ETV Bharat / bharat

ରେଳଲାଇନ ଅତିକ୍ରମ କରୁଛନ୍ତି କି ? ଭୋଗିବେ ଏହି ଦଣ୍ଡ

ରେଳଲାଇନ ଦେଇ ଅତିକ୍ରମ କରୁଛନ୍ତି କି ? ଗୋଟିଏ ପ୍ଲାଟଫର୍ମରୁ ଆଉ ଏକ ପ୍ଲାଟଫର୍ମକୁ ରେଳ ଲାଇନରେ ଅତିକ୍ରମ କରୁଛନ୍ତି କି, ଭୋଗିବେ ଏହି ଦଣ୍ଡ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 9, 2019, 12:01 AM IST

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ବ୍ୟକ୍ତି ଫୁଟ ଓଭରବ୍ରିଜ ବ୍ୟବହାର ନକରି ଗୋଟିଏ ପ୍ଲାଟଫର୍ମରୁ ଆଉ ଏକ ପ୍ଲାଟଫର୍ମକୁ ଅତିକ୍ରମ କରିଥାନ୍ତି । ତେବେ ରେଳ ବିଭାଗର ଏପରି ଅନେକ ନିୟମ ରହିଛି ଯେଉଁଥିପାଇଁ ଆପଣଙ୍କୁ ଦେବାକୁ ପଡିବ ଜୋରିମାନା ଆଉ ଭୋଗିବାକୁ ପଡିବ ଦଣ୍ଡ ।

ଭାରତୀୟ ରେଳ ବିଭାଗ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ପ୍ରୟାସ ଜାରି ରଖିଛି । ଦେଶ ସାରା ନିର୍ମାଣ କରିଛି ଫୁଟ ଓଭରବ୍ରିଜ ଓ ଗ୍ରାଉଣ୍ଡ ଓଭର ବ୍ରିଜ । ଆଉ ଯଦି କେହି ଏହାର ବ୍ୟବହାର ନକରି ଅଳ୍ପ କିଛି ସମୟ ବଞ୍ଚାଇବାକୁ ରେଳ ଲାଇନ ପାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ରେଳ ବିଭାଗ ନେବ ଦୃଢ କାର୍ଯ୍ୟାନୁଷ୍ଠାନ ।

ରେଳ ଲାଇନ ଅତିକ୍ରମ କରିବା ଏକ ଆଇନ ଗତ ଅପରାଧ ଅଟେ । ରେଳ ଅଧିନିୟମ ଧାରା 147 ଅନୂଯାୟୀ, ରେଳ ଲାଇନ ଅତିକ୍ରମ କରୁଥିବା ଅପରାଧରେ ବ୍ୟକ୍ତିଙ୍କୁ ଗିରଫ କରାଯିବ । ଉକ୍ତ ବ୍ୟକ୍ତି 6 ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଏକ ହଜାର ଟଙ୍କାର ଜୋରିମାନା ମଧ୍ୟ ଭରିବାର ନିୟମ ରହିଛି । ସୂଚନାନୂଯୟୀ, ସାରା ଦେଶରେ ରେଳ ଜନିତ ଦୁର୍ଘଟଣା ମଧ୍ୟରୁ ରେଳ ଲାଇନ ଅତିକ୍ରମ ଯୋଗୁଁ ଘଟିଥିବା ଦୁର୍ଘଟଣା ସବୁଠାରୁ ଅଧିକ ବୋଲି ଜଣାପଡିଛି । ସେନେଇ ରେଳ ବିଭାଗ ପକ୍ଷରୁ ଦେଶ ସାରା ରେଳ ଲାଇନ ଅତିକ୍ରମ ନକରିବା ପାଇଁ ବାର୍ତ୍ତା ଦିଆଯାଉଛି ।

Intro:Body:

sfsdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.