥିଲା । ଏହି ବିବାହରେ ହଜାର ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ କରୋନା କାରଣରୁ ଶେଲାର ଏବଂ ସିନ୍ଦେ ପରିବାର କେବଳ ଅଳ୍ପ ସଂଖ୍ୟକ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଥିଲେ । ଖୁବ ଅଳ୍ପ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କିନ୍ତୁ ଏହି ବିବାହରେ କରୋନା ଛାପ ଦେଖିବାକୁ ମିଳିଥିଲା । ଲୋକେ ମାସ୍କ ପିନ୍ଧି ବିବାହରେ ପହଞ୍ଚିଥିଲେ । ଖାଲି ସାଧାରଣ ଲୋକେ ନୁହେଁ ଉଭୟ ବର ଓ କନ୍ୟା ମାସ୍କ ପିନ୍ଧି ବିବାହ କରିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନାର ଭୟାବହତକୁ ଦୃଷ୍ଟିରେ ରଖି ଅନେକ ବିବାହ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି । ପ୍ରକାଶ ଯେ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