ମୁମ୍ବାଇ: ବିଜେପି ପୁଣିଥରେ କ୍ଷମତା ଫେରି ପାଇବ କି ନାହିଁ ତାହାକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଯଦି ଆମ ସରକାର ଭଲ କାମ କରି ନାହିଁ, ତେବେ ଅନ୍ୟକୁ ସୁଯୋଗ ଦେବାରେ ଆମର କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସେ । ଏହାସହ ମତଦାତାଙ୍କୁ ଅପିଲ କରି ସେ କହିଛନ୍ତି ଯେ ସରକାରର ୫ ବର୍ଷର କାର୍ଯ୍ୟକୁ ଦେଖି ଭୋଟ ଦେବା ଉଚିତ ।
ଏଥର ସରକାର ପାଇଁ ପରୀକ୍ଷାର ସମୟ । କ୍ଷମତାରେ ଯେଉଁ ଦଳ ଥାଏ, ତାର କାର୍ଯ୍ୟ ଅନୁସାରେ ତାକୁ ଆକଳନ କରାଯାଇଥାଏ । ଯଦି ଜନତାକୁ ଲାଗୁଛି, ଆମ ସରକାର କାମ କରି ନାହିଁ। ତେବେ ଅନ୍ୟକୁ ସୁଯୋଗ ଦେବାକୁ ଉଚିତ । ମୋତେ ଲାଗୁଛି ରାଜନୀତି କେବଳ କ୍ଷମତା ହାସଲ କରିବା ପାଇଁ ହୋଇ ନଥାଏ ବରଂ ରାଜନୀତି ସମାଜ ପାଇଁ ହୋଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଜୋରଦାର ପ୍ରୟାସରେ ଲାଗିଛନ୍ତି । ସେ ଦେଶସାରା ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ବୋଧନ କରୁଛନ୍ତି । ଏହାସହ ନିଜକୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଲୋକଙ୍କୁ ଭୋଟ ମାଗୁଛନ୍ତି । ଏହାସହ ବିରୋଧୀଙ୍କ ଉପରେ ଜୋରଦାର ଶବ୍ଦ ବାଣ ଛାଡୁଛନ୍ତି ।