ETV Bharat / bharat

କୋଭିଡ ପଜିଟିଭଙ୍କୁ ଟ୍ରାକିଂ କରିବ ମୋବାଇଲ ଆପ୍ - କୋଭିଡ 19

ଆଇଆଇଟି ରୁଡକୀର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡା. କମଲ ଜୈନ ଏକ ନୂଆ ଟେକନିକ ବାହାର କରିଛନ୍ତି । ଏହାଦ୍ବାରା କୋଭିଡ 19ରେ ସଂକ୍ରମଣ ବ୍ୟକ୍ତିଙ୍କ ବିଷୟରେ ଆପଣ ଅନେକ ତଥ୍ୟ ପାଇପାରିବେ ।

କୋଭିଡ ପଜିଟିଭଙ୍କୁ ଟ୍ରାକିଂ କରିବ ମୋବାଇଲ ଆପ୍

author img

By

Published : Apr 15, 2020, 7:06 AM IST

ରୁଡକୀ(ଉତ୍ତରାଖଣ୍ଡ): ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସର ଭ୍ୟାକସିନ୍ ଆଜି ଯାଏଁ ବାହାରିନାହିଁ । ବିଶ୍ବର ସମସ୍ତ ବୈଜ୍ଞାନିକ ଓ ଗବେଷକ ଏହା ଉପରେ ଚେଷ୍ଟା ଚଲାଇଛନ୍ତି । ଅନେକ ଶିକ୍ଷାନୁଷ୍ଠାନ, କମ୍ପାନୀ, ରିସର୍ଚ୍ଚର ମଧ୍ୟ ନିଜ ଉଦ୍ୟମରେ ଏହାର ସମାଧାନ ଖୋଜିବାରେ ଲାଗିଛନ୍ତି । ତେବେ ଉତ୍ତରାଖଣ୍ଡ ହରିଦ୍ବାରର ଆଇଆଇଟି ରୁଡକୀରେ ବୈଜ୍ଞାନିକମାନେ ଏକ ନୂଆ ଉପାୟ ବାହାର କରିଛନ୍ତି ।

ଏହାଦ୍ବାରା କୋଭିଡ 19ରେ ସଂକ୍ରମଣ ବ୍ୟକ୍ତିଙ୍କ ବିଷୟରେ ଆପଣ ଅନେକ ତଥ୍ୟ ପାଇପାରିବେ । ଏମାନେ ଆପଣଙ୍କଠାରୁ କେତେ ଦୂରରେ ଅଛନ୍ତି ତାହା ବିଷୟରେ ଆପଣ ଜାଣିପାରିବେ । ଏକ ଆପ୍ ଦ୍ବାରା ଆପଣଙ୍କୁ ସମସ୍ତ ତଥ୍ୟ ମିଳିଯିବ । ନିଜ ଆଖପାଖରେ ଥିବା କୋରୋନା ପଜିଟିଭଙ୍କ ବିଷୟରେ ଜାଣିବା ପାଇଁ ଏହି ଆପ୍ ବାହାର କରାଯାଇଛି । ଏହି ଆପ୍ ପୋଲିସ ଓ ପ୍ରଶାସନକୁ ଅନେକ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ଆଇଆଇଟି ରୁଡକୀର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡା. କମଲ ଜୈନ ଏକ ନୂଆ ଟେକନିକ ବାହାର କରିଛନ୍ତି । ସେ ଏକ ଟ୍ରାକିଂ ମୋବାଇଲ ଆପ୍ଲିକେସନ ତିଆରି କରିଛନ୍ତି । ଏହି ଆପ୍ କୋରୋନା ଭୂତାଣୁର ପଜିଟିଭ ଓ ସନ୍ଦିଗ୍ଧଙ୍କୁ ଟ୍ରାକ୍ କରିପାରିବ । ଆକ୍ରାନ୍ତଙ୍କ ଆଖପାଖରେ ଏହା ଏକ ଜିଓ ଫେସିଙ୍ଗ ତିଆରି କରିଥାଏ । ଏହାକୁ ସେ ଉଲ୍ଲଙ୍ଘନ କଲେ ସିଷ୍ଟମରେ ଏକ ଆଲର୍ଟ ବାଜିଥାଏ । ଜିପିଏସ ଡାଟା ଉପଲବ୍ଧ ନଥିଲେ ଏହା ଲୋକେସନର ଠିକଣା ମୋବାଇଲ ଟାୱାରର ଟ୍ରାଇଙ୍ଗୁଲେସନରୁ ନେଇପାରିବ । ଆକ୍ରାନ୍ତ ଥିବା ଜାଗାରେ ଯଦି ନେଟ୍ କାମ କରୁନି ତେବେ ମେସେଜ ମାଧ୍ୟମରେ ଏହାର ଠିକଣା ମିଳିଯିବ ।

ଗୁଗଲ ମ୍ୟାପ ସହ ଏହି ପୋର୍ଟାବଲ ଭେଣ୍ଟିଲେଟର ଆପ୍ ସମ୍ପୃକ୍ତି ରହିଛି । ଫଳରେ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଚିତ୍ର ଓ ସମ୍ପୂର୍ଣ୍ଣ ଗତିବିଧି ସବୁବେଳେ ଜାଣିହେବ । ଏହାସହ ଏଥିରେ ଏପରି ବ୍ୟବସ୍ଥା ଅଛି ଯେ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖପାଖରେ ଥିବା ସମସ୍ତ ଲୋକଙ୍କ ବିଷୟରେ ତଥ୍ୟ ମିଳିଯିବ । ଏହି ଆପ୍ ଦ୍ବାରା ପୋଲିସ ଓ ପ୍ରଶାସନକୁ ଭିଡ ହେଉଥିବା ଜାଗା ସମ୍ପର୍କରେ ମଧ୍ୟ ଆଲର୍ଟ ସୂଚନା ମିଳିଯିବ । ଏହା ଏକ ପ୍ଲଗ ଆଣ୍ଡ ପ୍ଲେ ସିଷ୍ଟମ । ପ୍ରତି 2, 10 ଅବା 20 ସେକେଣ୍ଡ ଭିତରେ ଏହା 5 ମିଟର ଭିତରେ ଥିବା ସମସ୍ତ ଜାଗାର ସଠିକ ସୂଚନା ଦେଇପାରିବ । ଲାଇଭ ଟ୍ରାକିଂ ସହ କୌଣସି ବ୍ୟକ୍ତିର ସମ୍ପୂର୍ଣ୍ଣ ଯାତାୟତର ଇତିହାସ ମଧ୍ୟ ଏହି ଆପ୍ ଦ୍ବାରା ମିଳିଯିବ । ସତର୍କ ସୂଚନା ସହ ଏହି ଆପ୍ ମଲ୍ଟିକ୍ୟାମେରା ସପୋର୍ଟ, ସର୍ଭିଲାନ୍ସ ମୈଗ୍ରୋଟିକ୍ ଡିଭାଇସ, ହଲ୍ଟ ଟାଇମ ଏବଂ ପ୍ରିସେଟ ଆଣ୍ଟି କ୍ୟାମେରା କ୍ଲିକ୍ ଭଳି ଫିଚର ଦ୍ବାରା ସମୃଦ୍ଧ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.