ETV Bharat / bharat

ଶକ୍ତିଶାଳୀ ହେଉଛି ବାୟୁସେନା, ଗୁରୁତ୍ୱପୂର୍ଣ୍ଣ ଅପରେସନ ପାଇଁ ଚାଲିଛି ପ୍ରସ୍ତୁତି - IAF boosts fighter squadron

କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ସ୍କ୍ବାର୍ଡନ 20 ପ୍ରତିଶତ ଶକ୍ତିଶାଳୀ କରି ଗୁରୁତ୍ବପୂର୍ଣ୍ଣ ଅପରେସନ ପାଇଁ ପ୍ରସ୍ତୁତ କରୁଛି ବାୟୁସେନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଧୁନିକରଣ ହେବ ଭାରତୀୟ ବାୟୁସେନା, ଯୁଦ୍ଧରେ ହେବ ଅଧିକ ଭଲ ପ୍ରଦର୍ଶନ

author img

By

Published : Jan 30, 2020, 11:44 PM IST

ନୂଆଦିଲ୍ଳୀ: ଆକାଶରେ ଅଜେୟ, ଅପରାଜୟ ହେବା ପାଇଁ ଭାରତୀୟ ବାୟୁସେନା ନିଜକୁ ସଶକ୍ତ କରିବା ପ୍ରକ୍ରିୟା ଜାରି ରଖିଛି । ଏପରିସ୍ଥଳେ ଅନେକ ଥର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ ସେନାରେ ସାମିଲ କରୁଛି । ଏହାବ୍ୟତୀତ ବାୟୁସେନାକୁ ବଳିଷ୍ଠ କରିବା ପାଇଁ ଆଧୁନିକରଣ ପ୍ରକ୍ରିୟା ବିଭିନ୍ନ ସମୟରେ ସମ୍ପର୍ଣ୍ଣ କରାଯାଉଛି । ପୁନର୍ବାର ବାୟୁସେନାର ପୁନର୍ଗଠନ ପାଇଁ ଜୋର ଦେଇଛି ବାୟୁସେନା । ଏହି କ୍ରମରେ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ସ୍କ୍ବାର୍ଡନ 20 ପ୍ରତିଶତ ଶକ୍ତିଶାଳୀ କରି ଗୁରୁତ୍ବପୂର୍ଣ୍ଣ ଅପରେସନ ପାଇଁ ପ୍ରସ୍ତୁତ କରୁଛି ବାୟୁସେନା ।

ଏୟାର ଫୋର୍ସକୁ ସବୁଠାରୁ ଅତ୍ୟଧିକ ଶକ୍ତିଶାଳୀ କରିବା ଦିଗରେ 2ହଜାରୁ ଊର୍ଦ୍ଧ୍ବ ଅଭିଜ୍ଞ, ପ୍ରବୀଣ ବାୟୁ ସେନା ଟେକ୍ନିସିଆନ ବାୟୁସେନାର ଫାଇଟର ସ୍କ୍ବାର୍ଡନକୁ ଗତ କିଛି ମାସ ମଧ୍ୟରେ ପ୍ରଦାନ କରାଯାଇଛି । ସୁତ୍ର ଦ୍ବାରା ପ୍ରାପ୍ତ ଖବର ଅନୁସାରେ ବାୟୁସେନାରେ ବାୟୁ ଯୋଦ୍ଧା ଓ ଟେକନିସିଆନ ବଢିବା ଯୋଗୁଁ ଯୁଦ୍ଧ ସ୍କାର୍ଡନରେ କର୍ମୀଙ୍କ ଉପରେ ବୋଝ କମିବ ଏବଂ ଉଡାଣ ସଂଚାଳନରେ ମଧ୍ୟ ସୁରକ୍ଷା ବଢିବାରେ ଏହା ସହାୟକ ହେବ। ସେବା ପୁର୍ନଃଗଠନ ଦିଗରେ ବାୟୁସେନା ପ୍ରମୁଖ ଆରକେଏସ ଭୋଦୋରିଆ ନଜର ରଖିଥିବା କହିଛନ୍ତି।

ସୂତ୍ରାନୁସାରେ ଫାଇଟର ସ୍କ୍ବାର୍ଡନରେ ଅଧିକ ସଂଖ୍ୟାରେ ଲୋକଙ୍କ ଉପଲବ୍ଧି ଯୋଗୁଁ ଉପସ୍ଥିତି କର୍ମୀଙ୍କ ଉପରେ କାର୍ଯ୍ୟ ଚାପ କମ ହେବାରେ ସହାୟକ ହେବ । ଉଡାଣ ସଞ୍ଚାଳନରେ ସୁରକ୍ଷା ବଢାଇବା ପାଇଁ ସାହାଯ୍ୟ କରିବ ଫାଇଟର ସ୍କ୍ବାର୍ଡନ । ମୁଖ୍ୟାଳୟ ଏବଂ ଅପରେଶନାଲ ଟାସ୍କରେ 2 ହଜାରରୁ ଊର୍ଦ୍ଧ୍ବ ଅଭିଜ୍ଞଙ୍କୁ ତାଲିମ ପ୍ରଦାନ କରାଯାଉଛି । ସୂଚନା ଥାଉକି, ଭୋଦୋରିଆ ଗତ ବର୍ଷ ଅକ୍ଟୋବର 1 ତାରିଖରେ ବାୟୁସେନାର ପ୍ରମୁଖ ପଦ ସମ୍ଭାଳିଥିଲେ । ତାଛଡା ବାୟୁସେନା ପକ୍ଷରୁ ବାୟୁସେନା ସେବାରେ ଧ୍ବଜ ଅଧିକାରୀଙ୍କ ପାଇଁ ସହାୟକ କର୍ମଚାରୀଙ୍କ ନିଯୁକ୍ତିରେ ମଧ୍ୟ କଡା ନିୟମ ଲାଗୁ କରାଯାଇଛି ।

@ANI

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.