ETV Bharat / bharat

‘ତିନି ତଲାକରେ ଦଙ୍ଗା ହୋଇନି, ଅଯୋଧ୍ୟାରେ ବି ହେବନି’ - ଅଯୋଧ୍ୟା ଭୂମି ବିବାଦ

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର 17ରେ ଅବସର ନେଉଥିବାରୁ ଅଯୋଧ୍ୟା ମାମଲା ଏହା ପୂର୍ବରୁ ରାୟ ପ୍ରକାଶ ପାଇବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ଓ ନେତାମାନେ ରଖିଛନ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ।

ଫାଇଲ ଫଟୋ
author img

By

Published : Nov 7, 2019, 11:46 AM IST

ନୂଆଦିଲ୍ଲୀ: ନଭେମ୍ବର 17 ମଧ୍ୟରେ ଅଯୋଧ୍ୟା ରାୟ କେବେବି ଆସିପାରେ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଓ ନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନେତା ମଧ୍ୟ ନିଜ ମତ ରଖିଛନ୍ତି ।

ଆରଏସଏସ ନେତା ଇନ୍ଦ୍ରେଶ କୁମାର କହିଥିଲେ କି, 400-500 ବର୍ଷ ପୁରୁଣା ଅଯୋଧ୍ୟା ମାମଲାର ରାୟ ଖୁବ ଶୀଘ୍ର ଆସିବ । ଏଥିରେ ନା କାହାର ବିଜୟ ହେବ ନା କିଏ ହାରିବ । ଏହାକୁ ଧର୍ମ ସହ ନଯୋଡି ହିନ୍ଦୁ-ମୁସଲିମ ଏକାଠି ରହିବା ଉଚିତ୍ । ସେ ଏହା ମଧ୍ୟ କହିଥିଲେ କି, ତିନି ତଲାକ ବିଲ୍ ଆସିବା ସମୟରେ ଅନେକ ଏହାକୁ ଗ୍ରହଣ କରିଥିଲେ । କେତେକ ବିରୋଧ କରିଥିଲେ ମଧ୍ୟ କୌଣସି ପ୍ରକାର ଦଙ୍ଗା ହୋଇନଥିଲା ।

ସେହିପରି ଅଯୋଧ୍ୟା ମାମଲାରେ ହାଇକୋର୍ଟ ଜମିକୁ ବାଣ୍ଟିଥିଲେ । ସେହି ସମୟରେ ଅନେକଙ୍କ ଭାବନାକୁ ଆଘାତ ଲାଗିଥିଲା କିନ୍ତୁ କୌଣସି ଦଙ୍ଗା ହୋଇନଥିଲା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏପରି ଅନେକ ଫଇସଲା ବିନା ଦଙ୍ଗାରେ ସମାପ୍ତ ହୋଇଥିବାର ଉଦାହରଣ ରହିଛି ବୋଲି କହିଛନ୍ତି ଆରଏସଏସ ନେତା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.