ETV Bharat / bharat

ଆଇଏମଡିର ପୂର୍ବାନୁମାନ: ଦକ୍ଷିଣ ଉପକୂଳରେ ଝଡବାତ୍ୟା ସମ୍ଭାବନା

ଦକ୍ଷିଣ-ବଙ୍ଗୋପସାଗର ସଂଲଗ୍ନ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା କ୍ରମଶଃ ସ୍ଥଳଭାଗ ମୁହାଁହେଉଛି। ଏହା ଆାଗମୀ 36 ଘଣ୍ଟା ମଧ୍ୟରେ ଅବପାତରେ ପରିବର୍ତ୍ତିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି।

author img

By

Published : Apr 25, 2019, 3:34 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତ ମହାସାଗର ଏବଂ ଏହା ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଝଡ ଦକ୍ଷିଣ ଉପକୂଳ ଆଡକୁ କ୍ରମଶଃ ଅଗ୍ରସର ହେବ । ପରେ ଏହା ତାମିଲନାଡୁ ଉପକୂଳ ଦେଇ ଉତ୍ତର-ପଶ୍ଚିମ ଭାରତ ଅଭମୁଖେ ଗତି କରିବ । ସମୁଦ୍ରରେ ସୃଷ୍ଟ ଲଘୁଚାପ ସହ ଏହା ସ୍ଥଳ ଭାଗ ଆଡକୁ ମୁହାଁଇବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହା କୁହାଯାଇଛି।

ଏନେଇ ଆଇଏମଡି ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଏହି ସାମୁଦ୍ରକି ଝଡ ସମୁଦ୍ର ପତ୍ତନରୁ 3 କିମି ଉଚ୍ଚତାରେ ରହିଛି । ଏହାର ପ୍ରଭାବରେ ଦକ୍ଷିଣ-ବଙ୍ଗୋପସାଗର ସଂଲଗ୍ନ ଭାରତ ମହାସାଗର ସ୍ଥିତ ଦକ୍ଷିଣ-ପୂର୍ବ ଉପକୂଳ ଏବଂ ଶ୍ରୀଲଙ୍କାର ତଟବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପର ଅନୁଭୂତ ହେବାର ସମ୍ଭାବନା ରହିଛି।

ଆସନ୍ତା 36 ଘଣ୍ଟା ମଧ୍ୟରେ ଏହା ଅବପାତକୁ ପରିବର୍ତ୍ତିତ ହେବ । ଏହା ପରେ ପୁଣି ଆଗାମୀ 48 ଘଣ୍ଟା ମଧ୍ୟରେ ଏହା ପୁନର୍ବାର ଝଡତୋଫାନରେ ପରିବର୍ତ୍ତିତ ହୋଇ ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ଦାକ୍ଷିଣାତ୍ୟ ଉପକୂଳ ଆଡକୁ ଅଗ୍ରସର ହେବ । ଏହା ଫଳରେ ତାମିଲନାଡୁ ଏବଂ ପୁଡୁଚେରୀରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ 50-60 କିମି ବେଗରେ ପବନ ସହିତ ଘଡଘଡି ସହ ବିଜୁଳି ମାରିବାର ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.