ETV Bharat / bharat

ମହାରାଷ୍ଟ୍ର ମହାଭାରତ; ଟ୍ବିଟ ବଢାଉଛି ସସପେନ୍ସ

author img

By

Published : Nov 24, 2019, 6:18 PM IST

ମହାରାଷ୍ଟ୍ରରେ କ୍ଷମତା ପାଇଁ ଚାଲିଥିବା ମହାଭାରତ ଏବେ ସରଗରମ । ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଅଜିତ ପାୱାରଙ୍କ ଟ୍ବିଟକୁ ନେଇ ଏବେ ଚର୍ଚ୍ଚା ।

ମହାରାଷ୍ଟ୍ର ମହାଭାରତ

ମୁମ୍ବାଇ: ମହାରାଷ୍ଟ୍ର ମହାଭାରତରେ କ୍ଷମତା ପାଇଁ ପ୍ରତି ମୁହୁର୍ତ୍ତରେ ବଦଳୁଛି ସମୀକରଣ, ରଣନୀତି, ଗୋଟିଚାଳନା । ସମସ୍ତ ଦଳ ଏବେ କ୍ଷମତା ଦଖଲ ପାଇଁ ଯେକୌଣସି ପରିସ୍ଥିତିକୁ ଯିବାକୁ ପ୍ରସ୍ତୁତ । ବିଜେପି ଯେଉଁଭଳି ଢଙ୍ଗରେ ରାତାରାତି କେଇ ମିନିଟରେ ଶିବସେନା-ଏନସିପି- କଂଗ୍ରେସର ସବୁ ରଣନୀତି ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାରେ ସଫଳ ହେଲା ସେଥିରେ ଅନ୍ୟସବୁ ଦଳ ଏବେ ନିଜ ନିଜ ରଣନୀତି ବଦଳାଇବାକୁ ବାଧ୍ୟ ହେଉଛନ୍ତି । ବିଜେପିକୁ କ୍ଷମତାରୁ ହଟାଇ ପାଇଁ ଶିବସେନା ଏବେ ବିଛାଇଛି ବୁଢିଆଣି ଜାଲ ।

PHOTO
ଫଟୋ ସୌଜନ୍ୟ: @AjitPawarSpeaks

ପ୍ରଥମ ରଣନୀତି ସ୍ବରୁପ ତିନି ଦଳ ମିଳିତ ଭାବେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯାହାର ନିର୍ଣ୍ଣାୟକ ଶୁଣାଣି ଆସନ୍ତାକାଲି ହୋଇପାରେ । ସୋମବାର ହେବାକୁ ଥିବା ଶୁଣାଣିରେ କିପରି ତିନି ଦଳର ଯୁକ୍ତି ପ୍ରଭାବୀ ଢଙ୍ଗରେ ଉପସ୍ଥାପନା ହୋଇପାରିବ ସେଥିପାଇଁ ବରିଷ୍ଠ ଓକିଲ ଅଭିଶେକ ମନୁ ସିଙ୍ଗଭିଙ୍କ ନେତୃତ୍ବରେ ଏକ ଟିମ କାର୍ଯ୍ୟ କରୁଛନ୍ତି ।

PHOTO
ଫଟୋ ସୌଜନ୍ୟ: @AjitPawarSpeaks

ସେଭିଭଳି ଯେମିତି କୌଣସି ବିଧାୟକ ବିଜେପିର ପ୍ରଲୋଭନରେ ପ୍ରଲୋଭିତ ନହେବେ ସେଥିପାଇଁ ଖୋଦ ଉଦ୍ଧବ ଠାକରେ ଏବେ କମାଣ ସମ୍ଭାଳିଛନ୍ତି । ତିନି ଦଳର ବିଧାୟକଙ୍କୁ ସେ ସାକ୍ଷାତ କରିଛନ୍ତି । ମୁମ୍ବାଇର ମେରିଅଟ ଓ ଅନ୍ୟଏକ ତାରକା ହୋଟେଲରେ ଅଛନ୍ତି ବିଧାୟକ । ଆଜି ନିଜେ ଉଦ୍ଧବ କଂଗ୍ରେସ ଓ ଏନସିପି ବିଧାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସମସ୍ତ ତିନି ଦଳ ଏକ ଅଛନ୍ତି ଆମର ଏହି ମିଳିତ ମେଣ୍ଟ ବହୁଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶ୍ବାସନା ଦେବା ସହ କୌଣସି ପ୍ରଲୋଭନରେ ନପଡିବାକୁ କହିଛନ୍ତି । ଏହାସହ ତୁହାକୁ ତୁହା ବୈଠକ ଜାରି ରହିଛି ।

