ETV Bharat / bharat

ଅକ୍ଟୋବର 1ରୁ ପୁଣି ଆରମ୍ଭ ହେବ ଦିଲ୍ଲୀ ବିମାନ ବନ୍ଦର ଟର୍ମିନାଲ-2 ଉନ୍ନତୀକରଣ କାର୍ଯ୍ୟ - Terminal-2 of the Indira Gandhi International Airport

ଛଅ ମାସର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-2ର ଉନ୍ନତୀକରଣ କାର୍ଯ୍ଯ । ଟର୍ମିନାଲ-2ରେ ପ୍ରଥମ ପର୍ଯ୍ୟାୟରେ 20ଟି ଲକ୍ଷ୍ୟସ୍ଥଳ ଓ 2ୟ ପ୍ରର୍ଯ୍ୟାୟରେ 12ଟି ଲକ୍ଷ୍ୟସ୍ଥଳ ପାଇଁ ଚେକ୍ ଇନ୍ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଟର୍ମିନାଲ-2 ପୁନଃ ଖୋଲିବା ପରେ ପ୍ରଥମ ବିମାନ 'ଶ୍ରୀନଗର-ବାଉଣ୍ଡ' ଇଣ୍ଡିଗୋ ବିମାନ ସକାଳ 6ଟା 25ମିନିଟରେ ଉଡାଣ ଭରିବ ବୋଲି ଡିଆଇଏଏଲ ତଥା ଦିଲ୍ଲୀ ଇଣ୍ଟରନେସନାଲ ଏୟାରପୋର୍ଟ ସୂଚନା ଦେଇଛି । ଅଧିକ ପଢନ୍ତୁ..

ଅକ୍ଟୋବର 1ରୁ ପୁଣି ଆରମ୍ଭ ହେବ ଦିଲ୍ଲୀ ବିମାନ ବନ୍ଦର ଟର୍ମିନାଲ-2 ଉନ୍ନତୀକରଣ କାର୍ଯ୍ୟ

author img

By

Published : Sep 28, 2020, 6:16 PM IST

ନୂ୍ଆଦିଲ୍ଲୀ: ଛଅ ମାସର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-2ର ଉନ୍ନତୀକରଣ କାର୍ଯ୍ଯ । ଗୋ ଏୟାର ଓ ଇଣ୍ଡିଗୋ ବିମାନ ପାଇଁ ଯଥାକ୍ରମେ 11 ଓ 16ଟି କାଉଣ୍ଟର ନିର୍ମାଣ କରାଯିବ ବୋଲି ଡିଆଇଏଏଲ ତଥା ଦିଲ୍ଲୀ ଇଣ୍ଟରନେସନାଲ ଏୟାରପୋର୍ଟ ସୂଚନା ଦେଇଛି ।

ଇନ୍ଦିରା ଗାନ୍ଧୀ ଇଣ୍ଚରନେସନାଲ ଏୟାରପୋର୍ଟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଟର୍ମିନାଲ-3ଟି କାର୍ଯ୍ୟକ୍ଷମ ଥିଲା । ବିମାନ ବନ୍ଦରରେ ଅଧିକ ବିମାନରର ଆଗମନ ଓ ପ୍ରସ୍ଥାନ ପାଇଁ ଯୋଜନା କରାଯାଉଛି । ଟର୍ମିନାଲ-2ରେ ଗୋଟିଏ ଦିନରେ 48ଥର ଲେଖାଏଁ ବିମାନଗୁଡିକର ଆଗମନ ଓ ପ୍ରସ୍ଥାନ ମିଶାଇ ସମୁଦାୟ 96ଥର ପାଇଁ ବିମାନ ବନ୍ଦରର ଟ୍ରାଫିକ୍ ରହିଥାଏ । ତେବେ ଅକ୍ଟୋବର ଶେଷ ସୁଦ୍ଧା ଏହା 180ରେ ପହଞ୍ଚିବ ବୋଲି ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ସୂଚନା ଦେଇଛି ।

ଟର୍ମିନାଲ୍ ଇଣ୍ଡିଗୋର 2000 ସିରିଜ୍ ଫ୍ଲାଇଟ୍ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋ ଏୟାରର ସମ୍ପୂର୍ଣ୍ଣ ଅପରେସନ୍ ସହିତ କାର୍ଯ୍ୟ ଆରମ୍ଭ ହେବ । ଗୋ ଏୟାର ଓ ଇଣ୍ଡିଗୋ ବିମାନ ପାଇଁ ଯଥାକ୍ରମେ 11 ଓ 16ଟି କାଉଣ୍ଟର ଯାତ୍ରୀଙ୍କୁ ଯୋଗାଇବା ପାଇଁ ନିର୍ମାଣ କରାଯାଇଛି । ଟର୍ମିନାଲ-2 ପୁନଃ ଖୋଲିବା ପରେ ପ୍ରଥମ ବିମାନ ଶ୍ରୀନଗର-ବାଉଣ୍ଡ ଇଣ୍ଡିଗୋ ସକାଳ 6ଟା 25ମିନିଟରେ ଉଡାଣ ଭରିବ ବୋଲି ଡିଆଇଏଏଲ କହିଛି ।

ଟର୍ମିନାଲ-2ରେ ପ୍ରଥମ ପର୍ଯ୍ୟାୟରେ 20ଟି ଲକ୍ଷ୍ୟସ୍ଥଳ ଯଥା ଅହମଦାବାଦ, ଅମୃତସର, ଭୁବନେଶ୍ବର, ଭୋପାଳ, ବେଙ୍ଗାଲୁରୁ, କୋଚିନ, ଗୌହାଟୀ, ଇନ୍ଦୋର, ଜମ୍ମୁ, ଲକ୍ଷ୍ନୌ, ଚେନ୍ନାଇ, ପାଟନା, ଶ୍ରୀନଗର ଆଦି ପାଇଁ ଚେକ୍ ଇନ୍ କାର୍ଯ୍ୟ କରିବ । ସେହିପରି 2ୟ ପ୍ରର୍ଯ୍ୟାୟରେ 12ଟି ଲକ୍ଷ୍ୟସ୍ଥଳ ଯଥା ମୁମ୍ବାଇ, କୋଲକାତା, ଡେରାଡୁନ, ଗୋଆ, ହାଇଦ୍ରାବାଦ, ମଦୁରାଇ, ଜୟପୁର, ନାଗପୁର ଆଦି ପାଇଁ ଚେକ୍ ଇନ୍ କାର୍ଯ୍ୟ ଅକ୍ଟୋବର 8ରୁ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.