ETV Bharat / bharat

ଆଇଆଇଟି ରୁରକୀ ଏବଂ ଏମ୍ସର ମିଳିତ ଉଦ୍ୟମରେ କମ ମୂଲ୍ୟରେ ତିଆରି ହେଲା ଭେଣ୍ଟିଲେଟର

କମ ମୂଲ୍ୟରେ ତିଆରି ହେଲା ଭେଣ୍ଟିଲେଟର । ଆଇଆଇଟି ରୁରକୀ ଏବଂ ଏମ୍ସର ମିଳିତ ଉଦ୍ୟମରେ ହେଲା ତିଆରି । ଅଧିକ ପଢନ୍ତୁ...

author img

By

Published : Jun 24, 2020, 11:19 AM IST

IIT Roorkee And AIIMS Rishikesh Team Develops Low-Cost Ventilator
ଆଇଆଇଟି ରୁରକୀ ଏବଂ ଏମ୍ସର ମିଳିତ ଉଦ୍ୟମରେ କମ ମୂଲ୍ୟରେ ତିଆରି ହେଲା ଭେଣ୍ଟିଲେଟର

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁରକୀ ଏବଂ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଋଷିକେଶ ମିଳିତ ଉଦ୍ୟମରେ ବିକଶିତ ହୋଇଛି ଏକ ଭେଣ୍ଟିଲେଟର । ଉନ୍ନତ ଜ୍ଞାନ କୌଶଳ ଏବଂ ସ୍ୱଳ୍ପ ମୂଲ୍ୟରେ ଏହି ଭେଣ୍ଟିଲେଟର ତିଆରି ହୋଇଛି ।

ଏମ୍ସ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଏହି ଭେଣ୍ଟିଲେଟର ଯାହା ଖର୍ଚ୍ଚକୁ କମ୍ ରଖିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ସେହି ସମୟରେ ଏଥିରେ ଏକ ଉନ୍ନତ ଆଇସିୟୁ ଭେଣ୍ଟିଲେଟରର ସମସ୍ତ ବୈଶିଷ୍ଟ୍ୟ ଅନ୍ତର୍ଭୂକ୍ତ କରାଯାଇଛି । ବିଭିନ୍ନ ମେଡିକାଲରେ ପରୀକ୍ଷା କରାଯିବା ପରେ ମେଡିକାଲ ଟେକ୍ନୋଲୋଜି କ୍ଷେତ୍ରରେ ଏହି ଭେଣ୍ଟିଲେଟରକୁ ସଫଳ ବୋଲି ଏମ୍ସ ଋଷିକେଶ ପକ୍ଷକୁ ସୂଚନା ମିଳିଛି।

ଭେଣ୍ଟିଲେଟର ପ୍ରାୟ ଅଢେଇ ମାସ ପୂର୍ବେ ଆଇଆଇଟି ରୁରକୀ ଏବଂ ଏମ୍ସ ଋଷିକେଶର ଦଳ ମିଳିତ ଭାବରେ ବିକଶିତ କରିଥିଲେ। ଆଇଆଇଟି ରୁରକୀ ଡାକ୍ତର ଏବଂ ସ୍ନାତକୋତ୍ତର ଛାତ୍ରମାନଙ୍କର ଏକ ଦଳ ବିକାଶର ବିଭିନ୍ନ ପର୍ଯ୍ୟାୟରେ ଉଦ୍ଭାବକମାନଙ୍କୁ ସାହାଯ୍ୟ କରିଥିଲେ ବୋଲି ବିବୃତ୍ତିରେ ଦର୍ଶାଯାଇଛି। ଉଦ୍ଭାବକ ଦଳରେ ଆନାସ୍ଥେସିଓଲୋଜି ବିଭାଗର ଡ ଦେବେନ୍ଦ୍ର ତ୍ରିପାଠୀ, ଏଆଇଏମ୍ଏସ୍ ଋଷିକେଶ ଏବଂ ପ୍ରଫେସର ଅକ୍ଷୟ ଦ୍ୱିବେଦୀ ଏବଂ ପ୍ରଫେସର ଅରୁପ କୁମାର ଦାସ ଉଭୟ ମେକାନିକାଲ୍ ବିଭାଗ ମଧ୍ୟ ଅନ୍ତର୍ଭୁକ୍ତ। ଏମ୍ସ ଡାକ୍ତରମାନଙ୍କର ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ ଦଳ ଏହାର ଟେକ୍ନୋଲୋଜି ଏବଂ ଏମ୍ସର ଆଡଭାନ୍ସ ସିମୁଲେସନ୍ ଲ୍ୟାବରେ ପରୀକ୍ଷା କରିବା ପରେ ଏହାର ନିର୍ଭରଯୋଗ୍ୟତା ନିଶ୍ଚିତ କରିଥିଲେ । ଉନ୍ନତ ବୈଶିଷ୍ଟ୍ୟ ଏବଂ ଭେଣ୍ଟିଲେଟରର କମ୍ ମୂଲ୍ୟ ଚିକିତ୍ସା କ୍ଷେତ୍ରରେ ଏକ ଲାଭ ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.