ETV Bharat / bharat

କାଢା ପିଅନ୍ତୁ, କୋରୋନା ଠାରୁ ଜିତନ୍ତୁ

କୌଣସି ରୋଗ ଠାରୁ ଜିତବାକୁ ହେଲେ ଆଣକୁ ନିଜ ରୋଗପ୍ରତିରୋଧକ ଶକ୍ତିରେ ଉନ୍ନତି କରିବାକୁ ପଡିବ । ତେଣୁ ଏସବୁ ହର୍ବାଲ ସାମଗ୍ରୀ ଦ୍ବାରା ହିଁ ସମ୍ଭବ ହୋଇପାରିବ । ଅଧିକ ପଢନ୍ତୁ....

author img

By

Published : May 21, 2020, 3:27 PM IST

କାଢା ପିଅନ୍ତୁ, କୋରୋନା ଠାରୁ ଜିତନ୍ତୁ
କାଢା ପିଅନ୍ତୁ, କୋରୋନା ଠାରୁ ଜିତନ୍ତୁ

ହାଇଦ୍ରାବାଦ: କୋରୋନା ଭାଇରସ ମହାମାରୀ ହୃଦୟଙ୍ଗମ କରିପାରିଛି ଯେ ସାଧାରଣ ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି କେତେ ମହତ୍ତ୍ବପୂର୍ଣ୍ଣ। ତଥାପି, କୌଣସି ପ୍ରମାଣ ନାହିଁ ଯେ ରୋଗ ପ୍ରତିରୋଧକ ଶକ୍ତି ଭାଇରସକୁ ରୋକିବାରେ କିମ୍ବା ଚିକିତ୍ସା କରିବାରେ ସାହାଯ୍ୟ କରେ । କିନ୍ତୁ ଏହା ଆପଣଙ୍କୁ ଏକ ଉନ୍ନତ ସ୍ୱାସ୍ଥ୍ୟକର ଅବସ୍ଥାରେ ରଖିବାରେ ସାହାଯ୍ୟ କରିଥାଏ । କିଛି ଲୋକଙ୍କର ଜେନେଟିକ ଦୃଢ ଇମ୍ୟୁନିଟି ଥିବାବେଳେ ଅନ୍ୟମାନେ ଏହାକୁ ପ୍ରସ୍ତୁତ କରିବାକୁ ଅନେକ ପଦକ୍ଷେପ ନେବାକୁ ପଡିବ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରାକୃତିକ ପଦ୍ଧତିଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ ।

ହର୍ବାଲ ଟି, କାଢା, ଏପରି ଅନେକ ପ୍ରାକୃତିକ ଜିନିଷ ଅଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯାହା ଆମକୁ ସୁସ୍ଥ ରହିବାକୁ ସାହାଯ୍ୟ କରିଥାଏ ଏବଂ ଆମକୁ ସାଧାରଣ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖେ । ଏଠାରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏକ କାଢା ଦିଆଯାଇଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରଭାବଶାଳୀ ହୋଇପାରେ ।

ତୁଳସୀ, ହଳଦୀ, ଡାଳଚିନ, ଲବଙ୍ଗରୁ ତିଆରି ଏକ କାଢା କିଛି ସାଧାରଣ ଉପାଦାନ ସହିତ ତିଆରି କରାଯାଇଥାଏ । ଯାହା ସେମାନଙ୍କର ଔଷଧୀୟ ଏବଂ ଆରୋଗ୍ୟ ଗୁଣ ପାଇଁ ପ୍ରସିଦ୍ଧ । ତୁଳସୀ ଏବଂ ହଳଦୀ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଅଟେ । ଗଳାର ଯନ୍ତ୍ରଣା ଠିକ କରିବା ପାଇଁ ଲବଙ୍ଗ ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ସମସ୍ତ ସାମଗ୍ରୀର ଅନେକ ମହତ୍ବପୂର୍ଣ୍ଣ ଗୁଣରେ ଭରପୁର ହୋଇଛି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହି ସବୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

କିପରି କରିବେ ପ୍ରସ୍ତୁତ

ସାମଗ୍ରୀ

ତୁଳସୀ ପତ୍ର, ଡାଳଚିନ, ହଳଦୀ ଏବଂ ଲବଙ୍ଗକୁ ଗ୍ରାଇଣ୍ଡିଂ କରନ୍ତୁ । ଏକ ପ୍ୟାନରେ ପାଣି ଦେଇ ହଳଦୀ ପାଉଡର ସହିତ ସମସ୍ତ ମସଲାକୁ ମିଶାଇ ଫୁଟାନ୍ତୁ । ଏହାକୁ 5-7 ମିନିଟ ପାଇଁ ଫୁଟିବାକୁ ଦିଅନ୍ତୁ ଯାହା ଦ୍ବାରା ମସଲାର ସ୍ୱାଦ ଏବଂପୋଷକ ତତ୍ତ୍ୱ ପାଣିରେ ସଠିକ୍ ଭାବରେ ମିଶିଯାଏ । ଏହାପରେ ଏହାକୁ ଛାଣିକି ଏଥିରେ ମହୁ ମିଶାଇ ଏହାକୁ ଗରମ ପିଅନ୍ତୁ । ଗରମ ପାଣି ମଧ୍ୟ ଗଳାର ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ ଏବଂ କିଛି ଆରାମ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.