ETV Bharat / bharat

ଏନକାଉଣ୍ଟରରେ ନିହତ ହିଜବୁଲ୍ ଆତଙ୍କୀ ସଙ୍ଗଠନର ଆଇଡି ଏକ୍ପପର୍ଟ ତାହିର୍ - ଜାମ୍ମୁ କାଶ୍ମୀର ଦୋଡା

ଜମ୍ମୁ କାଶ୍ମୀର ଦୋଡାରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ୍-ମୁଜାହିଦ୍ଦିନର IED ଏକ୍ସପର୍ଟର ମୃତ୍ୟୁ ଘଟିଛି। ଅଧିକ ଖବର ପଢନ୍ତୁ...

ଏନକାଉଣ୍ଟରରେ ନିହତ ହିଜବୁଲ୍ ଆତଙ୍କୀ ସଙ୍ଗଠନର ଆଇଡି ଏକ୍ପପର୍ଟ ତାହିର୍

author img

By

Published : May 18, 2020, 12:41 PM IST

ନୂଆଦିଲ୍ଲୀ: ଏନକାଉଣ୍ଟରରେ ନିହତ ହିଜବୁଲ୍ ମୁଜାହିଦିନର ଆଇଡି ଏକ୍ସପର୍ଟ ତାହିର । ବିସ୍ଫୋରକ ପ୍ରସ୍ତୁତ କରୁଥିବା ଏହି ଆତଙ୍କୀ ଶ୍ରୀନଗରର ବାସିନ୍ଦା ହୋଇଥିବା ବେଳେ ଜମ୍ମୁକାଶ୍ମୀରର ଦୋଡା ଗୁଳିବିନିମୟରେ ପ୍ରାଣ ହରାଇଛି।

ତେବେ ଜିଲ୍ଲାର ଗୁଣ୍ଡାନା ଅଞ୍ଚଳରେ 5 ଘଣ୍ଟିଆ ଏନକାଉଣ୍ଟରରେ 10 ଆରଆର ଜଣେ ସେନା ସହିଦ ହୋଇଥିଲେ। ଏଥିସହ ହିଜବୁଲ୍ ମୁଜାହିଦ୍ଦିନର ଜମ୍ମୁ କାଶ୍ମୀର କାର୍ଯ୍ୟନିର୍ବାହୀ ମୁଖ୍ୟ ରିୟାଜ ନାଇକୋଙ୍କ ହତ୍ୟା ପରେ ଏକ ବଡ ଧରଣର ଗୁଳିବିନିମୟରେ ଏହି ଆତଙ୍କୀ ସଙ୍ଗଠନର ଆଇଡି ଏକ୍ସପର୍ଟର ମୃତ୍ୟୁ ହୋଇଛି।

ଏହି ଗୁଳିବିନିମୟ ଘଟଣାରେ 2 ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତେଣୁ ଉକ୍ତ ସ୍ଥାନରୁ ଛାନଭିନ୍ ପରେ ଅନ୍ୟଜଣଙ୍କ ମୃତ୍ୟୁ ଉପରେ ନିଶ୍ଚିତ କରାଯାଇ ପାରିବ।

ସୂଚନା ଥାଉକି, ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ହିଜବିଲ କମାଣ୍ଡର ଉପସ୍ଥିତି ବିଷୟରେ ଖବର ପାଇ ଅପରେସନ ଆରମ୍ଭ କରିଥିଲେ। ଏହାସହ ଆତଙ୍କୀ ମାନେ ମଧ୍ୟ ସୁରକ୍ଷା କର୍ମୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ନିହତ ଆତଙ୍କୀ ତାହିର ଅହମ୍ମଦ ପାଖରୁ ଏକ ଏକେ 47 ସହ ମାଗାଜିନ୍ ଉଦ୍ଧାର କରାଯାଇଥିଲା।

ଖବର ଥାଉକି, ତାହିର ଅହମ୍ମଦ ଭଟ ଗତ ବର୍ଷ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା। ମାର୍ଚ୍ଚ 2019 ରେ ବାନିହାଲରେ ଏକ ସିଆରପିଏଫ୍ କନଭେନ ନିକଟରେ ବିସ୍ଫୋରଣ ହୋଇଥିବା ଆଇଡି ପ୍ରସ୍ତୁତର ସେଥିଲା ମାଷ୍ଟର ମାଇଣ୍ଡ। କେବଳ ସେତିକି ନୁହେଁ ସେ ଚେନ୍ନାବ ଉପତ୍ୟକାରେ ବିଭିନ୍ନ ଯୁବକଙ୍କୁ ଏହି ଆତଙ୍କୀ କାର୍ଯ୍ୟକଳାପରେ ନିଯୁକ୍ତି କରିବାର ଦାୟିତ୍ ନେଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.