PHOTO
ଫଟୋ ସୌଜନ୍ୟ: @AjitPawarSpeaks

ଅନ୍ୟପଟେ ବିଜେପି ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଆୟୋଜନ କରିଛି । ଯେଉଁଥିରେ ସମସ୍ତ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ, ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ମହାରାଷ୍ଟ୍ର ବିଜେପି ପ୍ରଭାରୀ ପ୍ରମୁଖ ଯୋଗ ଦେଇଛନ୍ତି । ବୈଠରେ ବିଜେପି ନେତା ଆଶିଷ ଶୋଲାର କହିଛନ୍ତି ବୈଠକରେ ଆମେ ଆମ ଲକ୍ଷ୍ୟ ହାସଲ ପାଇଁ କ’ଣ କରିବୁ ସେନେଇ ସବୁ ଦିଗ ଉପରେ ଚର୍ଚ୍ଚା ହୋଇଛି । ଏହାସହ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଏକ ପ୍ରସ୍ତାବ ପାରିତ କରି ଅଭିନନ୍ଦନ ଜଣାଇଛୁ ବୋଲି ସେ କହିଛନ୍ତି ।

PHOTO
ଫଟୋ ସୌଜନ୍ୟ: @AjitPawarSpeaks

ତେବେ ବେଳକୁ ବେଳ ମହାରାଷ୍ଟ୍ର ମହାଭାରତ ରୋମାଞ୍ଚିତ ଆଡକୁ ଯାଉଛି । ଗୋଟିଏ ପଟେ ଶିବସେନା-ଏନସିପି-କଂଗ୍ରେସ ନେତା ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବୈଠକ ପରେ ବୈଠକ ଚଳାଇଛନ୍ତି । ହେଲେ ଏନସିପିର ବିଦ୍ରୋହୀ ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ଟ୍ବିଟ ଏହି ମହାଭାରତରେ ଆହୁରି ଟ୍ବିଷ୍ଟ ଆଣୁଛି । ଅଜିତ ପାୱାର ଉପ-ମଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଟ୍ବିଟରରେ ବହୁ ନେତା ମନ୍ତ୍ରୀ ଶୁଭେଛା ଜଣାଉଛନ୍ତି । ଯାହାର ତତକ୍ଷଣାତ ସେ ପ୍ରତିଉତ୍ତର ମଧ୍ୟ ଦେଉଛନ୍ତି ।

ହେଲେ ନିଜେ ଅଜିତ ଟ୍ବିଟ କରି କହିଛନ୍ତି ‘ଏନସିପିରେ ଅଛି ରହିବି । ଶରଦ ପାୱାର ମୋର ନେତା । ମୋତେ ଏନସିପିରୁ କେହି ବାହାର କରିପାରିବେ ନାହିଁ । ବିଜେପି- ଏନସିପି ମେଣ୍ଟ ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ଶାସନ କରିବ । ଏହାସହ ମହାରାଷ୍ଟ୍ରକୁ ଏକ ସ୍ଥିର ସରକାର ଦେବ’ ବୋଲି ସେ କହିଛନ୍ତି । ଅଜିତଙ୍କ ଏହି ଟ୍ବିଟ ଅନେକ କିଛି ସୂଚାଉଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ଆହୁରି ସରଗରମ ହୋଇପଡିଛି ।

Intro:Body:

RANJIT

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.