ETV Bharat / bharat

IIT ମାଡ୍ରାସ ଆଣିଲା ହ୍ୟାଣ୍ଡ ବ୍ୟାଣ୍ଡ, ପିନ୍ଧିଲା ମାତ୍ରେ ଦବ କୋରୋନା ଅପଡେଟ - covid update

ସମଗ୍ର ବିଶ୍ବ ସହ ଦେଶରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ନିକଟରେ ଥିବା କୋରକୋନା ସଂକ୍ରମଣ ବିଷୟରେ ସୂଚନା ଦେବାକୁ ଆଇଆଇଟି ମାଡ୍ରାସ ଆଣିଲା ହ୍ୟାଣ୍ଡ ବ୍ୟାଣ୍ଡ । ଅଧିକ ପଢନ୍ତୁ...

IIT ମଦ୍ରାସ ଆଣିଲା ହ୍ୟାଣ୍ଡ ବ୍ୟାଣ୍ଡ, ପିନ୍ଧିଲା ମାତ୍ରେ ଦବ କୋରୋନା ଅପଡେଟ

author img

By

Published : Jul 25, 2020, 10:33 PM IST

ଚେନ୍ନାଇ: କୋରୋନା ଭାଇରସ ସଂକ୍ରମଣ ଚିହ୍ନଟ କରିବା ପାଇଁ ଆଇଆଇଟି ମାଡ୍ରାସ ଏକ ହ୍ୟାଣ୍ଡ ରିଷ୍ଟବ୍ୟାଣ୍ଡ ଡିଜାଇନ କରିଛି । ଯାହା ସଂକ୍ରମଣକୁ ଅତି ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏହି ବ୍ୟାଣ୍ଡ ଆସନ୍ତା ମାସ ସୁଦ୍ଧା ବଜାରକୁ ଆସିବ ।

ଆଇଆଇଟି ମାଡ୍ରାସରେ ଷ୍ଟାର୍ଟ ଅପ ମ୍ୟୁଜ ବିୟରଓ୍ବେଲ୍ସ ର ଜଣେ ପୂର୍ବତନ ଛାତ୍ର ଟିମ NIT ବାରଙ୍ଗଲର ପୂର୍ବତନ ଛାତ୍ରଙ୍କ ସହିତ ମିଶି ଏହା ପ୍ରସ୍ତୁତ କରିଛନ୍ତି । 70ଟି ଦେଶରେ ଏହି ଟ୍ରାକରଗୁଡିକ ଲଞ୍ଚ କରିବାକୁ ଯୋଜନା ରହିଛି । ହ୍ୟାଣ୍ଡ ଟ୍ରାକରରେ ଶରୀରର ତାପମାତ୍ରା, ହୃଦସ୍ପନ୍ଦନ, ଏବଂ SPO2 ( ବ୍ଲଡ ଅକ୍ସିଜେନର ଘନତା) ମାପିବା ପାଇଁ ସେନ୍ସର ଅଛି, ଯାହା କ୍ରମାଗତ ଭାବରେ ନଜର ରଖିବା ଦ୍ୱାରା ସଂକ୍ରମଣର ପ୍ରାଥମିକ ସ୍ତର ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ।

ଏହି ଟ୍ରାକର ବ୍ଲୁଟୁଥ ମାଧ୍ୟମରେ ଚାଲିବ ଏବଂ ଏହା ମ୍ୟୁଜ ହେଲଥ ଆପ ମାଧ୍ୟମରେ ଏକ ମୋବାଇଲ ଫୋନ ସହିତ କନେକ୍ଟ ହୋଇପାରିବ । ବ୍ୟବହାରକାରୀଙ୍କ ଶରୀର ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ସୂଚନା ଫୋନ ଏବଂ ରିମୋଟ ସର୍ଭରରେ ଏକାଠି ହେବ । ଯଦି ୟୁଜର୍ସ କୌଣସି ନିଷିଦ୍ଧ ଅଞ୍ଚଳକୁ ଯାଆନ୍ତି ତେବେ ସେ ଆରୋଗ୍ୟ ସେତୁ ଆପ ମାଧ୍ୟମରେ ବାର୍ତ୍ତା ପାଇବେ ।

ଆଇଆଇଟି ମଦ୍ରାସର ପୂର୍ବ ଛାତ୍ର କେଏଲଏନ ସାଇ ପ୍ରଶାନ୍ତ କହିଛନ୍ତି ଯେ, 'ଚଳିତ ବର୍ଷ ଆମର 2 ଲକ୍ଷ ଉତ୍ପାଦ ବିକ୍ରୟ କରିବାର ଲକ୍ଷ୍ୟ ରହିଛି ଏବଂ 2020 ସୁଦ୍ଧା 1 ମିଲିୟନ ଟ୍ରାକର ବିକ୍ରୟ କରିବାକୁ ଯୋଜନା କରିଛୁ'। ନିବେଶକମାନେ ଆମର ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ଡିଭାଇସ ଉପରେ ବିଶ୍ବାସ କରନ୍ତି ଏବଂ ସେମାନେ ଅନୁଭବ କରନ୍ତି ଯେ, ଆମେ ୟୁଜର୍ସ ଟେକନିକ ଶିଳ୍ପରେ ବଡ଼ ପରିବର୍ତ୍ତନ ଆଣିପାରିବୁ ।

ଏହି ଟ୍ରାକରର ମୂଲ୍ୟ 3500 ଟଙ୍କା ଏବଂ ଏହା ଅଗଷ୍ଟ ସୁଦ୍ଧା 70 ଟି ଦେଶରେ ଆସିବ । ଏନଆଇଟି ବାରଙ୍ଗାଲରୁ ସ୍ନାତକ, କେ. ପ୍ରତ୍ୟୁଷା କହିଛନ୍ତି, ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏପରି ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ, ଯିଏ କୋରୋନା ଥାhଡିଟିଭ ହୋଇପାରନ୍ତି । ଯାହାଦ୍ୱାରା ସେମାନଙ୍କୁ ଅଧିକ ଉନ୍ନତ ଚିକିତ୍ସା କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.