ନୂଆଦିଲ୍ଲୀ: ଏଥର ଆଇଆଇଟିରେ ଆଡମିଶନ ପାଇଁ କୋହଳ କଲେ କେନ୍ଦ୍ର ସରକାର । ଏଥର ନାମଲେଖା ବେଳେ ଯୁକ୍ତ ଦୁଇ ନମ୍ବରକୁ ବିଚାରକୁ ନିଆଯିବନି ।
ଜେଇଇ ଆଡଭାନ୍ସଡରେ ସଫଳ ହୋଇଥିଲେ ରାଙ୍କ ଅଧାରରେ ନାମଲେଖା ପାଇଁ ଅନୁମତି ମିଳିବ । ପୂର୍ବରୁ ଆଇଆଇଟିରେ ଆଡମିଶନ ପାଇଁ ଯୁକ୍ତ ଦୁଇରେ ୭୫% ନମ୍ବର ରଖିବା ବାଧ୍ୟତାମୂଳକ ଥିଲା ।
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଘୋଷଣା କରିଛନ୍ତି ।