ETV Bharat / bharat

‘ଆତଙ୍କବାଦ ବନ୍ଦ, ନହେଲେ ପାଣି ବନ୍ଦ’ - Nitin Gadkari

ପାକିସ୍ତାନକୁ ପାଣି ବନ୍ଦ ପ୍ରସଙ୍ଗରେ ନୀତିନ ଗଡକରୀଙ୍କ ବଡ ବୟାନ । ଯଦି ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନକରେ, ପାଣି ବନ୍ଦ କରିବା ଛଡା ଭାରତ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : May 9, 2019, 10:34 AM IST

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନକୁ ପ୍ରବାହିତ 3 ନଦୀର ପାଣି ବନ୍ଦ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୂର୍ବରୁ ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ପାଣି ବନ୍ଦ ଉପରେ ଗୁରୁତ୍ବାରୋପ କରିଥିବା ନୀତିନ ଏବେ ନିର୍ବାଚନବେଳେ ସମାନ କଥାକୁ ଦୋହରାଇଛନ୍ତି । ଆତଙ୍କବାଦୀଙ୍କ ଭୂ-ସ୍ବର୍ଗ ପାକିସ୍ତାନକୁ ପାଣି ପ୍ରହାର କରି ଉଚିତ ଶିକ୍ଷା ଦେବା କଥା କହିଛନ୍ତି ସେ ।

ନୀତିନ କହିଛନ୍ତି, ‘‘ପାକିସ୍ତାନକୁ ପାଣି ବନ୍ଦ କରିବାର ଆମର କୌଣସି ଉଦ୍ଦେଶ୍ୟ ନଥିଲା । ମାତ୍ର ପୂର୍ବରୁ ହୋଇଥିବା ସିନ୍ଧୁଜଳ ଚୁକ୍ତି ଶାନ୍ତିପୂର୍ଣ୍ଣ ସମ୍ପର୍କ ଏବଂ ବନ୍ଧୁତ୍ବ ଉପରେ ଆଧାରିତ । ଯାହାକି ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ନାହିଁ । କେବେଠୁ ଉଭୟ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ତେଣୁ ଏହାକୁ ମାନିବା ପାଇଁ ଭାରତ ଏବେ ବାଧ୍ୟ ନୁହେଁ ।’’

ନୀତିନ ଆହୁରି ମଧ୍ୟ କହିଛନ୍ତି, ଲଗାତାର ଭାବରେ ପାକିସ୍ତାନ ଆତଙ୍କବାଦକୁ ପ୍ରଶ୍ରୟ ଦେଇଆସୁଛି । ତେଣୁ ପାକିସ୍ତାନକୁ ପାନେ ଚଖାଇବା ପାଇଁ ପାଣି ହିଁ ଭଲ ଫର୍ମୁଲା । ତେଣୁ ଭାରତ ଏନେଇ ଅନୁଧ୍ୟାନ ଆରମ୍ଭ କରିସାରିଥିବା ନୀତିନ କହିଛନ୍ତି । ହରିୟାଣା, ପଞ୍ଜାବ ଓ ରାଜସ୍ଥାନକୁ ସେହି ପାଣି ଦିଆଯିବା କଥା ସେ ଉଠାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ବର୍ଷ 1960 ସେପ୍ଟେମ୍ବର 19ରେ ଭାରତ-ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ବୁଝାମଣା ଉପରେ ସ୍ବାକ୍ଷର ହୋଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନ ଏହି ବୁଝାମଣାରେ ଦସ୍ତଖତ କରିଥିଲେ । ଏହି ବୁଝାମଣା ଦ୍ବାରା ସିନ୍ଧୁର ସହାୟକ ନଦୀମାନେ ସତଲେଜ, ବ୍ୟାସ ଏବଂ ରାବୀ ନଦୀର ଜଳ ଭାରତକୁ ମିଳିବ । ସେହି ସମୟରେ ଚେନାବ, ଝେଲମ ଏବଂ ସିନ୍ଧୁ ନଦୀର ଜଳ ପାକିସ୍ତାନକୁ ମିଳୁଛି । ଏହାସହ ଏହି ବୁଝାମଣାରେ ଭାରତକୁ ପଶ୍ଚିମଭାଗରେ ପ୍ରବାହିତ ନଦୀ ଚେନାବ ,ଝେଲମ ନଦୀର ଜଳକୁ ବ୍ୟବହାର କରିପାରିବ । ମାତ୍ର ଏହି ସବୁ ନଦୀରୁ ଭାରତକୁ ମିଳୁଥିବା ଜଳରୁ ଭାରତ ୯୩ରୁ ୯୪ ପ୍ରତିଶତ ବ୍ୟବହାର କରିପାରୁଛି ଏବଂ ବାକି ରହି ଯାଉଥିବା ଜଳ ପାକିସ୍ତାନକୁ ବହି ଯାଉଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.